ଦୁନିଆର ସବୁଠୁ ବଡ ବିମାନକୁ ଧ୍ୱଂସ କରିଦେଲା ଋଷ୍; ଏହାର ମୂଲ୍ୟ ଜାଣିଲେ ହୋସ୍ ଉଡିଯିବ Pramod Behera

ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ ଭିତରେ ଋଷ୍‌ ସେନା କ୍ରମାଗତ ଭାବରେ ୟୁକ୍ରେନ୍‌ର ରାଜଧାନୀ କିଭ୍ ସମେତ ଅନେକ ପ୍ରମୁଖ ସହର ଏବଂ ସାମରିକ ବେସ୍‌ ଉପରେ ଆକ୍ରମଣ କରୁଛି। ଏହି ଆକ୍ରମଣର ଜବାବ ମଧ୍ୟ ଦେଉଛି ୟୁକ୍ରେନ। ଅନେକ ଲୋକ ପ୍ରାଣ ହରାଉଥିବା ବେଳେ ଅନେକ ସମ୍ପତ୍ତିର ମଧ୍ୟ କ୍ଷତି ହେଉଛି। ବହୁ ଲୋକ ବାସହୀନ ହେଉଛନ୍ତି। କେତେକ ପରିବାର ଠାରୁ ଅଲଗା ମଧ୍ୟ ହୋଇଗଲେଣି। ଯୁଦ୍ଧ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର ପାଇଁ ବର୍ତ୍ତମାନ ଅନେକ ସମୟ ଲାଗିଯିବ।

ଋଷ୍‌ର ଆକ୍ରମଣରେ ୟୁକ୍ରେନ୍‌ ବହୁ କ୍ଷତି ସହୁଥିବା ବେଳେ ଯୁଦ୍ଧ ବନ୍ଦ କରିବା ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା, କିନ୍ତୁ କୌଣସି ସୁଫଳ ମିଳି ନଥିଲା। ବର୍ତ୍ତମାନ ସମୟରେ ଋଷ୍‌ର ସେନା ୟୁକ୍ରେନ୍‌ ଉପରେ ଆକ୍ରମଣ କରି ବିଶ୍ୱର ସବୁଠୁ ବଡ ବିମାନକୁ ଧ୍ୱଂସ କରିଦେଇଛି। ଏହି ବିମାନର ମୂଲ୍ୟ କୋଟି କୋଟି ଥିଲା ଏବଂ ଏହାକୁ ତିଆରି କରିବାକୁ ଅନେକ ବର୍ଷ ଲାଗିଯାଇଥିଲା।

ରିପୋର୍ଟ ଅନୁଯାୟୀ, ଦ ଏଣ୍ଟୋନୋଭ୍ ଆନ୍ -୨୨୫ ବିମାନ ଦୁନିଆର ସବୁଠୁ ବଡ ବିମାନ ଥିଲା। ଋଷ୍‌ର ସେନା ହୋଷ୍ଟୋମାଲ୍ ଏୟାରଫିଲ୍ଡକୁ ନିଜ କବ୍ଜାକୁ ନେଇ ବିମାନଟିକୁ ନଷ୍ଟ କରି ଦେଇଛି। ୟୁକ୍ରେନ୍‌ରେ ଏହାକୁ "ମ୍ରିୟା" କୁହାଯାଉଥିଲା ଯାହାର ଅର୍ଥ ସ୍ୱପ୍ନ। ଏହି ବିମାନଟି ଗତ ୩୦ ବର୍ଷ ଧରି ୟୁକ୍ରେନ୍ ସେବାରେ ଥିଲା।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବିମାନ ତିଆରି କରିବାକୁ ଦୀର୍ଘ 5 ବର୍ଷ ଲାଗିଯାଇଥିଲା ​​ଏବଂ ଏହାର ମୋଟ ମୂଲ୍ୟ ୨୨ କୋଟି ଟଙ୍କା ଥିଲା। ଏହି ବିମାନକୁ ପରିଚାଳନା କରୁଥିବା ୟୁକ୍ରେନ୍‌ର ଷ୍ଟେଟ୍ ଡିଫେନ୍ସ କମ୍ପାନୀ ୟୁକ୍ରୋବୋରୋନପ୍ରୋମ କହିଛନ୍ତି ଯେ ଏହାର ପୁନଃ ନିର୍ମାଣ ପାଇଁ ବହୁ ସମୟ ଏବଂ ଅର୍ଥ ଲାଗିବ। ଯଦି ଋଷ୍‌ ଏହାର କ୍ଷତିପୂରଣ ଦିଏ, ତେବେ ଏହାକୁ ପୁନଃ ନିର୍ମାଣ କରାଯାଇପାରିବ।

ବିମାନଟି ଋଷ୍‌ ସେନା ଦ୍ୱାରା ନଷ୍ଟ ହେବାପରେ କମ୍ପାନୀ ବହୁ କ୍ଷତି ସହିଛି। କମ୍ପାନୀର କହିବାନୁସାରେ, ବର୍ତ୍ତମାନ ଋଷ୍‌ଠାରୁ ଏହାର ସମ୍ପୂର୍ଣ୍ଣ ମୂଲ୍ୟ ପାଇବା ପାଇଁ ଚେଷ୍ଟା କରିବ। କମ୍ପାନୀ କହିଛି ଯେ ଋଷ୍‌ ଚତୁରତାର ସହ ୟୁକ୍ରେନ୍‌ର ବିମାନ ଚଳାଚଳକୁ ନଷ୍ଟ କରିଦେଇଛି ଯାହା ଦ୍ୱାରା ବିମାନ ସେବା ପ୍ରଭାବିତ ହେବ। ଏଣ୍ଟୋନୋଭ୍‌ ଏୟାରଲାଇନ୍ସର ନିର୍ଦ୍ଦେଶକଙ୍କ ଅନୁଯାୟୀ ସେମାନେ ବିମାନର ଇଞ୍ଜିନ ବାହାର କରି ଏହାର ମରାମତି ପାଇଁ ଦେଇଥିଲେ, କିନ୍ତୁ ବିମାନଟି ଆଉ ଉଡ଼ିବାରେ ସକ୍ଷମ ନୁହେଁ।

ବିମାନର ଧ୍ୱଂସ ପାଇଁ ୟୁକ୍ରେନ୍‌ର ବୈଦେଶିକ ମନ୍ତ୍ରୀ ଡମାୟନ୍ତ୍ରୋ କୁଲେବା ଋଷ୍‌କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଦେଶର କଠିନ ସମୟରେ ଏହି ବିମାନ ବହୁତ ସହଯୋଗ କରିଛି। ୨୦୧୦ ମସିହାରେ ହୈତିରେ ହୋଇଥିବା ଭୟଙ୍କର ଭୂକମ୍ପରେ ଏହି ବିମାନ ଲୋକଙ୍କୁ ସାହାଯ୍ୟ କରିଥିଲା ଏବଂ କରୋନା ଅବଧି ସମୟରେ ଆବଶ୍ୟକ ଲୋକଙ୍କ ନିକଟରେ ପହଞ୍ଚିବାରେ ମଧ୍ୟ ବହୁତ ସହଯୋଗ କରିଥିଲା।



from Latest Odisha News, Breaking News Today | Top Updates on Corona - OTV News https://ift.tt/rsilhVC
ଦୁନିଆର ସବୁଠୁ ବଡ ବିମାନକୁ ଧ୍ୱଂସ କରିଦେଲା ଋଷ୍; ଏହାର ମୂଲ୍ୟ ଜାଣିଲେ ହୋସ୍ ଉଡିଯିବ Pramod Behera ଦୁନିଆର ସବୁଠୁ ବଡ ବିମାନକୁ ଧ୍ୱଂସ କରିଦେଲା ଋଷ୍; ଏହାର ମୂଲ୍ୟ ଜାଣିଲେ ହୋସ୍ ଉଡିଯିବ Pramod Behera Reviewed by SUBHENDU BARAL on March 02, 2022 Rating: 5

No comments:

Powered by Blogger.