ଭାଙ୍ଗ ବା ଗଞ୍ଜେଇ ମଞ୍ଜିକୁ ଭାରତରେ ମିଳିଛି ଖାଦ୍ୟର ମାନ୍ୟତା । ଗତ ନଭେମ୍ବର ମାସରେ ଗେଜେଟ୍ ନୋଟିଫିକେସନ ଜାରି କରି ଏହି ମାନ୍ୟତା ଦେଇଛି ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ଼ସ ଅଥରିଟି ଅଫ୍ ଇଣ୍ଡିଆ (Food Safety And Standards Authority Of India) ବା ଏଫ.ଏସ.ଏସ.ଏ.ଆଇ (fssai) । ଏ ନେଇ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଭାଙ୍ଗ ବା କାନାବିସ୍ ସାତିବା ଗଛର ମଞ୍ଜି ଓ ମଞ୍ଜିରୁ ଉତ୍ପାଦିତ ସାମଗ୍ରୀକୁ ଖାଦ୍ୟ ବୋଲି ଗ୍ରହଣ କରାଯିବ। ତେବେ ଏଥିପାଇଁ କେତେକ ମାନ ନିର୍ଦ୍ଧାରଣ କରିଛନ୍ତି fssai । ଯେଉଁ ଗଛରେ ଟିଏଚସି ଅର୍ଥାତ୍ ଟେଟ୍ରାହାଇଡ୍ରୋକାନାବିନୋଲ (tetrahydrocannabinol) ପରିମାଣ ୦.୩ରୁ କମ୍ ଥିବ ତାକୁ ହିଁ ଖାଦ୍ୟ ଉପଯୋଗୀ କୁହାଯିବ। ହେମ୍ପ ବା ଗଞ୍ଜେଇ ମଞ୍ଜିର ବାହାର ଅଂଶ, ଉତ୍ପାଦନକ୍ଷମ ନଥିବା ମଞ୍ଜି ଓ ଏଥିରୁ ବାହାରୁ ଥିବା ପାଉଡରକୁ ଅଟା ଭାବେ ବ୍ୟବହାର କରାଯାଇ ପାରିବ।
Ganja Cultivationଗଞ୍ଜେଇ ଚାଷ ସପକ୍ଷରେ ତଥାଗତ
ଗଞ୍ଜେଇରୁ ଉତ୍ପାଦିତ ଏହି ତନି ପ୍ରକାର ଜିନିଷକୁ ହିଁ ଖାଦ୍ୟର ଅନୁମତି ମିଳିଛି । ଗଞ୍ଜେଇ ଚାଷକୁ ସମର୍ଥନ କରି ଆସୁଥିବା ପୂର୍ବତନ ସାଂସଦ ତଥାଗତ ଶତପଥୀ ଏହାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି । ତାଙ୍କ ମତରେ, ଓଡିଶା ଗଞ୍ଜେଇ ଚାଷ ପାଇଁ ଅନୁକୂଳ ଥିବାରୁ କ୍ଷଦ୍ରଚାଷୀ ଏଥିରେ ଲାଭାବାନ୍ ହୋଇ ପାରିବେ । କିନ୍ତୁ ଓଡିଶା ସରକାର ଏହା ବୁଝି ପାରିଲେ, ରାଜ୍ୟରେ ଗୋଟିଏ ଅର୍ଥନୈତିକ ବିପ୍ଲବ ଆସିପାରନ୍ତା ବୋଲି କହିଛନ୍ତି ତଥାଗତ ।
ଭଲ ହୁଏ କ୍ୟାନସର ଓ ଡାଇବେଟିସ୍
କେବଳ ଖାଦ୍ୟ ନୁହେଁ, ଏହା ସହ ଗଞ୍ଜେଇରୁ ହେମ୍ପ ତେଲ, ଫେସ କ୍ରିମ,ବଡି କେୟାରପ୍ରଡକ୍ଟ,, ପ୍ଲାଷ୍ଟିକ, କପଡ଼ା, ବେଡସିଟ୍, ପାପୋଛ, ପେପର, ଜୋତା, ଡ୍ରେସ, ପଶୁଙ୍କ ଖାଦ୍ୟ, ଏଭଳି ଅନେକ କିଛି ଗଞ୍ଜେଇ ଗଛରୁ ପ୍ରସ୍ତୁତ ହେଉଛି । ଏପରକି ହେମ୍ପ ବାୟୋ ଫୁଏଲ ମଧ୍ୟ ପ୍ରସ୍ତୁତ ହେଉଛି, ଯାହାକି ଯାନବାହାନରେ ବ୍ୟବହାର କରାଯାଉଛି । ଗଞ୍ଜେଇ ଗଛକୁ ବିଭିନ୍ନ ରୋଗର ମହୌଷଧୀ ଭାବେ ମଧ୍ୟ ବ୍ୟବହାର କରାଯାଉଛି। ଏହାକୁ ସବୁଠୁ ଭଲ ପେନ୍ କିଲର ଭାବେ ଡାକ୍ତରମାନେ ସୁପାରିସ କରୁଛନ୍ତି। ଏହା ସହ କ୍ୟାନସର ଚିକିତ୍ସା, ଏଡ୍ସ, ମାନସିକ ଦୁଶ୍ଚିନ୍ତା, ମସ୍ତିଷ୍କ ସମ୍ବନ୍ଧୀୟ ରୋଗ, ମଧୁମେହ ଭଳି ସଂଗୀନ ରୋଗର ଔଷଧ ମଧ୍ୟ ଗଞ୍ଜେଇରୁ ଉତ୍ପାଦିତ ହୋଇଥାଏ। ଏପରକି ମହିଳାଙ୍କ ମାସିକ ଋତୁସ୍ରାବ ଅନିୟମିତତା ଓ ମାନସିକ ଅନଗ୍ରସର ଶିଶୁଙ୍କଠାରେ ଦେଖାଯାଉଥିବା ADHD ଭଳି ମାରାତ୍ମକ ରୋଗ ହେମ୍ପ ବା ଗଞ୍ଜେଇ ଔଷଧରେ ଭଲ ହୋଇଥାଏ। ମୁଖ୍ୟତଃ ଶାରୀରିକ ଯନ୍ତ୍ରଣା ଓ ସ୍ନାୟୁ ରୋଗରୁ ଉପଶମ ଦେବା ସହ ଶରୀରରକୁ ଶକ୍ତି ପ୍ରଦାନକାରୀ ଉତ୍ତମ ଔଷଧ ଏଥିରୁ ଉତ୍ପାଦନ କରାଯାଉଛି। ଏହା କହିଛନ୍ତି ଆୟୂଷ ଡାକ୍ତର ସସ୍ମିତା ଦାସ ।
ଓଡିଶାରେ ଗଞ୍ଜେଇରୁ ତିଆରି ହେଉଛି ଔଷଧ
ସାରା ଦେଶରେ ମାତ୍ର ୬ଟି କମ୍ପାନୀ ଗଂଜେଇରୁ ବିଭିନ୍ନ ଜନ ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏହା ମଧ୍ୟରେ ଓଡ଼ିଶାର ହେମ୍ପକ୍ୟାନ୍ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ମଧ୍ୟ ସାମିଲ ଅଛି। ଯାହାକି କାନାପେନ୍ ନାମକ ଏକ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରୁଛି । ୨୦୧୮ରେ ପ୍ରଥମେ ଉତ୍ତରାଖଣ୍ଡ ଓ ପରେ ଉତ୍ତର ପ୍ରଦେଶରେ ଏହି ଚାଷ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କିନ୍ତୁ ଓଡ଼ିଶାର ପ୍ରାୟ ୧୦ଟି ଜିଲ୍ଲାରେ ବିନା ଅନୁମତିରେ ବିପୁଳ ପରିମାଣରେ ହେମ୍ପ ବା କାନାବିସ୍ ସାତିବା ଚାଷ କରାଯାଉଛି। ଏହାକୁ ନିଶା ଦ୍ରବ୍ୟ ଭାବେ ବ୍ୟବହାର କରାଯାଉଥିବା ଦର୍ଶାଇ NDPS ଆକ୍ଟ ୧୯୮୦ରେ ଏହାକୁ ବେଆଇନ ବୋଲି ଘୋଷଣା କରାଯାଇଛି। ତେବେ ବିନା କୌଣସି ଯାଞ୍ଚରେ ରାଜ୍ୟ ଖାଦ୍ୟ କମିଶନ ମଧ୍ୟ ଓଡିଶାରେ ଉତ୍ପାଦିତ ଗଞ୍ଜେଇ ହେମ୍ପ ନୁହେଁ ମାରିଜୁଆନା ଦର୍ଶାଇ ଏହାକୁ ଖାଦ୍ୟ ଉପଯୋଗୀ ନୁହେଁ ବୋଲି ଯୁକ୍ତି ରଖିଛନ୍ତି ।
ଭୁବନେଶ୍ୱରରୁ ସ୍ୱାତୀ ଜେନାଙ୍କ ରିପୋର୍ଟ ।
from Latest Odisha News, Breaking News Today | Top Updates on Corona - OTV News https://ift.tt/3EDB3ls
No comments: