ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେବା ପରେ ପୁଣିଥରେ ସାଂସଦ ଅନୁଭବ ଜାରି କଲେ ଭିଡିଓ , କହିଲେ … Kanak News

କନକ ବ୍ୟୁରୋ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେବା ପରେ ପୁଣିଥରେ ସାଂସଦ ଅନୁଭବ ଜାରି କଲେ ଭିଡିଓ । ପତ୍ନୀ ବର୍ଷା ଥାନାରେ ଅଭିଯୋଗ କରିଥିଲେ ଯେ ଅନୁଭବ ଭିଡିଓ ଜାରି କରି ତାଙ୍କର ଅପମାନ କରୁଛନ୍ତି । ଏହାପରେ ପାଲଟା ଭିଡିଓ ଜାରି କରି ଅନୁଭବ କହିଛନ୍ତି, ଦୁଇ ଜଣଙ୍କ ବିରୋଧରେ ଚାଲିଥିବା ଛାଡପତ୍ର ମାମଲା ମିଡିଆରେ ପ୍ରସାରଣ ନହେବାକୁ କୋର୍ଟରେ ଅପିଲ୍ କରିଥିଲେ । କିନ୍ତୁ ସେତେବେଳେ ବର୍ଷା ଏହାକୁ ବିରୋଧ କରିଥିଲେ ।
ସାଂସଦ କହିଛନ୍ତି, ସେ ଜଣେ ରାଜନୈତିକ ବ୍ୟକ୍ତି । ପାରିବାରିକ ମାମଲା ମିଡିଆକୁ ଗଲେ ତାଙ୍କର ବିରୋଧୀ ଏହାକୁ ପ୍ରସଙ୍ଗ କରିବେ । ପରେ ବାହାଘର ଖେଳ ଘେର ଭାବେ ପରିଣତ ହୋଇଯିବ । ତେଣୁ ମିଡିଆରେ ଏହି ମାମଲା ପ୍ରସାରଣ ନହେବାକୁ ଅପିଲ କରିଥିଲେ କିନ୍ତୁ ବର୍ଷା ଏହାକୁ ସେତେବେଳେ ବିରୋଧ କରିଥିଲେ ବୋଲି ସାଂସଦ କହିଛନ୍ତି । ଯଦି ସେ ତାଙ୍କର ଏତେ କ୍ଷତି ପହଂଚାଉଥିଲେ ପୂର୍ବରୁ କାହିଁକି ବର୍ଷା ଏତଲା ଦେଉନଥିଲେ । ଦୁଇ ବର୍ଷରେ ତାଙ୍କ ବିରୋଧରେ ଏତେ ଏତଲା କୁଆଡୁ ଆସିଲା ବୋଲି ଅନୁଭବ ବର୍ଷାଙ୍କୁ ପ୍ରଶ୍ନ କରିଛନ୍ତି । ସତ ଧୀରେ ଧୀରେ ସାମ୍ନାକୁ ଆସିବ । ପୁଲିସ ଏବଂ ପ୍ରଶାସନ ଉପରେ ଭରସା ରହିଛି ବୋଲି ସାଂସଦ କହିଛନ୍ତି ।
ରବିବାର ରାତିରେ ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରି ଲେଖିଥିଲେ, ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି । ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରି ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଭିତିହୀନ କାହାଣୀ ସଜେଇ ସମାଜରେ ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାରୀ ଛଡାଇ ନେଉଛନ୍ତି । ରାତି ଦିନ ପରିଶ୍ରମ କରି ଅର୍ଜନ କରିଥିବା ଖ୍ୟାତିକୁ ଅନୁଭବ ମାଟିରେ ମିଶାଇ ଦେଉଛନ୍ତି ବୋଲି ବର୍ଷା ଏତଲାରେ ଉଲ୍ଲେଖ କରିଥିଲେ ।
The post ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେବା ପରେ ପୁଣିଥରେ ସାଂସଦ ଅନୁଭବ ଜାରି କଲେ ଭିଡିଓ , କହିଲେ … first appeared on Kanak News.
from Kanak News https://ift.tt/yZpmI5C https://ift.tt/otgdyHP
No comments: