ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସରକାର ବଡ ନିଷ୍ପତ୍ତି ନେଇ ଆଇପିଏସ ଅଫିସର ଅଳଙ୍କୃତା ସିଂହଙ୍କୁ ନିଲମ୍ବନ କରିଛନ୍ତି। ଏ ହେଉଛନ୍ତି ସେହି ଅଫିସର ଯିଏ କିଛି ମାସ ଧରି ନିଖୋଜ ଥିଲେ। ଅକ୍ଟୋବର ୧୯ରୁ ଲଗାତାର ଛୁଟିରେ ଥିବା ଅଳଙ୍କୃତାଙ୍କ ବିରୋଧରେ ଏବେ ସରକାର ଏମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ, ଅଳଙ୍କୃତାଙ୍କୁ ନେଇ ବିବାଦ ଚାଲିଥିଲା। ସେ ନିର୍ବାଚନ ଡ୍ୟୁଟି ମଧ୍ୟ କରିନଥିଲେ ଏବଂ ପରେ ଛୁଟି ମନାଇବାକୁ ଲଣ୍ଡନ ଚାଲି ଯାଇଥିଲେ। ନିୟମ ଅନୁଯାୟୀ, ଯଦି କୌଣସି ଆଇପିଏସ ଅଧିକାରୀ ଛୁଟି ମନାଇବା ପାଇଁ ବିଦେଶ ଯାଉଛନ୍ତି ତେବେ ଏଥିପାଇଁ ଅନୁମତି ନେବାକୁ ପଡିଥାଏ। ମାତ୍ର ଅଳଙ୍କୃତା ନିୟମ ପାଳନ କରିନଥିଲେ। ପରେ ଅଳଙ୍କୃତା ଲଣ୍ଡନରେ ଛୁଟି ମନାଉଥିବା ଜଣା ପଡିଥିଲା। ତାଙ୍କର ଏହି ଆଭିମୁଖ୍ୟ ପ୍ରତି ରାଜ୍ୟ ସରକାର ଅସନ୍ତୋଷ ବ୍ୟକ୍ତ କରିବା ସହ ଏବେ ସସପେଣ୍ଡ କରିଛନ୍ତି।
ଅଳଙ୍କୃତା ୨୦୦୮ ବ୍ୟାଚର ଆଇପିଏସ ଅଧିକାରୀ। ସେ ମହିଳା ଏବଂ ଶିଶୁ କଲ୍ୟାଣ ସୁରକ୍ଷା ସଂଗଠନ ଲକ୍ଷ୍ନୌରେ ପୋଲିସ ଅଧୀକ୍ଷକ ପଦରେ କାର୍ଯ୍ୟରତ ଥିଲେ। ମାତ୍ର ଅଚାନକ କାହାକୁ କିଛି ନଜଣାଇସେ ଲଣ୍ଡନ ଚାଲି ଯାଇଥିଲେ ଏବଂ କିଛି ମାସ ଧରି ଡ୍ୟୁଟିକୁ ଆସିନଥିଲେ। ଏ ପର୍ଯ୍ୟନ୍ତ ଏହି ମାମଲାରେ ଅଳଙ୍କୃତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ତେବେ ତାଙ୍କର ପକ୍ଷ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ସରକାର କଡା ଆଭିମୁଖ୍ୟ ଆପଣେଇ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ତାଙ୍କୁ ସସପେଣ୍ଡ କରିଛନ୍ତି। ସରକାର କଡା ସନ୍ଦେଶ ଦେଇଛନ୍ତି ଯେ, ଏମିତି ବେପରୁଆ କାମକୁ ବରଦାସ୍ତ କରାଯାଇ ପାରିବ ନାହିଁ।
from Prameya News7 https://ift.tt/sYUKxVT
No comments: