ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଗଙ୍ଗା ନଦୀରେ କୁଢ କୁଢ ଶବ ଭାସିବା ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ଏବେ ଏହାକୁ ଗମ୍ଭୀରତାର ସେଇ ନେଇଛନ୍ତି ନ୍ୟାସନାଲ ଗ୍ରୀନ ଟ୍ରାଇବ୍ୟୁନାଲ(ଏନଜିଟି)। କୋଭିଡ୍-୧୯ ମହାମାରୀ ଆରମ୍ଭ ହେବା ପରଠୁ ଚଳିତ ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଗଙ୍ଗା ନଦୀରେ ଭାସୁଥିବା ମୃତଦେହ ଏବଂ ନଦୀ କୂଳରେ ପୋତାଯାଇଥିବା ଶବ ସଂଖ୍ୟା ବିଷୟରେ ସୂଚନା ଦେବାକୁ ଏନଜିଟି ଉତ୍ତର ପ୍ରଦେଶ ଏବଂ ବିହାର ସରକାରଙ୍କୁ ନୋଟିସ୍ ଜାରି ନିର୍ଦ୍ଦେଶ ଦେଇଛନ୍ତି।
ବିଚାରପତି ଅରୁଣ କୁମାର ତ୍ୟାଗୀ ଏବଂ ବିଶେଷଜ୍ଞ ସଦସ୍ୟ ଡ. ଅଫରୋଜ ଅହମ୍ମଦଙ୍କ ପୀଠ ଉତ୍ତର ପ୍ରଦେଶ ଏବଂ ବିହାର ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ଅତିରିକ୍ତ ମୁଖ୍ୟ ସ୍ଵାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି। କରୋନା ଆରମ୍ଭ ପରଠୁ ଏବଂ ୨୦୨୨ ମାର୍ଚ୍ଚ ୩୧ ମଧ୍ୟରେ ଗଙ୍ଗା ନଦୀରେ ଭାସୁଥିବା ମୃତଦେହ ଏବଂ ପୋତା ଯାଇଥିବା ଶବ ସଂଖ୍ୟା ବିଷୟରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି ଏନଜିଟି।
ଏନଜିଟି ଏହା ଜାଣିବାକୁ ଚାହିଁଛନ୍ତି ଯେ, ଦୁଇ ରାଜ୍ୟ ସରକାର ଦାହ ସଂସ୍କାର ଏବଂ ପୋତିବା ପାଇଁ ଆର୍ଥିକ ସହାୟତା ଦେଇଛନ୍ତି ? ଗଙ୍ଗା ନଦୀରେ ଶବ ନଫିଙ୍ଗିବା ଏବଂ କୂଳରେ ଶବ ନପୋତିବା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ଜନ ଭାଗିଦାରୀ ବଢାଇବା ଦିଗରେ ଦୁଇ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ତାର ରିପୋର୍ଟ ମଧ୍ୟ ମାଗିଛନ୍ତି ଟ୍ରାଇବ୍ୟୁନାଲ।
from Prameya News7 https://ift.tt/0uFIa5r

No comments: