Daily Horoscope 26 April 2022: ଜାଣନ୍ତୁ ଆଜିର ରାଶିଫଳ... Otv Khabar Bureau

ଆଜି ୨୦୨୨ ମସିହା, ଏପ୍ରିଲ ମାସ ୨୬ ତାରିଖ, ମଙ୍ଗଳବାର, ମେଷ ୧୩ ଦିନ,ବୈଶାଖ ମାସ, କୃଷ୍ଣପକ୍ଷ, ଏକାଦଶୀ ତିଥି, ଶତଭିକ୍ଷା ନକ୍ଷତ୍ର,କୁମ୍ଭ ରାଶିରେ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ:- ଛାତ୍ରଛାତ୍ରୀମାନେ ଚାକିରୀ କ୍ଷେତ୍ରରେ ସଫଳତା ପାଇପାରିବେ । ଓ ଆତ୍ମଶକ୍ତି ବୃଦ୍ଧି ପାଇପାରେ । ବ୍ୟବସାୟୀମାନଙ୍କୁ ଆଗକୁ ବଢିବା ପାଇଁ ବନ୍ଧୁଙ୍କର ସାହାଯ୍ୟ ନେବାକୁ ପଡିପାରେ । ପାରିବାରିକ ସମସ୍ୟା ରହିବ ନାହିଁ ଓ ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିପାରେ ।

  • ପ୍ରତିକାର:- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ବୃଷ:- କର୍ମ କ୍ଷେତ୍ରରେ ଖୁସି ଅନୁଭବ କରିବେ ଓ ମାନସମ୍ମାନ ପ୍ରାପ୍ତି ହୋଇପାରେ । ବ୍ୟବସାୟୀମାନେ ଲାଭ ପାଇପାରିବେ ଏବଂ ସୁସ୍ବାଦୁ ଭୋଜନ ମିଳିପାରେ । ଘରେ ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କ ସହିତ ପରାମର୍ଶ କରିପାରନ୍ତି ।

  • ପ୍ରତିକାର:- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

ମିଥୁନ:- ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ । ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ, ହେଲେ ଆଶାନୁରୂପ ଲାଭ ମିଳିବ ନାହିଁ । ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିବେ, କର୍ମ କ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ ।

  • ପ୍ରତିକାର- ପାଖରେ ଖଣ୍ଡ ହଳଦୀ ରଖନ୍ତୁ

କର୍କଟ:- କର୍ମ କ୍ଷେତ୍ରରେ ଉନ୍ନତି କଲେ ମଧ୍ୟ ବ୍ୟୟ ବୃଦ୍ଧି ଦେଖାଦେଇପାରେ । ଛାତ୍ରଛାତ୍ରୀମାନେ ଭବିଷ୍ୟତ ପାଇଁ ଚିନ୍ତା କରିବେ, ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି । ପାରିବାରିକ ବିବାଦର ସମାଧାନ ହେବ

  • ପ୍ରତିକାର-ମାଆଙ୍କୁ ପ୍ରଣାମ କରନ୍ତୁ

ସିଂହ:-ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ, ସନ୍ତାନମାନଙ୍କ କାର୍ଯ୍ୟ ସନ୍ତୋଷଜନକ ରହିପାରେ । କର୍ମ କ୍ଷେତ୍ରରେ ମାନସମ୍ମାନ ପାଇପାରନ୍ତି ।ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ଶୁଭଫଳ ପାଇପାରିବେ ।

  • ପ୍ରତିକାର:-ବେଲଗଛ ମୂଳରେ ଜଳ ଅର୍ପଣ କରନ୍ତୁ

କନ୍ୟା:- ସ୍ୱାସ୍ଥ୍ୟରେ ଉନ୍ନତି ହେବାରୁ ମନ ଖୁସି ରହିପାରେ । ଦୂର ସ୍ଥାନକୁ ଯାତ୍ରା କଲେ ସାବଧାନ ସହିତ ଯାଆନ୍ତୁ । ସ୍ବାମୀ-ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ ।

  • ପ୍ରତିକାର:-ଶ୍ରୀ ଗଣେଶ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ

ତୁଳା:- କ୍ରୋଧ ଉପରେ ନିୟନ୍ତ୍ରଣ ରଖିଲେ କାର୍ଯ୍ୟରେ ସଫଳତା ମିଳିପାରେ । ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅର୍ଥହାନୀ ହୋଇପାରେ । ଗଣମାଧ୍ୟମରେ ଥିବା ବ୍ୟକ୍ତି ଶୁଭଫଳ ପାଇଆପରିବେ ।

  • ପ୍ରତିକାର-ଗ୍ରାମଦେବୀଙ୍କ ପାଖରେ ଦ୍ୱୀପ ଜାଳନ୍ତୁ

ବିଚ୍ଛା:- ପାରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିପାରେ । ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିପାରେ । ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୃତି ଦେବେ ।

  • ପ୍ରତିକାର:- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ଧନୁ:- ନିୟନ୍ତ୍ରଣରେ ଖର୍ଚ୍ଚ କରନ୍ତୁ, ନଚେତ୍ ଅସୁବିଧାରେ ପଡିପାରନ୍ତି । ପରିବାରରେ ଅଶାନ୍ତି ସୃଷ୍ଟି ହେବ, ତେଣୁ ସତର୍କ ହୋଇ ଚଳିବାକୁ ପଡିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ।

  • ପ୍ରତିକାର-ମଥାରେ ହଳଦୀ ଟିକା ଲଗାନ୍ତୁ

ମକର:- ଅଚାନକ ଧନ ଲାଭ ହେବାର ସୁଯୋଗ ମିଳିପାରେ । ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ

ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିପାରେ ।

  • ପ୍ରତିକାର- ଛୋଟପିଲାଙ୍କୁ ମିଠା ଖାଦ୍ୟ ଦିଅନ୍ତୁ

କୁମ୍ଭ:- କର୍ମ କ୍ଷେତ୍ରରେ ମାନସମ୍ମାନ ପାଇବେ ଏବଂ ଯଶପ୍ରାପ୍ତି ବଢିପାରେ । ସ୍ବାମୀ-ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ । ଭ୍ରମଣ ଯୋଗ ସହିତ ସୁସ୍ବାଦୁ ଭୋଜନ ମିଳିବ, ବ୍ୟବସାୟରେ ଲାଭ ପାଇପାରିବେ ।

  • ପ୍ରତିକାର-କୁକୁରକୁ ଖାଦ୍ୟ ଦିଅନ୍ତୁ

ମୀନ:-ପ୍ରତି କାର୍ଯ୍ୟରେ ପ୍ରତିବନ୍ଧକ ଲାଗିବ, ମନ ଅଶାନ୍ତ ରହି‌ପାରେ । ଆର୍ଥିକ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି ।କର୍ମ କ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହୋଇପାରେ ।

  • ପ୍ରତିକାର-ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ


from Latest Odisha News, Breaking News Today | Top Updates on Corona - OTV News https://ift.tt/2QoVIE8
Daily Horoscope 26 April 2022: ଜାଣନ୍ତୁ ଆଜିର ରାଶିଫଳ... Otv Khabar Bureau Daily Horoscope 26 April 2022: ଜାଣନ୍ତୁ ଆଜିର ରାଶିଫଳ... Otv Khabar Bureau Reviewed by SUBHENDU BARAL on April 25, 2022 Rating: 5

No comments:

Powered by Blogger.