ହାଇଦ୍ରାବାଦ: ହାଇଦ୍ରାବାଦରେ ନମାଜ ପାଠ କରିବା ପରେ ଲୋକଙ୍କ ସହିତ ଆଲୋଚନା ବେଳେ କାନ୍ଦିଲେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ। ସେ ଲୋକମାନଙ୍କୁ ସମ୍ବୋଧନ କରି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କଥା ଉଠାଇ କାନ୍ଦି ପକାଇଥିଲେ।
ଏହି ସମୟରେ ସେ କହିଥିଲେ ଯେ ଖର୍ଗୋନରେ ମୁସଲମାନଙ୍କ ଘର ଭାଙ୍ଗିଦିଆଗଲା। ଜାହାଙ୍ଗୀରପୁରୀରେ ତାଙ୍କ ସହିତ ହିଂସକ ଘଟଣା ଘଟିଲା। କିନ୍ତୁ ସେ କିନ୍ତୁ ପଛକୁ ହଟିବେ ନାହିଁ ପଡ଼ିଆ ଛାଡ଼ି ପଳାଇଯିବେ ନାହିଁ।
ଓୱେସୀ ଅଭିଯୋଗ ଲଗାଇଛନ୍ତି ଯେ ଦେଶରେ ଗୋଟିଏ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି। ତାଙ୍କ ଆଖି ଆଗରେ ଏମିତି ଅନେକ ଘଟଣା ଘଟିଛି, ଯେଉଁଠି ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଆପଣ କିନ୍ତୁ ସାହସ ଧରନ୍ତୁ। ଅତ୍ୟାଚାରୀମାନେ ବି ଏହା ଶୁଣି ରଖନ୍ତୁ ଯେ ମୋତେ ମୃତ୍ୟୁକୁ ଡର ଲାଗେନି କି ଆମେ ତୁମେ ଅତ୍ୟାଚାରରେ ଡରିଯିବୁ ନାହିଁ। ତୁମର ସରକାର ମଧ୍ୟ ଆମକୁ ଡରାଇପାରିବ ନାହିଁ। ଆମେ ଧୈର୍ଯ୍ୟର ସହ କାମ କରିବୁ। କିନ୍ତୁ ପଡ଼ିଆ ଛାଡ଼ି ପଳାଇଯିବୁ ନାହିଁ ବୋଲି ଓୱେସୀ କହିଛନ୍ତି। ଭାଷଣ ଦେବା ସମୟରେ ଅନେକ ଥର ତାଙ୍କ ଆଖି ଲୁହରେ ଭିଜି ଯାଇଥିଲା।
ତେବେ ଓୱେସୀଙ୍କର ଗୋଟିଏ ସମ୍ପ୍ରଦାୟଙ୍କୁ ଉସ୍କାଇଲା ଭଳି ଭାଷଣ ନୂଆ ନୁହେଁ। ସେ ଅନେକ ଥର ଏପରି ହିଂସକ ଭାଷଣ ଦେଇଥାନ୍ତି। ଦେଶର ଆଇନଗତ କାର୍ଯ୍ୟାନୁଷ୍ଠାନକୁ ନେଇ ବି ସେ ଗୋଟିଏ ନିକିତିରେ ତଉଲନ୍ତି ବୋଲି କୁହାଯାଉଛି।
from Prameya News7 https://ift.tt/txdiKny

No comments: