ଜଟଣୀ, ୨୮/୦୩: ଜଟଣୀ ପୋଲିସର ବଡ ସଫଳତା l ଅଭିଯୋଗକ୍ରମେ ଜଟଣୀ ଥାନାରେ ଏକ ଚୋରି ଜନିତ ମାମଲାର ତଦନ୍ତ କରି ଜଟଣୀ ପୁଲିସ ୪ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ କରିଛି l ରାତିରେ ଜଟଣୀ ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ ଯେ, ୪ ଜଣ ଚୋର ଏକାଠି ଏକ ଚୋରି କରି ଆଣିଥିବା ଟ୍ରକକୁ କବାଡି ଖାନାରେ ବିକ୍ରୟ ନିମନ୍ତେ ଗ୍ୟାସ କଟର ସହାଯ୍ୟରେ କାଟି ଛୋଟ ଛୋଟ ଟୁକୁଡାରେ ପରିଣତ କରୁଛନ୍ତି ।
ଏହି ଖବର ପାଇବା ପରେ ପୁଲିସର ଏକ ସ୍ୱତନ୍ତ୍ର ଟିମ ଉକ୍ତ ସ୍ଥାନ ଉପରେ ଚଢାଉ କରି ୨ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ୨ଜଣ ଅଭିଯୁକ୍ତ ସେଠାରୁ ଖସିଯାଇଥିଲେ । ଜଟଣୀ ଥାନା ପୁଲିସ ପୁନର୍ବାର ପିତାପଲ୍ଲୀ ଠାରେ ଥିବା ଅଭିଯୁକ୍ତଙ୍କ କବାଡି ଖାନା ଉପରେ ଚଢାଉ କରି ଖସିଯାଇଥିବା ଅନ୍ୟ ୨ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ପୁଲିସ ତାଙ୍କ ନିକଟରୁ ଗୋଟିଏ ଅଧା କାଟା ଯାଇଥବା ଟ୍ରକ, ଗୋଟିଏ ଟାଟା ଏସି, ଗୋଟିଏ ଏଚପି ଗ୍ୟାସ ସିଲିଣ୍ଡର, ଗୋଟିଏ ଅକ୍ସିଜେନ ସିଲିଣ୍ଡର ଏବଂ ଗୋଟିଏ ଗ୍ୟାସ କଟର ସହିତ ଅନ୍ୟ ସରଞ୍ଜାମ ସବୁକୁ ଜବତ କରିଛି। ତିନ ଜଣ ଚୋର ଜଟଣୀ ଥାନା ଅଂଚଳର, ବିନୋଦ କୁମାର ମାର୍ଥା, ଗଣେଶ ପ୍ରଧାନ, କବି କବାଡିଆ ଓ କିଶୋର ବିଶ୍ୱାଳ ଅନୁଗୁଳ ଜ଼ିଲ୍ଲାର ବୋଲି ଜଣାପଡିଛି l
from Prameya News7 https://ift.tt/ZoN3VhE

No comments: