ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକକୁ ପଛପଟୁ ପିଟିଲା କାର୍‌, ୫ ମୃତ

ଅନୁଗୁଳ ୦୧।୦୩: ଛିଡା ହୋଇଥିବା ଟ୍ରକକୁ ପଛପଟୁ ପିଟିଲା କାର୍‌ । ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ପାଲଲହଡ଼ା କଣ୍ଟିଆପଶି ବାଇପାସ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ପାଲଲହଡ଼ା  କଣ୍ଟିଆପଶି ବାଇପାସ ଛକ ନିକଟରେ ଏକ ଟ୍ରକ ଛିଡ଼ା ହୋଇଥିଲା । ଠିକ୍‌ ଏହି ସମୟରେ ଏକ କାର୍‌ ଭାରସାମ୍ୟ ହରାଇ ଆସି ଟ୍ରକ ସହିତ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଇଞ୍ଜିଡି ଗାଁର ବୋଲି ଜଣାପଡିଛି । ଦୁର୍ଘଟଣା ଖବର ଶୁଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏହିସହିତ ସମସ୍ତ ମୃତଦେହକୁ ଜବତ କରି ଖମାର ମେଡିକାଲକୁ ପୋଷ୍ଟ ମର୍ଟମ ନିମନ୍ତେ ପଠାଯାଇଛି ।



from Prameya News7 https://ift.tt/zgTaOSh
ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକକୁ ପଛପଟୁ ପିଟିଲା କାର୍‌, ୫ ମୃତ ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକକୁ ପଛପଟୁ ପିଟିଲା କାର୍‌, ୫ ମୃତ Reviewed by SUBHENDU BARAL on February 28, 2022 Rating: 5

No comments:

Powered by Blogger.