ଏପ୍ରିଲ ୧ରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବିଜୟ ସଂକଳ୍ପ ସମାବେଶରେ ଦେବେ ଯୋଗ

ଭୁବନେଶ୍ବର ୩୦|୩ : ଏପ୍ରିଲ ୧  ତାରିଖରେ ଦିନିକିଆ ଓଡିଶା  ଗସ୍ତରେ ଆସୁଛନ୍ତି ବିଜେପି  ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଅମିତ ଶାହା  ଏପ୍ରିଲ ୧ ତାରିଖ ଦିନ ଦୁଇଟି ନିର୍ବାଚନୀ ସଭାରେ ଯୋଗ ଦେବେ । ଶାହା ସକାଳ ୧୧ଟାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କାଶିନଗର ବ୍ଲକ୍ ସିଧାବଡଙ୍ଗା ପଡିଆରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ।  ସେହିପରି  ଅପରାହ୍ନ  ୧  ଟାରେ ନବରଙ୍ଗପୁର ଜିଲ୍ଲା  ଉମରକୋଟଠାରେ   ବିଜୁ  ପଟ୍ଟନାୟକ  ଷ୍ଟାଡିୟମରେ ପହଂଚି  ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।



from News7 https://ift.tt/2TJ5HST
ଏପ୍ରିଲ ୧ରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବିଜୟ ସଂକଳ୍ପ ସମାବେଶରେ ଦେବେ ଯୋଗ ଏପ୍ରିଲ ୧ରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବିଜୟ ସଂକଳ୍ପ ସମାବେଶରେ ଦେବେ ଯୋଗ Reviewed by SUBHENDU BARAL on March 30, 2019 Rating: 5

No comments:

Powered by Blogger.