କନ୍ଧମାଳ କଳିଙ୍ଗାଘାଟିରେ ପୁଣି ବଡ଼ ଧରଣର ଦୁର୍ଘଟଣା। ଟୁରିଷ୍ଟ ବସ୍ ଓଲଟି ୬ ଜଣଙ୍କ ମୃତ୍ୟୁ। ଦୁର୍ଘଟଣାରେ ୪୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ୧୫ ଜଣଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବସ୍ଟି ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।
ଟୁରିଷ୍ଟ ବସ୍ଟି ଫୁଲବାଣୀରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ରେ ୫୦ରୁ ଅଧିକ ଟୁରିଷ୍ଟ ଥିଲେ। ମୃତାହତ ଯାତ୍ରୀମାନେ ପଶ୍ଚିମହୃବଙ୍ଗ ହାଓଡ଼ା ଅଞ୍ଚଳର ବୋଲି ଜଣାପ଼ଡ଼ିଛି। ଦୁର୍ଘଟଣା ପରେ ଭଞ୍ଜନଗର ଓ ଜି.ଉଦୟଗିରି ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।
from Latest Odisha News, Breaking News Today | Top Updates on Corona - OTV News https://ift.tt/Zo06XFD
କଳିଙ୍ଗା ଘାଟିରେ ଓଲଟିଲା ବସ୍, ୬ ମୃତ Chandan Shishu
Reviewed by SUBHENDU BARAL
on
May 24, 2022
Rating:
No comments: