ଗାଈ ପାଇଁ ୩୦, ବଳଦ ପାଇଁ ୨୫ ହଜାର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବାତ୍ୟା ତିତ୍‌ଲି ଏବଂ ପରବର୍ତ୍ତି ବନ୍ୟାରେ ମୃତ ଗୃହପାଳିତ ପଶୁପକ୍ଷୀ ପାଇଁ ରାଜ୍ୟ ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏନେଇ ଜଏଣ୍ଟ ରିଲିଫ୍ କମିଶନର କହିଛନ୍ତି,“ ଗାଈ ପାଇଁ ୩୦ ହଜାର, ବଳଦ ପାଇଁ ୨୫ ହଜାର ଏବଂ କୁକୁଡ଼ା ଚିଆଁ ପାଇଁ ୫ ହଜାର ଟଙ୍କାର ଅନୁକମ୍ପା ମିଳିବ। ଏହାଛଡ଼ା ଲୋକଙ୍କ ବାସନକୁସନ, ଲୁଗାପଟା ନଷ୍ଟ ପାଇଁ ୩୮ ଶହ ଟଙ୍କା ମିଳିବ।  ସମତୁଲ ଅଞ୍ଚଳରେ ଘର ନଷ୍ଟ ହୋଇଥିଲେ ୯୮ ହଜାର ଟଙ୍କା ଏବଂ ପାହାଡ଼ିଆ ଅଞ୍ଚଳରେ ଘର ନଷ୍ଟ ହୋଇଥିଲେ ୧ ଲକ୍ଷ ୧୯ ଶହ ଟଙ୍କା ମିଳିବ।”

ସେ ଆହୁରି କହିଛନ୍ତି,“ ତିତ୍‌ଲିରେ ସବୁଠୁ ଅଧିକ କ୍ଷତି ସହିଥିବା ଗଜପତି ଜିଲ୍ଲାରେ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥାକୁ ସୁଧାରିବାକୁ ନେଇ ସମୀକ୍ଷା ହୋଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଜିଲ୍ଲାରେ ବାକି ଥିବା ଅବଶିଷ୍ଟ ଅଞ୍ଚଳରେ ବିଦ୍ୟୁତ୍‌ ସେବା ପହଞ୍ଚିବ।”



from Odisha Reporter
ଗାଈ ପାଇଁ ୩୦, ବଳଦ ପାଇଁ ୨୫ ହଜାର ଗାଈ ପାଇଁ ୩୦, ବଳଦ ପାଇଁ ୨୫ ହଜାର Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.