IPL 2022: ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ବାଜି ମାରିଲା ଗୁଜରାଟ ଟାଇଟନ୍ସ, ୫ ଓ୍ଵିକେଟ୍ରେ ହାରିଲା ଲକ୍ଷ୍ନୌ ସୁପର ଜାୟଣ୍ଟସ
ମୁମ୍ବାଇ ୨୮।୦୩: ରାହୁଲ ତେଓ୍ଵତିଆଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଗୁଜରାଟ ଲାୟନ୍ସ ଲକ୍ଷ୍ନୌ ପଞ୍ଝାରୁ ମ୍ୟାଚ୍ ଛଡାଇନେଇଛି। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍ରେ ରୋମାଞ୍ଚକର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଗୁଜରାଟ୍ ଟାଇଟନ୍ସ ବାଜି ମାରି ନେଇଛି। ଗୁଜରାଟ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଥିବା ବେଳେ ଲୋକେଶ ରାହୁଲଙ୍କ ଦଳ ହାତରେ ପରାଜୟ ମିଳିଛି। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଦୀପକ ହୁଡ୍ଡାଙ୍କ ୫୫ ରନ ଏବଂ ଆୟୁଷ ବାଦୋନିଙ୍କ ୫୪ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୫୮ ରନ କରିଥିଲା। ଜବାବରେ ଗୁଜରାଟ ଟାଇଟନ୍ସ ରାହୁଲ ତେଓ୍ଵତିଆଙ୍କ ବିସ୍ଫୋରକ ଅପରାଜିତ ୪୦ ରନ ବଳରେ ୧୯.୪ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ତାଙ୍କ ବ୍ୟତୀତ ଡେଭିଡ୍ ମିଲର ୩୦ ରନ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୩୩ ଏବଂ ମାଥ୍ୟୁ ଓ୍ଵାଦେଙ୍କ ୩୦ ରନ ଉପଯୋଗୀ ଇନିଂସ ଖେଳିଛନ୍ତି। ଯୁବ ଖେଳାଳି ଅଭିନବ ମନୋହର ୭ ବଲରୁ ୧୫ ରନ କରି ଅପରାଜିତ ଥିଲେ। ଶେଷ ୫ ଓଭରରେ ୭୦ ରନ କରି ବିଜୟୀ ହୋଇଛି ଗୁଜରାଟ ଟାଇଟନ୍ସ।
from Prameya News7 https://ift.tt/RwA0Wro

No comments: