କାନ୍ଦିବା କିମ୍ବା ଆଖିରୁ ଲୁହ ଆସିବା ଏକ ସ୍ୱାଭାବିକ କଥା। ସାଧାରଣତଃ, ଯେତେବେଳେ ଜଣେ ବ୍ୟକ୍ତି ଭାବପ୍ରବଣ ହୋଇଯାଏ, ଦୁଃଖରେ ଥାଏ, ଯନ୍ତ୍ରଣାରେ ଛଟପଟ ହୁଏ କିମ୍ବା ଜୋର୍ରେ ହସେ, ତା’ହେଲେ ତାଙ୍କ ଆଖିରୁ ଲୁହ ବୋହିଆସେ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଜଣେ ବ୍ୟକ୍ତି ଖାଇବା ବେଳେ କାନ୍ଦିବାର? ଏଭଳି ଜଣେ ଲୋକ ଅଛନ୍ତି ଯେତେବେଳେ ବି ସେ କିଛି ଖାଆନ୍ତି ଖାଆନ୍ତି, ସେ କାନ୍ଦିବାକୁ ଲାଗନ୍ତି। ଏହି ସମୟରେ ତାଙ୍କୁ ଦେଖିଲେ ଲାଗିବ ସତେଯେପରି ସେ କିଛି ଗମ୍ଭୀର ଦୁଃଖ ଦେଇ ଗତି କରୁଛନ୍ତି।
ଆଶ୍ଚର୍ଯ୍ୟଜନକ ଖବର ପାଇଁ, ନିକଟରେ ପ୍ରସିଦ୍ଧ ୱେବ୍ସାଇଟ୍ ଓଡିଟି ସେଣ୍ଟ୍ରାଲ୍ରେ ଚାଇନାର ଏହି ବିରଳ ସିଣ୍ଡ୍ରୋମ୍ ଥିବା ବ୍ୟକ୍ତିଙ୍କ ବିଷୟରେ କୁହାଯାଇଛି। ଏହି ଖବର ଏବେ ଖୁବ୍ ଭାଇରାଲ୍ ହେଉଥିବା ବେଳେ ଖୁବ ଚର୍ଚ୍ଚାରେ ରହିଛି।
ରିପୋର୍ଟ ଅନୁଯାୟୀ, ଚାଇନାର ଝାଙ୍ଗ ନାମକ ଜଣେ ବ୍ୟକ୍ତି ଏକ ହୋଟେଲରେ ଖାଉଥିବା ବେଳେ କାନ୍ଦୁଥିଲେ। ତାଙ୍କୁ ଲାଗୁଥିଲା ଯେ ବୋଧହୁଏ ତାଙ୍କର କିଛି ଅସୁବିଧା ଅଛି, ଯାହାଫଳରେ ଏମିତି ହେଉଛି। ଏହି କାରଣରୁ ସେ କୌଣସି ହୋଟେଲକୁ ଯାଇ ଖାଇ ପାରୁ ନଥିଲେ। କାରଣ ଲୋକମାନେ ତାଙ୍କ ଆଡକୁ ଚାହିଁବାବେଳେ ତାଙ୍କୁ ଲାଜ ଲାଗୁଥିଲା। ପରେ ଏହି ବ୍ୟକ୍ତି ଜଣକ ଜାଣିବାକୁ ପାଇଲେ ଯେ ଏହା ତାଙ୍କତ ସ୍ୱଭାବ ନୁହେଁ, ବରଂ ଏହା କୌଣସି ଏକ ରୋଗ।
ଝାଙ୍ଗ୍ ଚେକ୍ଅପ୍ ପାଇଁ ୱୁହାନର ଡାକ୍ତରଖାନାକୁ ଯାଇଥିଲେ, ଯେଉଁଠାରେ ରୋଗ ନିର୍ଣ୍ଣୟ ପରେ ଡାକ୍ତରମାନେ ତାଙ୍କୁ କହିଥିଲେ ଯେ ତାଙ୍କର କ୍ରୋକୋଡାଇଲ୍ ସିଣ୍ଡ୍ରୋମ ନାମକ ଏକ ବିରଳ ସିଣ୍ଡ୍ରୋମ ଅଛି। ଏ ବିଷୟରେ ଅଧିକ ସୂଚନା ଦେଇ ଡକ୍ଟର ଚେଙ୍ଗ୍ କହିଛନ୍ତି ଯେ ଏହି ସିଣ୍ଡ୍ରୋମ ବ୍ୟକ୍ତିର ମୁଖ ପକ୍ଷାଘାତ ସମସ୍ୟା ସହିତ ଜଡିତ।
ଯେହେତୁ ସେ ମୁହଁରେ ପକ୍ଷାଘାତ ହେବା ପରେ ସୁସ୍ଥ ହୋଇଛନ୍ତି, ତାଙ୍କ ଆଖିର ଲାକ୍ରିମାଲ୍ ଗ୍ରନ୍ଥି ଉପରେ ଖରାପ ପ୍ରଭାବ ପକାଇଛି। ରିକଭରୀ ବେଳେ ମୁଖର ସ୍ନାୟୁଗୁଡ଼ିକର ଦିଗ ବଦଳିଯାଇଛି, ଯେଉଁ କାରଣରୁ ଖାଦ୍ୟର ବାସ୍ନା କିମ୍ବା ସ୍ୱାଦରୁ ପାଟିରୁ ଲାଳ ବଦଳରେ ଆଖିରୁ ଲୁହ ଆସୁଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/XB04Cip
No comments: