କୋର୍ଟରେ ଆତ୍ମ ସମର୍ପଣ କଲେ ସପନା ଚୌଧୁରୀ, ମିଳିଲା ଅନ୍ତରୀଣ ଆଶ୍ଵସ୍ତି, ଜାଣନ୍ତୁ ମାମଲା କ’ଣ

ଲକ୍ଷ୍ନୌ: ଡ୍ୟାନ୍ସ ଇଭେଣ୍ଟର ଟିକେଟ୍ ବିକି ଲୋକଙ୍କ ଲକ୍ଷାଧିକ ଟଙ୍କା ନେବା ପରେ କାର୍ଯ୍ୟକ୍ରମ ରଦ୍ଦ କରିବା ନେଇ ହରଡଘଣାରେ ଜଣାଶୁଣା ଡ୍ୟାନ୍ସର ସପନା ଚୌଧୁରୀ। ଏହି ମାମଲାରେ ଅଦାଲତ ସପନାଙ୍କ ଅନ୍ତରୀଣ  ଜାମିନ ଅବଧି ବୃଦ୍ଧି କରିଛନ୍ତି। ଏସିଜେଏମ ଶାନ୍ତନୁ ତ୍ୟାଗୀ ସପନାଙ୍କ ଅନ୍ତରୀଣ ଜାମିନକୁ ଜୁନ ୮ ପର୍ଯ୍ୟନ୍ତ ବଢାଇବାକୁ ଆଦେଶ ଦେଇଛନ୍ତି।

ଗତ ମେ ୧୦ରେ ସପନା ଚୌଧୁରୀ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ, ଯାହା ଉପରେ କୋର୍ଟ ତାଙ୍କୁ ମେ ୨୫ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଏଥିସହ ପ୍ରତି ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ବୁଧବାର ଅନ୍ତରୀଣ ଜାମିନ ଅବଧି ସରିବା ପରେ ସପନା କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି। ଅନ୍ତରୀଣ ଜାମିନ ଅବଧି ବଢିବା ପରେ ଏବେ ସପନା ଜୁନ ୮ରେ କୋର୍ଟରେ ହାଜର ହେବେ।

ଏହି ମାମଲାରେ ୨୦୧୮ ଅକ୍ଟୋବର ୧୩ରେ ଆଶିୟାନା ଫାଣ୍ଡିର ସବ ଇନ୍ସପେକ୍ଟର ଫିରୋଜ ଖାନ ସପନା ଚୌଧୁରୀ, ରତ୍ନାକର ଉପାଧ୍ୟାୟ, ଅମିତ୍ ପାଣ୍ଡେ, ପହଲ ଇନଷ୍ଟିଚ୍ୟୁଟ୍‌ର ଇବାଦ ଅଲୀ, ନବୀନ ଶର୍ମା ଏବଂ ଜୁନୈଦ ଅହମ୍ମଦଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ।

ଏଫଆଇଆରରେ କୁହାଯାଇଥିଲା ଯେ, ଅକ୍ଟୋବର ୧୩ ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ମୃତି ଉପବନରେ ସପନା ଚୌଧୁରୀଙ୍କ ସମେତ ଅନ୍ୟ କଳାକାରଙ୍କ କାର୍ଯ୍ୟକ୍ରମ ରହିଥିଲା। ଅନଲାଇନ୍ ଏବଂ ଅଫଲାଇନ୍‌ରେ ଜଣଙ୍କ ପିଛା ୩୦୦ ଟଙ୍କାରେ ଟିକେଟ୍ ବିକ୍ରି କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ହଜାର ସଂଖ୍ୟକ ଲୋକେ ଉପସ୍ଥିତ ଥିଲେ, ମାତ୍ର ରାତି ୧୦ଟା ପର୍ଯ୍ୟନ୍ତ ସପନା ଚୌଧରୁୀ ନ ଆସିବାରୁ ଲୋକେ ହଙ୍ଗମା ଆରମ୍ଭ କରିଥିଲେ।

ଏହି ମାମଲାରେ ଜୁନେଦ ଅହମ୍ମଦ, ଇବାଦ ଅଲ୍ଲୀ, ଅମିତ୍ ପାଣ୍ଡେ ଏବଂ ରତ୍ନାକର ତ୍ରିପାଠୀଙ୍କ ବିରୋଧରେ ୨୦୧୯ ଜାନୁଆରୀ ୨୦ରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ସପନା ଚୌଧୁରୀଙ୍କ ବିରୋଧରେ ମାର୍ଚ୍ଚ ୧ରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଥିଲା।



from Prameya News7 https://ift.tt/saYWv8w
କୋର୍ଟରେ ଆତ୍ମ ସମର୍ପଣ କଲେ ସପନା ଚୌଧୁରୀ, ମିଳିଲା ଅନ୍ତରୀଣ ଆଶ୍ଵସ୍ତି, ଜାଣନ୍ତୁ ମାମଲା କ’ଣ କୋର୍ଟରେ ଆତ୍ମ ସମର୍ପଣ କଲେ ସପନା ଚୌଧୁରୀ, ମିଳିଲା ଅନ୍ତରୀଣ ଆଶ୍ଵସ୍ତି, ଜାଣନ୍ତୁ ମାମଲା କ’ଣ Reviewed by SUBHENDU BARAL on May 25, 2022 Rating: 5

No comments:

Powered by Blogger.