ନିଜ ବଗିଚାରେ କାକୁଡି ଫଳାନ୍ତୁ; ଲାଭବାନ ହୁଅନ୍ତୁ Pramod Behera

ସାଧାରଣତଃ କାକୁଡିର ଉତ୍ପତ୍ତି ହେଉଛି ଭାରତ। ଏହା ଏକ ଲତାଜାତୀୟ ଉଦ୍ଭିଦ ଯାହା ସମଗ୍ର ଭାରତରେ ଗ୍ରୀଷ୍ମ ପନିପରିବା ଭାବରେ ବ୍ୟବହୃତ ହୁଏ। କାକୁଡିକୁ କଞ୍ଚା, ସାଲାଡ୍‌ରେ କିମ୍ବା ପନିପରିବା ଭାବରେ ବ୍ୟବହୃତ ହୁଏ। ତେଲ ବାହାର କରିବା ପାଇଁ କାକୁଡି ମଞ୍ଜି ବ୍ୟବହୃତ ହୁଏ ଯାହା ଶରୀର ଏବଂ ମନ ପାଇଁ ଖୁବ୍ ଭଲ। କାକୁଡିରେ ୯୬% ପାଣି ଥାଏ, ଯାହା ଗ୍ରୀଷ୍ମ ଋତୁ ପାଇଁ ଭଲ ଫଳାଫଳ ଦେଇଥାଏ। କାକୁଡି ମୋଲେବ୍ଡେନମ୍ ଏବଂ ଭିଟାମିନ୍‌ର ଏକ ଉତ୍ତମ ଉତ୍ସ। ଚର୍ମ, କିଡ୍‌ନୀ ଏବଂ ହୃଦ୍‌ଘାତର ଚିକିତ୍ସାରେ ବ୍ୟବହାର କରାଯାଏ।

ଫେବୃଆରୀ-ମାର୍ଚ୍ଚ ମାସ କାକୁଡି ଚାଷ ପାଇଁ ଖୁବ ଭଲ। ଏହା ସମଗ୍ର ଦେଶରେ ଚାଷ କରାଯାଏ। କାକୁଡିର ଉନ୍ନତ କିସମ ଭିତରେ ପୁସା ସଂଯୋଗ, ପନ୍ତ ଶଙ୍କର-୧, ପନ୍ତ-୧, ମାଲିନି ଜୁହି ଇତ୍ୟାଦି ରହିଛି।

ବୁଣିବାର ସମୟ:

କାକୁଡି ଚାଷ ସମୟ ଜାଗା ଅନୁସାରେ ହୋଇଥାଏ। ଉତ୍ତର ଭାରତରେ କାକୁଡି ଫେବୃଆରୀ-ମାର୍ଚ୍ଚ ଏବଂ ଜୁନ୍-ଜୁଲାଇରେ ବୁଣାଯାଏ। ପାହାଡ଼ିଆ ଅଞ୍ଜଳରେ ମାର୍ଚ୍ଚ-ଜୁନ୍ ପର୍ଯ୍ୟନ୍ତ ବୁଣାଯାଏ।

ବୁଣିବାରେ ଦୂରତା:

ଏକ ଭଲ ପ୍ରସ୍ତୁତ କ୍ଷେତରେ ୬୦ ରୁ ୯୦ ସେମି ଦୂରତାରେ ବଞ୍ଚିଗୁଡିକ ବୁଣିବା ଉଚିତ।

ଗଭୀରତା:

୧-୨ ସେମି ଗଭୀରରେ ମଞ୍ଜି ବୁଣିବା ଦରକାର।

ବୁଣିବା ପଦ୍ଧତି:

ପ୍ରତ୍ୟେକ ଗର୍ତ୍ତରେ ୨ ଟି ମଞ୍ଜି ବୁଣାଯିବା ଉଚିତ।

ବିହନ ପରିମାଣ:

କାକୁଡି ଚାଷ ପାଇଁ, ୩-୪ କିଲୋଗ୍ରାମ କାକୁଡି ମଞ୍ଜିର ବିହନ ଯଥେଷ୍ଟ।

ଅନୁକୂଳ ଜଳବାୟୁ:

କାକୁଡି ଚାଷ ପାଇଁ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍ ଏବଂ ସର୍ବନିମ୍ନ ୨୦ ଡିଗ୍ରୀ ସେଲ୍‌ସିୟସ୍ ହେବା ଉଚିତ। ୨୫ ରୁ ୩୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଭଲ ଅଭିବୃଦ୍ଧି ଏବଂ ଫଳ ପାଇଁ ଭଲ। ଏହା ବରଫାଞ୍ଚଳରେ ହୋଇପାରେନା।

ଜମି ଚୟନ:

ଭଲ ଭାବେ ଜଳ ନିଷ୍କାସିତ ବାଲିଆ ଏବଂ କାଦୁଆ ମାଟି କାକୁଡି ଚାଷ ପାଇଁ ଉପଯୁକ୍ତ। ତେବେ ଭଲ ଅମଳ ପାଇବା ପାଇଁ ମୃତ୍ତିକା ପରୀକ୍ଷା କରାଯିବା ଉଚିତ। କ୍ଷେତ ପ୍ରସ୍ତୁତି:

କାକୁଡି ଚାଷ ପାଇଁ କ୍ଷେତ ପ୍ରସ୍ତୁତ କରିବା ପାଇଁ, ପ୍ରଥମେ ମାଟିକୁ ହଳ କରିବା ଦରକାର। ପରେ ମାଟିକୁ ଝୁରା କରିବା ଉଚିତ।

ସାର:

କାକୁଡି ଚାଷ ପାଇଁ କ୍ଷେତ ପ୍ରସ୍ତୁତ କରିବାବେଳେ, ଏକ ଏକର ମାଟିରେ ୧୦-୧୫ ଟନ୍ ଗୋବର ଖତ ଭଲ ଭାବରେ ମିଶାଇଦେବ ଉଚିତ। ମାଟିକୁ ପରୀକ୍ଷା କରି ରାସାୟନିକ ସାରରେ ନାଇଟ୍ରୋଜେନ୍, ଫସ୍‌ଫରସ୍, ଏବଂ ପଟାଶ୍ ବ୍ୟବହାର କରିହେବ।

କାକୁଡି ଅମଳ:

ବିହନ ବୁଣିବାର ପ୍ରାୟ ୫୦-୬୦ ଦିନ ପରେ କାକୁଡି ଅମଳକ୍ଷମ ହୋଇଯାଏ। ଯେତେବେଳେ ଫଳଗୁଡ଼ିକ ନରମ ଏବଂ ଭଲ ଆକାରରେ ହୋଇଯାଏ, ସେଗୁଡ଼ିକ ସାବଧାନତାର ସହିତ ଛିଡ଼ାଯାଏ।

ଉତ୍ପାଦନ:

କାକୁଡି ଫସଲର ହାରାହାରି ଅମଳ ହେଉଛି ଏକର ପିଛା ୩୩-୪୨ କ୍ୱିଣ୍ଟାଲ।



from Latest Odisha News, Breaking News Today | Top Updates on Corona - OTV News https://ift.tt/bfZhzjN
ନିଜ ବଗିଚାରେ କାକୁଡି ଫଳାନ୍ତୁ; ଲାଭବାନ ହୁଅନ୍ତୁ Pramod Behera ନିଜ ବଗିଚାରେ କାକୁଡି ଫଳାନ୍ତୁ; ଲାଭବାନ ହୁଅନ୍ତୁ Pramod Behera Reviewed by SUBHENDU BARAL on March 01, 2022 Rating: 5

No comments:

Powered by Blogger.