ହଠାତ୍ ଦୋକାନରେ ଚଢ଼ାଉ କଲା କ୍ରାଇମ ବ୍ରାଞ୍ଚ; ୩ ଜଣଙ୍କୁ ଗିରଫ କରି ନେଇଗଲା, ମୋବାଇଲ୍ ସିମ୍ରେ ଲୁଚି ରହିଛି ସବୁ କାରଣ
ଢେଙ୍କାନାଳ: ଢେଙ୍କାନାଳର କ୍ରାଇମ ବ୍ରାଞ୍ଚର ଚଢ଼ାଉ। ଏକ ସ୍ପେଶାଲ ସ୍କ୍ୱାର୍ଡ ଆଜି ରାତିରେ ଢେଙ୍କାନାଲ ସହରର ଟାଉନ ପ୍ଲାନିଂ ସ୍ଥିତ ଏକ ମୋବାଇଲ ଦୋକାନରେ ଚଢ଼ାଉ କରିଛି। ଏହି ମୋବାଇଲ ଦୋକାନରୁ ବେଆଇନ ଭାବେ ବ୍ୟବହାର କରୁଥିବା ୩୦ରୁ ଅଧିକ ବିଭିନ୍ନ କମ୍ପାନୀର ସିମ କାର୍ଡକୁ ଜବତ କରାଯାଇଛି।
ଦୋକାନ ମାଲିକ ସିଲୁ ଦାସ ସହ ଅନ୍ୟ ୨ଜଣଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ ସ୍ପେଶାଲ ସ୍କ୍ୱାର୍ଡ ଟିମ୍। ଗିରଫମାନଙ୍କୁ କଟକ ନିଆଯାଇଥିବା ସୂଚନା ମିଳିଛି। ତେବେ କେଉଁ କାରଣରୁ କ୍ରାଇମ ବ୍ରାଞ୍ଚ ଚଢ଼ାଉ କରିଛି ଓ କାହିଁକି ଦୁଇଜଣଙ୍କୁ ଗିରଫ କରିଛି ତାର ସଠିକ ସୂଚନା ଜଣାପଡ଼ିନାହିଁ।
କୌଣସି ଏକ ଅପରାଧ ସହ ମୋବାଇଲ ନମ୍ବର ସମ୍ପୃକ୍ତ ଥିବାରୁ କ୍ରାଇମବ୍ରାଞ୍ଚ ପୁଲିସ ଏହି ଚଢ଼ାଉ କରିଥିବା ଅନୁମାନ କରାଯାଇଛି। ଏ ସମ୍ପର୍କରେ କ୍ରାଇମ ବ୍ରାଞ୍ଚ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।
from Prameya News7 https://ift.tt/LKucz4f
ହଠାତ୍ ଦୋକାନରେ ଚଢ଼ାଉ କଲା କ୍ରାଇମ ବ୍ରାଞ୍ଚ; ୩ ଜଣଙ୍କୁ ଗିରଫ କରି ନେଇଗଲା, ମୋବାଇଲ୍ ସିମ୍ରେ ଲୁଚି ରହିଛି ସବୁ କାରଣ
Reviewed by SUBHENDU BARAL
on
April 29, 2022
Rating:
No comments: