ଆସନ୍ତା ମେ ୨୩ରେ ନନ୍ଦନକାନନରେ ଅତ୍ୟାଧୁନିକ ବହୁତଳ ପାର୍କିଂ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବାରଙ୍ଗ ୨୫/୦୫: ଆସନ୍ତା ଶୁକ୍ରବାର ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଏକ ଅତ୍ୟାଧୁନିକ ବହୁତଳ ପାର୍କିଙ୍ଗ ବ୍ୟବସ୍ତାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ।ଏନେଇ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟାଟକ ଙ୍କ୍ ପାଇଁ ଖୁସିଖବର।ଏଣିକ ପର୍ଯାଟକମାନେ ନିଜ ସାଙ୍ଗରେ ଆଣିଥିବା ବିଭିନ୍ନ ଗାଡି ମୋଟରକୁ ସୁରକ୍ଷିତ ଭାବେ ରଖିବେ ।ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏଠାରେ ଏକ  ତିନି ମହଲା ବିଶିଷ୍ଟ ଅତ୍ୟାଧୁନିକ ବହୁତଳ ପାର୍କିଙ୍ଗ ବ୍ୟବସ୍ତା ତିଆରି କରାଯାଇଛି। ଆସନ୍ତା ମେ ୨୭ ରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିବେ ବୋଲି  ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦେଶକ ସଞ୍ଜିତ କୁମାର  ସୁଚନା ଦେଇଛନ୍ତି ।

ଏହି ବହୁତଳ ପାର୍କିଙ୍ଗ ବ୍ୟବସ୍ତାରେ ଏକ କାଳିନ ୬୦୦ ରୁ ଅଧିକ ଗାଡ଼ି ମୋଟର ସୁରକ୍ଷିତ ଭାବେ ରହି ପାରିବ। ସେଥିପାଇଁ ଏଠାରେ ସମସ୍ତ ପ୍ରକାର ସୁରକ୍ଷାର ବ୍ୟବସ୍ଥା କରା ଯାଇଛି । ପ୍ରତ୍ୟକ ଜାଗାରେ ସିସିଟିଭି କ୍ୟାମେରା ଖଞ୍ଜାଯିବା ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ ଉଚିତ୍ ଢଙ୍ଗରେ କରାଯାଇଛି।ଏଠାରେ ଗାଡ଼ି ଚାଳକମାନେ ରହିବା ପାଇଁ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା କରାଯାଇଛି। ଶୌଚାଳୟ ଓ ପାନୀୟଜଳ ବ୍ୟବସ୍ଥା ମଧ୍ୟ ଏଠାରେ କରାଯାଇଛି। ଏହାସହ ଦିବ୍ୟାଙ୍ଗମାନଙ୍କ ପାଇଁ  ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ପର୍ଯାଟକମାନେ ୬ ଘଣ୍ଟା ପର୍ଯ୍ୟନ୍ତ  ନିଜ ଗାଡି ଗୁଡିକୁ ସୁରକ୍ଷିତ ରଖିବା ପାଇଁ ପ୍ରତି  ବସ ପାଇଁ ୭୦ ଟଙ୍କା , କାର ୫୦ ଟଙ୍କା , ଅଟୋରିସ୍କା ପାଇଁ ୩୦ଟଙ୍କା  ଓ ବାଇକ୍ ପାଇଁ ୨୦ ଟଙ୍କାର ଟିକେଟ ବ୍ୟବସ୍ଥା ରହିଛି।



from Prameya News7 https://ift.tt/BU9F7Iu
ଆସନ୍ତା ମେ ୨୩ରେ ନନ୍ଦନକାନନରେ ଅତ୍ୟାଧୁନିକ ବହୁତଳ ପାର୍କିଂ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ଆସନ୍ତା ମେ ୨୩ରେ ନନ୍ଦନକାନନରେ ଅତ୍ୟାଧୁନିକ ବହୁତଳ ପାର୍କିଂ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ Reviewed by SUBHENDU BARAL on May 25, 2022 Rating: 5

No comments:

Powered by Blogger.