ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୧୮ ରନରେ ହରାଇଲା ବେଙ୍ଗାଲୁରୁ, ବିଜୟରେ ହିରୋ ସାଜିଲେ ଡୁପ୍ଲେସିସ୍ ଓ ହେଜେଲଉଡ

ମୁମ୍ବାଇ ୧୯।୦୪: ଅଧିନାୟକ ଫାପ ଡୁପ୍ଲେସିସ୍‌ଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଏବଂ ଜୋସ ହେଜେଲଉଡଙ୍କ ଶାଣିତ ବୋଲିଂ ବଳରେ ଆଇପିଏଲର ୩୧ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୧୮ ରନରେ ହରାଇଛି।  ଏହି ବିଜୟ ସହିତ ବେଙ୍ଗାଲୁରୁ ପଏଣ୍ଟ ତାଲିକାର ଦ୍ଵିତୀୟ ସ୍ଥାନକୁ ଉଠିଛି। ଲକ୍ଷ୍ନୌ ଚତୁର୍ଥ ସ୍ଥାନକୁ ଖସି ଆସିଛି। ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଫାଫ ଡୁପ୍ଲେସିସଙ୍କ ୯୬ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା। ଜବାବରେ ଲକ୍ଷ୍ନୌ ୮ ଓ୍ଵିକେଟ୍ ହରାଇ ୧୬୩ ରନ କରିବାକୁ ସକ୍ଷମ ହୋଇଛି। କୃଣାଲ ପାଣ୍ଡ୍ୟା ୪୨ ରନ ଏବଂ କେଏଲ ରାହୁଲ ୩୦ ରନ କରିଥିଲେ।  ବେଙ୍ଗାଲୁରୁ ପକ୍ଷରୁ ଜୋସ ହେଜେଲଉଡ ୨୫ ରନ ଦେଇ ୪ ଓ୍ଵିକେଟ୍ ନେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଲକ୍ଷ୍ନୌର କୌଣସି ବ୍ୟାଟସମ୍ୟାନ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ବିଶେଷ କରି ଶେଷ ଆଡକୁ ଦଳ ଦ୍ରୁତ ଗତିରେ ରନ ସଂଗ୍ରହ କରିନପାରିବା କାରଣରୁ ମ୍ୟାଚ୍‌ ହାରିବାକୁ ପଡିଛି।

ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଆରମ୍ଭରୁ ଦୁଇଟି ବଡ ଝଟକା ଲାଗିଥିଲା। ଦଳୀୟ ସ୍କୋର ୭ ରନରେ ଅନୁଜ ରାଓ୍ଵତ(୪) ଏବଂ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ ୧୧ ବଲରୁ ଦ୍ରୁତ ୨୩ ରନ କରି ପାଭିଲିୟନ ଫେରିଥିଲେ। ପୁଣି ସୁୟସ ପ୍ରଭୁଦେଶାଇ(୧୦) ଆଉଟ୍ ହୋଇଥିଲେ। ୬୨ ରନରେ ୪ ଓ୍ଵିକେଟ୍ ହରାଇ ଚାପର ବଶବର୍ତ୍ତୀ ହୋଇଥିବା ବେଙ୍ଗାଲୁରୁ ଇନିଂସକୁ ଆଗକୁ  ବଢାଇଥିଲେ ଅଧିନାୟକ ଡୁପ୍ଲେସିସ୍ ଏବଂ ଶାହବାଜ ଅହମ୍ମଦ। ଡୁପ୍ଲେସିସ୍‌ ଦ୍ରୁତ ବ୍ୟାଟିଂ କରିଥିଲେ। ତାଙ୍କୁ ଶାହବାଜ ଉତ୍ତମ ସହଯୋଗ କରିଥିଲେ। ଦୁଇ ବ୍ୟାଟସମ୍ୟାନ ପଞ୍ଚମ ଓ୍ଵିକେଟରେ ୭୦ ରନ ଯୋଡି ଦଳର ସ୍ଥିତରେ ସୁଧାର ଆଣିଥିଲେ। ଦଳୀୟ ସ୍କୋର ୧୩୨ ରନରେ ଶାହବାଜ ୨୬ ରନ କରି ଆଉଟ୍ ହୋଇଥିଲେ। ଅର୍ଦ୍ଧଶତକ ହାସଲ କରି ଶତକ ଆଡକୁ ଅଗ୍ରସର ହୋଇଥିବା ଡୁପ୍ଲେସିସ୍‌ ୯୬ ରନରେ ଆଉଟ୍ ହୋଇଥିଲେ। ସେ ୬୪ ବଲ୍‌ରୁ ୧୧ ଚୌକା ଏବଂ ୨ ଛକା ମାରିଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା। ଦିନେଶ କାର୍ତ୍ତିକ ୧୩ ରନରେ ଅପରାଜିତ ଥିଲେ।  



from Prameya News7 https://ift.tt/9YNoEyF
ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୧୮ ରନରେ ହରାଇଲା ବେଙ୍ଗାଲୁରୁ, ବିଜୟରେ ହିରୋ ସାଜିଲେ ଡୁପ୍ଲେସିସ୍ ଓ ହେଜେଲଉଡ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୧୮ ରନରେ ହରାଇଲା ବେଙ୍ଗାଲୁରୁ, ବିଜୟରେ ହିରୋ ସାଜିଲେ ଡୁପ୍ଲେସିସ୍ ଓ ହେଜେଲଉଡ Reviewed by SUBHENDU BARAL on April 19, 2022 Rating: 5

No comments:

Powered by Blogger.