ପୁଣେ: ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଆଇପିଏଲର ୪୨ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ପଞ୍ଜାବ କିଙ୍ଗ୍ସକୁ ୨୦ ରନରେ ପରାସ୍ତ କରିଛି। ଏଥିସହ ଲକ୍ଷ୍ନୌ ନବମ ମ୍ୟାଚରୁ ୬ଟି ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷ ୪ରେ ନିଜର ସ୍ଥାନ ମଜବୁତ କରିଛି। ଅନ୍ୟପଟେ ପଞ୍ଜାବ କିଙ୍ଗ୍ସ ନବମ ମ୍ୟାଚରୁ ପଞ୍ଚମ ପରାଜୟ ଭୋଗିଛି। ଦଳର ପ୍ଲେ ଅଫରେ ପ୍ରବେଶ ପଥ ମୁସ୍କିଲ ହେବାରେ ଲାଗିଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଡି କକଙ୍କ ୪୬ ଏବଂ ଦୀପକ ହୁଡ୍ଡାଙ୍କ ୩୪ ରନ ବଳରେ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୫୩ ରନ କରିଥିଲା। ଜବାବରେ ପଞ୍ଜାବ କିଙ୍ଗ୍ସ ଲକ୍ଷ୍ନୌ ବୋଲରଙ୍କ ମୁକାବିଲା କରିନପାରି ୮ ଓ୍ଵିକେଟ୍ ବିନିମୟରେ ୧୩୩ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଜଣେ ହେଲେ ବ୍ୟାଟସମ୍ୟାନ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଜୋନି ବେୟାରଷ୍ଟୋ ସର୍ବାଧିକ ୩୨ ରନ ଏବଂ ମୟଙ୍କ ଅଗ୍ରଓ୍ଵାଲ ୨୫ ରନ କରିଥିଲେ। ଲକ୍ଷ୍ନୌ ତରଫରୁ ମୋହସିନ ଖାନ ୨୪ ରନ ଦେଇ ୩, ଦୁଷ୍ମନ୍ତା ଚମିରା ୧୭ ରନ ଦେଇ ୨ ଏବଂ କୃଣାଲ ପାଣ୍ଡ୍ୟା ୧୧ ରନ ଦେଇ ୨ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ଲକ୍ଷ୍ନୌ ତରଫରୁ ଋଷି ଧାଓ୍ଵନ ୨୧ ରନ କରି ଅପରାଜିତ ଥିଲେ। ଲିୟମା ଲିଭିଙ୍ଗଷ୍ଟୋନ ୧୮ ରନ କରି ଆଉଟ୍ ହାେଇଥିଲେ।
from Prameya News7 https://ift.tt/LGeNVZx
No comments: