ସକାଳୁ ଉଠି କରନ୍ତୁ ଏହି ପୂଣ୍ୟ କାମ, ପ୍ରସନ୍ନ ହେବେ ମାଆ ଲକ୍ଷ୍ମୀ Pallipuspa Samal

ଘରର ମହିଳା କିମ୍ୱା ବୟସ୍କ ଲୋକ ସକାଳେ ଶୀଘ୍ର ଉଠି ଗାଧୋଇ ସାରି ତମ୍ୱା ଲୋଟାରେ ତୁଳସୀକୁ ଜଳ ଦେବା ଉଚିତ। ସେହି ଅଳ୍ପ ପାଣିରେ ତୁଳସୀ ପତ୍ର ପକାଇ ପୂଜା କରନ୍ତୁ ଓ ଏହି ପାଣିକୁ ଘର କୋଣ ଏବଂ ମୁଖ୍ୟଦ୍ୱାରରେ ପକାନ୍ତୁ । ଏଥିରୁ ଘରୁ ନକରାତ୍ମକ ଶକ୍ତି ଦୁରେଇ ଯିବ ଓ ସୁଖ ସମୃଦ୍ଧି ଆସିବ।

  • ତୁଳସୀଙ୍କୁ ଜଳ ଦେବା ସମୟରେ ଭଗବାନ ବିଷ୍ଣୁଙ୍କର ମନ୍ତ୍ର ‘ଓଁ ନମୋ ଭଗବତେ ବାସୁଦେବାୟ’ ଜପ କରନ୍ତୁ। ଏପରି କଲେ ଘରର ଦରିଦ୍ରତା ଦୂରେଇ ଯିବା ସହ ମାଆ ଲକ୍ଷ୍ମୀଙ୍କର କୃପା ଲାଗି ରହିବ ।
  • ସବୁବେଳେ ସକାଳୁ ଉଠି ଘର ଭଲଭାବେ ପରିଷ୍କାର କରନ୍ତୁ । ତା ସହିତ ପୂଜା କରି ସାରି ତୁଳସୀ କିମ୍ୱା ଘରର ଦ୍ୱାର ପାଖରେ ଗୁଆଘିଅ ରେ ଦୀପ ଜଳାନ୍ତୁ । ଏହାଦ୍ୱାରା ଘରକୁ ମାଆ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ।
  • ସକାଳେ ଶୀଘ୍ର ଉଠି ତମ୍ୱା ଲୋଟାରେ ଜଳ ନେଇ ସେଥିରେ ସିନ୍ଦୁର ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ । ଏଥିରୁ ଘରକୁ ସକରାତ୍ମକ ଶକ୍ତି, ଶାନ୍ତି, ଏବଂ ଧନର ଆଗମନ ହୋଇଥାଏ ।
  • ସକାଳୁ ଉଠି ଆଗ ବାପା ମାଆଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ । ଏଥିରୁ ଆପଣଙ୍କ ଘରକୁ ସକାରାତ୍ମକ ପରିବେଶ ସୃଷ୍ଟି ହେବା ସହ ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢ଼ିବ ।
  • ଘରେ ଶାନ୍ତି ଶୃଙ୍ଖଳା ଓ ସୁସ୍ଥ ବାତାବରଣ ବନେଇ ରଖନ୍ତୁ । ବିଶେଷ କରି ସକାଳୁ ଉଠି ସକାରାତ୍ମକ ବାତାବରଣ ତିଆରି କରନ୍ତୁ। । ଏଥିପାଇଁ ଆପଣଙ୍କର ଅର୍ଥହାନୀ ହୁଏ କାରଣ କଳି-ଝଗଡ଼ାର ନକରାତ୍ମକ ପ୍ରଭାବ ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏହା ସହିତ ଆପଣଙ୍କ ବିକାଶ ରେ ମଧ୍ୟ ବାଧା ସୃଷ୍ଟି କରେ ।


from Latest Odisha News, Breaking News Today | Top Updates on Corona - OTV News https://ift.tt/3ENOvDc
ସକାଳୁ ଉଠି କରନ୍ତୁ ଏହି ପୂଣ୍ୟ କାମ, ପ୍ରସନ୍ନ ହେବେ ମାଆ ଲକ୍ଷ୍ମୀ Pallipuspa Samal ସକାଳୁ ଉଠି କରନ୍ତୁ ଏହି ପୂଣ୍ୟ କାମ, ପ୍ରସନ୍ନ ହେବେ ମାଆ ଲକ୍ଷ୍ମୀ Pallipuspa Samal Reviewed by SUBHENDU BARAL on December 31, 2021 Rating: 5

No comments:

Powered by Blogger.