୭୯ ବର୍ଷରେ ବିଗ ବି କଲେ ଏମିତି ଷ୍ଟଣ୍ଟ; ଲୋକଙ୍କର ମନେ ପଡ଼ିଗଲା ‘ଦିୱାର’ ଓ ‘ଜଞ୍ଜୀର’ ଭଳି ଫିଲ୍ମ

ମୁମ୍ୱାଇ ୨୮/୦୩ : ବଲିଉଡର ଚର୍ଚ୍ଚିତ ଚେହେରା ତଥା କିମ୍ୱଦନ୍ତି ଅଭିନେତା ଅମିତାଭ ବଚ୍ଚନ ଏବେ ମଧ୍ୟ ବଲିଉଡରେ ସକ୍ରିୟ ଅଛନ୍ତି। ତାଙ୍କୁ ୮୦ ବର୍ଷ ହୋଇଥିଲେ ମଧ୍ୟ ସେ ଆଜିବି ଚଳଚଞ୍ଚଳ ଅଛନ୍ତି । ତାଙ୍କ ଅଭିନୟକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ରହନ୍ତି । ସମ୍ପ୍ରତି ସେ ନିର୍ଦ୍ଦେଶକ ଅମିତ ଶର୍ମାଙ୍କ ସହିତ ଏକ ବ୍ୟବସାୟିକ ଟିଭି ବିଜ୍ଞାପନ ଶୁଟିଂ କରୁଥିଲେ । ଏହି ଶୁଟିଙ୍ଗ ସମୟରେ ଅମିତାଭଙ୍କ ଅଭିନୟ ପ୍ରତି ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠତାକୁ ଦେଖିବାକୁ ମିଳିଥିଲା । ଏହି ସୁଟିଂରେ ସେ ସମସ୍ତଙ୍କୁ ତାଙ୍କର ଅଭିନୟ ବିଷୟରେ ଭାବିବାକୁ ବାଧ୍ୟ କରିଥିଲା । କାରଣ ଏହି ସୁଟିଂରେ ଆକ୍ସନ ସିନ୍‌ ଓ ଷ୍ଟଣ୍ଟ ମଧ୍ୟ  ସାମିଲ ଥିଲା ।

୭୯ ବର୍ଷୀୟ ଅମିତାଭ ବଚ୍ଚନ ତାଙ୍କର କୃ-ମେମ୍ବର ଓ ନିର୍ଦ୍ଦେଶକଙ୍କୁ କହିଥିଲେଯେ ସେ ନିଜେ ସିନ୍‌ରେ ଥିହା ଷ୍ଟଣ୍ଟ କରିବେ। ଏହା ଶୁଣି ପ୍ରଡକ୍ସନର କୃ ମେମ୍ୱର ସହିତ ସୁଟିଙ୍ଗ ସେଟରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ କୁହାଯାଇଛିଯେ ମନୋହର ବର୍ମା ଯିଏକି ଏହି ଏକ୍ସନ ସିକ୍ୱେନ୍ସକୁ କୋରିଓଗ୍ରାଫି ଓ ନିର୍ଦ୍ଦେଶନା ଦେଉଥିଲେ । ସେ କହିଛନ୍ତି ଆମେ ଏହି ସିନ୍‌ ପାଇଁ ବଡି ଡବଲ ସହିତ ପ୍ରସ୍ତୁତ ଥିଲୁ କିନ୍ତୁ ମିଷ୍ଟର ବଚ୍ଚନ ସୁଟିଙ୍ଗ ସେଟକୁ ଆସି ସିଧା ସଳଖ ସେ ନିଜେ ଏହି ଷ୍ଟଣ୍ଟ କରିବେ ବୋଲି କହିଥିଲେ।

ଏକ୍ସନ ଡାଇରେକ୍ଟର କହିଛନ୍ତି ସୁଟିଙ୍ଗ ସମୟରେ ଅମିତାଭଙ୍କୁ ଅନେକ ପ୍ରିକସନ ନେବାକୁ ପଡିଥିଲା । ପ୍ରକୃତରେ ଅମିତାଭଙ୍କୁ ଗୋଟିଏ ପରେ ଗୋଟିଏ ତିନୋଟି କାଚ ଏହି ସିନରେ ଭାଙ୍ଗି ବାର ଥିଲା। କିନ୍ତୁ ଆଶ୍ଚର୍ଯ୍ୟ କଥା ହେଉଛି ଗୋଟିଏ ଟେକ୍‌ରେ ଅମିତାଭ ସେହି କାଚକୁ ଭାଙ୍ଗି ଚୁରମାର କରିଦେଇଥିଲେ । ଅମିତ ବର୍ମା କହିଛନ୍ତି  ଏହା ଦେଖି ସୁଟିଙ୍ଗ ସେଟରେ ସମସ୍ତଙ୍କର ଦୀୱାର ଓ ଜଞ୍ଜୀରରେ ଥିବା ଏଙ୍ଗ୍ରି ୟଙ୍ଗ ମେନ ମନେ ପଡ଼ିଯାଇଥିଲେ ।  

ଏକସନ ଡାଇରେକ୍ଟର ମନୋହର ବର୍ମା ‘ସର୍ଦ୍ଦାର ଉଦ୍ଦମ ସିଂ’ ଓ ‘ମିର୍ଜାପୁର’ ଭଳି ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି । ଏହା ପୂର୍ବରୁ ମଧ୍ୟ ମନୋହର ଅମିତାଭଙ୍କ ସହିତ ଏକ କମର୍ଶିଆଲ ପ୍ରୋଜେକ୍ଟରେ କାମ କରିଛନ୍ତ । ସେ ସୁଜୀତ ସରକାଙ୍କ ସହିତ ମଧ୍ୟ କାମ କରିଛନ୍ତି। ଅମିତାଭଙ୍କ ବିଷୟରେ ବର୍ମା କହିଛନ୍ତି ସେ ତ ନମ୍ୱର ୱାନ ଅଟନ୍ତି ଓ ତାଙ୍କର ମୁକାବିଲା କେହି କରିପାରିବେ ନାହିଁ। ଆଜିର ପିଢ଼ି ମଧ୍ୟ ତାଙ୍କର ମୁକାବିଲା କରିପାରିବେ ନାହିଁ।  



from Prameya News7 https://ift.tt/CDoZViO
୭୯ ବର୍ଷରେ ବିଗ ବି କଲେ ଏମିତି ଷ୍ଟଣ୍ଟ; ଲୋକଙ୍କର ମନେ ପଡ଼ିଗଲା ‘ଦିୱାର’ ଓ ‘ଜଞ୍ଜୀର’ ଭଳି ଫିଲ୍ମ ୭୯ ବର୍ଷରେ ବିଗ ବି କଲେ ଏମିତି ଷ୍ଟଣ୍ଟ; ଲୋକଙ୍କର ମନେ ପଡ଼ିଗଲା ‘ଦିୱାର’ ଓ ‘ଜଞ୍ଜୀର’ ଭଳି ଫିଲ୍ମ Reviewed by SUBHENDU BARAL on March 28, 2022 Rating: 5

No comments:

Powered by Blogger.