ନୂଆଦିଲ୍ଲୀ ୧୯/୦୪ : ଏବେ ସାରା ଦେଶରେ ଲାଉଡସ୍ପିକରକୁ ନେଇ ବାଦ-ବିବାଦ ଲାଗିହିଛି। ଏହା ମଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ପ୍ରବୀଣ ତୋଗଡ଼ିଆଙ୍କ ଲାଉଡସ୍ପିକରକୁ ନେଇ ଦେଇଥିବା ବୟାନ ସାମ୍ନାକୁ ଆସିଛି। ସେ ବିଜେପିକୁ ପରାମର୍ଶ ଦେଇ କହିଛନ୍ତି ସେମାନେ ଯେଉଁ ରାଜ୍ୟରେ କ୍ଷମତାରେ ଅଛନ୍ତି ସେହି ରାଜ୍ୟରେ ପ୍ରଥମେ ଲାଉଡସ୍ପିକର ବ୍ୟବହାର ବନ୍ଦ କରନ୍ତୁ। ପ୍ରବୀଣ ତୋଗଡ଼ିଆ କହିଛନ୍ତି ‘‘ମୁଁ ମୋର ବିଜେପିର ଭାଇମାନଙ୍କୁ ଅନୁରୋଧ କରୁଛି ସେମାନେ ଯେଉଁ ରାଜ୍ୟରେ କ୍ଷମତାରେ ଅଛନ୍ତି ସେହି ରାଜ୍ୟରେ ଲାଉଡସ୍ପିକର ବ୍ୟବହାର ବନ୍ଦ କରନ୍ତୁ। ଆପଣ ମହାରାଷ୍ଟ୍ରରେ ଲାଉଡସ୍ପିକର ହଟାଇବା ପାଇଁ ଆନ୍ଦୋଳନ କରୁଛନ୍ତି କିନ୍ତୁ ମଧ୍ୟପ୍ରଦେଶ ଓ ଗୁଜୁରାଟରେ ଲାଉଡସ୍ପିକର ହଟାଉନାହାନ୍ତି’’ ।
ଲାଉଡସ୍ପିକରକୁ ନେଇ ରାଜ୍ ଠାକରେଙ୍କ ବୟାନରେ ପ୍ରତିକ୍ରିୟା ଦେଇ ପ୍ରବୀଣ ତୋଗଡ଼ିଆ କହିଛନ୍ତି ଯେତେବେଳେ ମହାରାଷ୍ଟ୍ରରେ ବିଜେପି କ୍ଷମତାରେ ଥିଲା ସେତେବେଳେ କାହିଁକି ଏପରି ଦାବି କରାଗଲା ନାହିଁ। ଆମେ ପାଖାପାଖି ୧୦ ପୂର୍ବରୁ ଦାବି କରିଥିଲୁଯେ ମହାରାଷ୍ଟ୍ରରେ ଥିବା ମସଜିଦଗୁଡ଼ିକରୁ ଲାଉଡସ୍ପିକର ହଟିବା ଦରକାର। ଏହି ଦାବି ମଧ୍ୟ ଗତ ୨ବର୍ଷ ହେଲା ଆମେ ଉତ୍ତରପ୍ରଦେଶରେ କରିଆସୁଛୁ। ଏହାସହିତ ପ୍ରବୀଣ ତୋଗଡ଼ିଆ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଲାଉଡସ୍ପିକରକୁ ନେଇ ଲାଗୁ କରାଯାଇଥିବା ଗାଇଡଲାଇନକୁ ସାରା ଦେଶରେ ପାଳନ କରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଏହା ମଧ୍ୟରେ ମହାରାଷ୍ଟ୍ର ଡିଜିପି ରଜନୀଶ ସେଠ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଲାଉଡସ୍ପିକରକୁ ନେଇ ଲାଗୁ କରାଯାଇଥିବା ଗାଇଡଲାଇନକୁ ସାରା ରାଜ୍ୟରେ ପାଳନ କରିବା ପାଇଁ ଆଦେଶ ଜାରି କରିଛିନ୍ତି। ଡିଜିପି ରଜନୀଶ ସେଠ କହିଛନ୍ତି ପୋଲିସର ଅନୁମତି ନେବା ପରେ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲାଉଡସ୍ପିକର ବ୍ୟବହାର କରାଯାଇ ପାରିବ। ସେ ଲାଉଡସ୍ପିକର ବ୍ୟବହାର କରିବା ପାଇଁ ପୋଲିସ ଅନୁମତି, ସୁପ୍ରିମକୋର୍ଟର ଆଦେଶ ପାଳନ କରିବା ସହିତ ମହାରାଷ୍ଟ୍ର ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ପାଳନ କରିବାପାଇଁ ମଧ୍ୟ କହିଛନ୍ତି।
ସୂଚନାଥାଉକି, ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ଏପ୍ରିଲ ୨ରେ କହିଥିଲେଯେ, ଯଦି ମହାରାଷ୍ଟ୍ର ସରକାର ମେ ୩ ତାରିଖ ସୁଦ୍ଧା ମସଜିଦରୁ ଲାଉଡସ୍ପିକର ହଟାଇବାରେ ବିଫଳ ହେଲେ ତାହେଲେ ତାଙ୍କ ଦଳର କାର୍ଯ୍ୟକର୍ତ୍ତାମାନେ ନମାଜ ପଢ଼ିବା ସମୟରେ ମସଜିଦ ଆଗରେ ବଡ଼ ବଡ଼ ସ୍ପିକର ଲଗାଇ ହନୁମାନ ଚାଳିଶା ସହିତ ଭଜନ ବଜାଇବେ।
from Prameya News7 https://ift.tt/7RTNCsD

No comments: