କିପରି ଫେରିପାଇବେ ଡିଲିଟ୍ ହୋଇଥିବା ହ୍ୱାଟ୍ସଆପ୍ ଚାଟ୍? Pramod Behera

ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍। ସୋସିଆଲ ମିଡିଆରୁ କାହାର ପଲକ ହଟୁନି। ସୋସିଆଲ୍ ମିଡିଆର ପ୍ରଭାବ ଯେତେ ବଢି ବଢି ଚାଲିଛି ଏହାର ଗୁରୁତ୍ୱ ମଧ୍ୟ ସେତେ ବୃଦ୍ଧି ପାଇଛି। ଏହା ହିଁ ସାଜି ହେଇଯାଇଛି ସବୁ ସଂପର୍କର ମାଧ୍ୟମ। ଯଦି ହ୍ୱାଟ୍ସଆପ୍ କଥା ଉଠେ ତେବେ ଏହାର ଉପଭୋକ୍ତା ପ୍ରାୟ ସମସ୍ତେ।

ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଇଁ ହ୍ୱାଟ୍ସଆପ୍ ଚାଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବେଳେ ବେଳେ ଏହାରି ମାଧ୍ୟମରେ ଅନେକ ଡକ୍ୟୁମେଣ୍ଟ୍‌ ଆସେ। କିଛି ଅଦରକାରୀ ପରି ମନେ ହେଉଥିଲା ବେଳେ ଆଉ କିଛି ଅତ୍ୟନ୍ତ ଦରକାରୀ ବୋଲି ମନେହୁଏ। ଏହାକୁ ଆମେ ସାଇତି ରଖିବାକୁ ଚେଷ୍ଟା କରୁ। କିନ୍ତୁ ବେଳେ ବେଳେ ଏମିତି ହୁଏ ଯେ କୌଣସି ଭୁଲଭାଲ ଯୋଗୁଁ ସବୁ କିଛି ଡିଲିଟ୍ ହୋଇଯାଏ।

ଡିଲିଟ୍ ହୋଇଯାଇଥିବା ଏହି ତଥ୍ୟଗୁଡିକୁ ଆମେ ଫେରିପାଇବାକୁ ଚାହୁଁ। କିନ୍ତୁ ଉପାୟ ମିଳେନି। ଯଦି ଆପଣ ଆପଣଙ୍କର ଡିଲିଟ୍ ହୋଇଥିବା ତଥ୍ୟଗୁଡ଼ିକୁ ଫେରି ପାଇବାକୁ ଚାହାଁନ୍ତି, ତେବେ ଏମିତି କିଛି ଉପାୟ ଅଛି ଯାହାକୁ ଆପଣ ଅନୁସରଣ କଲେ ଏହା କରିପାରିବେ।

କ୍ଲାଉଡ୍ ବ୍ୟାକ୍‌ଅପ୍‌ରୁ ପୁନଃପ୍ରାପ୍ତ:

ଯଦି ଆପଣ ସବୁବେଳେ ଆପଣଙ୍କ ଚାଟ୍‌କୁ କ୍ଲାଉଡ୍ ଡ୍ରାଇଭରେ ବ୍ୟାକ୍‌ଅପ୍ ରଖୁଥିବେ ତେବେ ଏହାକୁ କ୍ଲାଉଡ୍‌ରୁ ପୁନରୁଦ୍ଧାର କରାଯାଇପାରିବ। ସେହିପରି ଆଣ୍ଡ୍ରଏଡ୍ ଡିଭାଇସ୍ କ୍ଷେତ୍ରରେ ଗୁଗୁଲ୍ ଡ୍ରାଇଭ୍ ଏବଂ ଆଇଫୋନ୍ କ୍ଷେତ୍ରରେ ଆଇକ୍ଲାଉଡ୍‌ (iCloud ) ବ୍ୟବହାର ହୁଏ।

ତେବେ ଆପଣଙ୍କର ଡିଭାଇସ୍ ନିୟମିତ ବ୍ୟାକ୍‌ଅପ୍ ହେଉଛି କି ନାହିଁ ତାହା ଜାଣିବାକୁ ଆପଣ ହାଟ୍ସଆପ୍ Settings > Chats> Chat Backups କୁ ଯାଆନ୍ତୁ ଏବଂ କ୍ଲାଉଡ୍ ବ୍ୟାକ୍‌ଅପ୍ ପାଇଁ ତାରିଖ ଏବଂ ସମୟ ଦେଖନ୍ତୁ।

ଯଦି ଆପଣ ଆଜି କିଛି ଚାଟ୍ ଡିଲିଟ୍ କରିଛନ୍ତି, ଏବଂ ଏହାକୁ ପୁନର୍ବାର ଫେରି ପାଇବାକୁ ଚାହୁଁଛନ୍ତି ତେବେ ଏହା ଆପଣ କରିପାରିବେ, ଯଦି ଆପଣଙ୍କର ଗୋଟିଏ ଦିନର ବ୍ୟାକ୍‌ଅପ୍ ଅଛି, ଏବଂ ଏହା ଓଭର୍ ରାଇଟ୍ ହୋଇ ନାହିଁ। ଥରେ ଆପଣ ଯଦି ନିଶ୍ଚିତ ହୋଇଗଲେ ଯେ ଆପଣ ତାହା ପାଇଗଲେ ତେବେ ହାଟ୍ସଆପ୍‌ଙ୍କୁ ଆପଣ ଅନ୍‌ଇନ୍‌ଷ୍ଟଲ୍‌ କରିଦିଅନ୍ତୁ ଓ ଏହା ପରେ ପୁନର୍ବାର ଏହାକୁ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ଇନ୍‌ଷ୍ଟଲ୍ କରନ୍ତୁ।

ପରବର୍ତ୍ତୀ ସମୟରେ ଆପଣଙ୍କର ଫୋନ୍ ନମ୍ବର ବ୍ୟବହାର କରି ଲଗ୍ ଇନ୍ କରନ୍ତୁ ଏବଂ ଆପଣ ପାଇଥିବା OTP ଦିଅନ୍ତୁ। ଥରେ ଆପଣ ଏହା କରିସାରିବା ପରେ, ପରବର୍ତ୍ତୀ ସୋପାନରେ ଏହା ଆପଣଙ୍କୁ ‘Restore from a previous backup’ ଅର୍ଥାତ୍ ପୂର୍ବ ବ୍ୟାକ୍‌ଅପ୍‌ରୁ ପୁନରୁଦ୍ଧାର’ କରିବାକୁ କହିବ। ବିକଳ୍ପ ଚୟନ କରନ୍ତୁ ଏବଂ ଏହି କାମ ହେବା ନେଇ କିଛି ସମୟ ଛାଡି ଦିଅନ୍ତୁ।



from Latest Odisha News, Breaking News Today | Top Updates on Corona - OTV News https://ift.tt/3D5uKpO
କିପରି ଫେରିପାଇବେ ଡିଲିଟ୍ ହୋଇଥିବା ହ୍ୱାଟ୍ସଆପ୍ ଚାଟ୍? Pramod Behera କିପରି ଫେରିପାଇବେ ଡିଲିଟ୍ ହୋଇଥିବା ହ୍ୱାଟ୍ସଆପ୍ ଚାଟ୍? Pramod Behera Reviewed by SUBHENDU BARAL on November 29, 2021 Rating: 5

No comments:

Powered by Blogger.