ଆସନ୍ତା ଜୁଲାଏରୁ ଉଡ଼ାଣ ଆରମ୍ଭ କରିବ ରାକେଶ ଝୁନଝୁନୱାଲାଙ୍କ ଏୟାର ଲାଇନ୍‌ ‘ଆକାଶ ଏୟାର’   

ନୂଆଦିଲ୍ଲୀ ୨୫/୦୪ : ଭାରତର ପ୍ରସିଦ୍ଧ ବ୍ୟବସାୟୀ ରାକେଶ ଝୁନଝୁନୱାଲାଙ୍କର ସମର୍ଥିତ କମ୍ପାନୀ ଆକାଶ ଏୟାର ନିଜର ବ୍ୟବସାୟିକ ଉଡ଼ାଣ ଜୁନ ମାସ ବଦଳରେ ଜୁଲାଏ ମାସରେ ଆରମ୍ଭ କରିବ। ଆକାଶ ଏୟାର୍‌ର ମୁଖ୍ୟ ପରିଚାଳନା ଅଧିକାରୀ ବିନୟ ଦୁବେ ଖବର ସରବରାହ ସଂସ୍ଥା ପିଟିଆଇକୁ ସୂଚନା ଦେଇ କହିଛନ୍ତି “ଯେପରିଭାବେ ଆମେ ଏୟାର ଲାଇନକୁ ଆରମ୍ଭ କରିବାର ତାରିଖ ପାଖକୁ ଯାଉଛୁ, ଆମେ ଏବେ ନିଜର ସମୟସୀମା ଅନୁମାନର ଘୋଷଣା କରିପାରିବା”।

ସେ କହିଛନ୍ତି “ଆମେ ୨୦୨୨ ଜୁଲାଏ ରେ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ ଲକ୍ଷରେ ୨୦୨୨ ଜୁନର ଆରମ୍ଭରେ ନିଜର ପ୍ରଥମ ବିମାନର ଡେଲିଭରି ପାଇବା ପାଇଁ ଆଶା କରୁଛୁ” । ବିନୟ ଦୁବେ କମ୍ପାନୀର ସଂସ୍ଥାପକ ଓ ପ୍ରବନ୍ଧ ନିର୍ଦ୍ଦେଶକ ଦାୟିତ୍ୱରେ ମଧ୍ୟ ରହିଛନ୍ତି । ସେ କହିଛନ୍ତି ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ୧୮ଟି ବିମାନ ଉଡ଼ଇବାର ଯୋଜନା ବଳବତ୍ତର ରହିଛି ।

ସୂଚନାଥାଉକି, ବିନୟ ଦୁବେ ମାର୍ଚ୍ଚ ୨୬ ତାରିଖ ଏକ ବିମାନ ଚଳାଚଳ କାର୍ଯ୍ୟକ୍ରମରେ କହିଥିଲେଯେ ଆକାଶ ଏୟାର ଲାଇନ ଜୁନରେ ନିଜର ବ୍ୟବସାୟିକ ଉଡ଼ାଣ ଆରମ୍ଭ କରିବା ପାଇଁ ଯୋଜନା କରୁଛି। ଝୁନଝୁନୱାଲା ଓ ବିମାନ ଉଡ଼ାଣ କ୍ଷେତ୍ରରେ ଜଣାଶୁଣା ଆଦିତ୍ୟ ଘୋଷଙ୍କ ସମର୍ଥିତ ଆକାଶ ଏୟାର ଏୟାରକୁ ବ୍ୟବସାୟିକ ଉଡ଼ାଣ ଆରମ୍ଭ କରିବା ପାଇଁ ୨୦୨୧ ଅଗଷ୍ଟ ପ୍ରଥମ ସପ୍ତାହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରୁ ଆପତ୍ତି ବିହୀନ ପ୍ରମାଣ ପତ୍ର ମିଳିଥିଲା ।



from Prameya News7 https://ift.tt/9sWHfZ1
ଆସନ୍ତା ଜୁଲାଏରୁ ଉଡ଼ାଣ ଆରମ୍ଭ କରିବ ରାକେଶ ଝୁନଝୁନୱାଲାଙ୍କ ଏୟାର ଲାଇନ୍‌ ‘ଆକାଶ ଏୟାର’    ଆସନ୍ତା ଜୁଲାଏରୁ ଉଡ଼ାଣ ଆରମ୍ଭ କରିବ ରାକେଶ ଝୁନଝୁନୱାଲାଙ୍କ ଏୟାର ଲାଇନ୍‌ ‘ଆକାଶ ଏୟାର’    Reviewed by SUBHENDU BARAL on April 25, 2022 Rating: 5

No comments:

Powered by Blogger.