ବଲିଉଡ୍‌ର ଗ୍ଲାମର ଗଳିରେ ଅନ୍ଧବିଶ୍ୱାସର ଅନ୍ଧାରୀ ଘର; କ୍ୟାରିୟର ବଞ୍ଚାଇବାକୁ ଗୁଣିଗାରେଡ଼ିର ସହଯୋଗ ନେଇଥିଲେ ଏହି ନାୟିକା, ଖୁଲାସା ପରେ ସମସ୍ତେ ଆଶ୍ଚର୍ଯ୍ୟ

ବଲିଉଡ୍‌ ନାୟିକାଙ୍କ ବଡ଼ ଖୁଲାସା।
ଗ୍ଲାମର ଲେନ୍‌ରେ ନିର୍ଦ୍ଦେଶକ ବଦଳରେ ତାନ୍ତ୍ରିକର ସନ୍ଧାନ
ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ବଶିକରଣ
ରିୟଲିଟି ଶୋରେ ସିକ୍ରେଟ୍ ଖୋଲିଲେ ପାୟଲ।

କ୍ୟାରିୟର୍ ପାଇଁ ନେଇଥିଲେ ଗୁଣିଗାରେଡ଼ିର ସାହାଯ୍ୟ।

ମୁମ୍ବାଇ: ମାୟାନଗରୀ ମୁମ୍ବାଇ... ଝିଲ୍‌ମିଲ୍‌ ସହରରେ ଚମକନ୍ତି ବଲିଉଡ୍ ଷ୍ଟାର୍। ଆଉ ଏହି ଗ୍ଲାମର୍‌ ଲେନ୍‌ରେ ପାଦ ରଖିବାକୁ ଚାଲେ ନାନା କସରତ। ବଲିଉଡ୍‌ର ବଡ଼ ବଡ଼ ଫିଲ୍ମି ପରିବାର ଭିତରେ ନୂଆ ପରିଚୟ ତିଆରି କରିବା ଯେତିକି କଷ୍ଟ ସେତିକି ଅସମ୍ଭବ। ହେଲେ କ୍ୟାରିୟର ଗଢ଼ିବା ପାଇଁ ଏଇ ଉଚ୍ଚ ଶିକ୍ଷିତ ସହର ଭିତରେ ଗୁଣି ଗାରେଡ଼ିର ସାହାଯ୍ୟ ନେବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା ?

ବଲିଉଡ୍‌ ନାୟିକା ପାୟଲ ରୋହତଗୀ କିଛି ଏଭଳି ଆଶ୍ଚର୍ଯ୍ୟକର ତଥ୍ୟର ଖୁଲାସା କରିଛନ୍ତି। ସିନେମାରେ କ୍ୟାରିୟର ବଞ୍ଚାଇବାକୁ ସେ ନେଇଛନ୍ତି ଗୁଣିଗାରେଡିର ସାହାଯ୍ୟ। ଲକ୍‌ଅପ୍‌ ରିୟଲିଟି ଶୋରେ ସିକ୍ରେଟ୍ ଶେୟାର୍ କରୁଥିବା ବେଳେ ଏଭଳି ଚମକାଇଲା ଭଳି ତଥ୍ୟର ଖୁଲାସା କରିଛନ୍ତି ପାୟଲ।

ସିନେମାରେ ତାଙ୍କ କ୍ୟାରିୟରକୁ ନେଇ ଚିନ୍ତାରେ ଥିଲେ ପାୟଲ। ମିଳୁ ନଥିଲା ଅଫର। ଚିନ୍ତା ଓ ଚାପରେ ଥିବା ପାୟଲଙ୍କୁ ଗୁଣି ଗାରେଡ଼ିର ସହଯୋଗ ନେବାକୁ ପରାମର୍ଶ ଦେଲେ ହିତାକାଂକ୍ଷୀ। ଆଉ ଉଚ୍ଚଶିକ୍ଷିତା ପାୟଲ ବି ଗ୍ଲାମର ଲେନ୍‌ରେ ପରିଚୟ କାଏମ୍‌ ରଖିବାକୁ ଆରମ୍ଭ କରିଦେଲେ ବଶିକରଣ ପୂଜା।

ହେଲେ ବଶିକରଣ ନା ବସିଲେ ନିର୍ଦ୍ଦେଶକ ନା ପ୍ରଯୋଜକ ନା ମିଳିଲା କୌଣସି ଫିଲ୍ମର ଅଫର। କାମଦେଲାନି ଗ୍ଲାମର ଗୁଣି। ପାୟଲଙ୍କ ଠାରୁ ଏଭଳି କଥା ଶୁଣିବା ପରେ ଶୋ'ରେ ସମସ୍ତେ ଆଶ୍ଚର୍ଯ୍ୟ।

ତେବେ କେବଳ ପାୟଲ ନୁହେଁ, ବଲିଉଡ୍‌ ବିବାଦୀୟ କ୍ୱିନ୍‌ କଙ୍ଗନାଙ୍କୁ ମଧ୍ୟ ମିଳିଥିଲା ଗୁଣିଗାରେଡ଼ିର ପରାମର୍ଶ। ସବୁ ସଫଳ ନାୟିକା ପଛରେ ବ୍ଲାକ୍ ମେଜିକର ଖେଳ ଥାଇପାରେ ବୋଲି ସନ୍ଦେହ କରୁଥିଲେ ଅନ୍ୟମାନେ। ବଲିଉଡ୍‌ରେ ପାଦ ରଖିବା ବେଳେ କଂଗନାଙ୍କ ସହିତ ଘଟିଥିଲା କିଛି ଏମିତି ଘଟଣା। ଯାହା ସେ ରିୟଲିଟି ଶୋରେ ଖୁଲାସା କରିଛନ୍ତି।

ବଲିଉଡ୍‌ର ଗ୍ଲାମର ଗଳିରେ ଯେ ଏମିତି ଗୋଟେ ଅନ୍ଧବିଶ୍ୱାସର ଅନ୍ଧାର ଗଳି ଥାଇପାରେ ଏକଥା ବିଶ୍ୱାସ କରି ହେଉ ନଥିଲେ ବି ଏହି ନାୟିକମାନଙ୍କର କଥାରୁ ସ୍ପଷ୍ଟ।



from Prameya News7 https://ift.tt/mxvZ7Kk
ବଲିଉଡ୍‌ର ଗ୍ଲାମର ଗଳିରେ ଅନ୍ଧବିଶ୍ୱାସର ଅନ୍ଧାରୀ ଘର; କ୍ୟାରିୟର ବଞ୍ଚାଇବାକୁ ଗୁଣିଗାରେଡ଼ିର ସହଯୋଗ ନେଇଥିଲେ ଏହି ନାୟିକା, ଖୁଲାସା ପରେ ସମସ୍ତେ ଆଶ୍ଚର୍ଯ୍ୟ ବଲିଉଡ୍‌ର ଗ୍ଲାମର ଗଳିରେ ଅନ୍ଧବିଶ୍ୱାସର ଅନ୍ଧାରୀ ଘର; କ୍ୟାରିୟର ବଞ୍ଚାଇବାକୁ ଗୁଣିଗାରେଡ଼ିର ସହଯୋଗ ନେଇଥିଲେ ଏହି ନାୟିକା, ଖୁଲାସା ପରେ ସମସ୍ତେ ଆଶ୍ଚର୍ଯ୍ୟ Reviewed by SUBHENDU BARAL on March 28, 2022 Rating: 5

No comments:

Powered by Blogger.