୨୪ ମିନିଟ୍‌ରେ ଖାଇଗଲେ ୭ ଜଣଙ୍କ ଖାଦ୍ୟ Pramod Behera

ଜଣେ ଏକାଥରକେ କେତେ ବା ଖାଦ୍ୟ ଖାଇପାରେ? ଯଦିଓ ତୁମେ ମ୍ୟାକ୍‌ଡୋନାଲ୍ଡର ୩ଟି ବର୍ଗର ଖାଇଦିଅ ତେବେ ତୁମ ପେଟ ପୂରା ହୋଇଯିବ। କିନ୍ତୁ ଇଂଲଣ୍ଡ ବାସିନ୍ଦା କାଇଲ୍ ଗିବସନ୍ ମ୍ୟାକ୍‌ଡୋନାଲ୍ଡର ଖ୍ରୀଷ୍ଟମାସ ଚ୍ୟାଲେଞ୍ଜ ନେଇ ଏହାର ୬ଟି ଟି ବର୍ଗରକୁ ଏକା ସାଙ୍ଗରେ ଖାଇଦେଲେ। କେବଳ ଏତିକି ନୁହେଁ, ଗିବ୍‌ସନ୍ ଏହା ପରେ ଆହୁରି ଏତେ ପରିମାଣରେ ଅନ୍ୟ ସବୁ ଖାଇଲେ ଯେ ସାଧାରଣ ଲୋକେ ମଧ୍ୟ ଏହା ବିଷୟରେ ଚିନ୍ତା କଲେ ଚକିତ ହୋଇଯିବେ।

୨୪ ମିନିଟ୍‌ରେ ମ୍ୟାକଡୋନାଲ୍ଡର ଚ୍ୟାଲେଞ୍ଜକୁ ପୂରା କରି କାଇଲି ଗିବ୍‌ସନ୍ ପ୍ରକୃତରେ ଜଣେ ପେସାଦାର ଭୋଜନକାରୀ ବୋଲି ପ୍ରମାଣ କରିଦେଇଛନ୍ତି। ସେ ଏହିପରି ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଏଠାରେ ସେ ମାତ୍ର ୨୪ ମିନିଟ୍ ମଧ୍ୟରେ ଅତି କମରେ ୬-୭ ଜଣ ଲୋକଙ୍କ ପେଟ ଭରିବା ପାଇଁ ଯଥେଷ୍ଟ ଖାଦ୍ୟ ଖାଇଥିଲେ। ଏହାପୂର୍ବରୁ ମଧ୍ୟ ସେ ଏହିପରି ଅନେକ ଚ୍ୟାଲେଞ୍ଜ ଶେଷ କରିଛନ୍ତି।

କ’ଣ ଥିଲା ମେନ୍ୟୁ:

୨୩ ବର୍ଷୀୟ କାଇଲି ଗିବ୍‌ସନ୍ ସବୁଠାରୁ ଅଧିକ ଖାଇବା ମାମଲରେ ନିଜର ନାମ ଅର୍ଜନ କରିସାରିଛନ୍ତି। ତେବେ ସେ ମ୍ୟାକଡୋନାଲ୍ଡ ଚ୍ୟାଲେଞ୍ଜରେ ଖାଇଥିବା ମୋଟ୍‌ ଖାଦ୍ୟର କ୍ୟାଲୋରୀ ହେଉଛି ୯,୬୦୦। ଏହି ଭୋଜନରେ ତାଙ୍କ ସାମ୍ନାରେ ୩ ଟି ଫେଷ୍ଟିଭ କ୍ରିସି ଚିକେନ୍ ଷ୍ଟେକ୍ ବର୍ଗର୍ ଥିଲା। ଏହା ସହିତ ୩ଟି ଫେଷ୍ଟିଭ ଷ୍ଟେକ୍ସ, ୨ଟି ପନିର ଶେୟାର ବାକ୍ସେଜ୍, ୮ ଟି ଫେଷ୍ଟିଭ ପାଇ, ୨ ଟି ସେଲିବ୍ରେସନ୍ ମ୍ୟାକ୍‌ପ୍ଲରିଜ୍ ଥିଲା।

ସୂଚନା ଅନୁଯାୟୀ, ଗିବ୍‌ସନ୍ ଏହାକୁ ଏକ ସହଜ ଆହ୍ୱାନ ବୋଲି କହିଥିଲେ ଏବଂ ସେ ବର୍ଗରକୁ ଖୁବ୍ ପସନ୍ଦ କରନ୍ତି ବୋଲି କହିଥିଲେ। ସେ ଗତ କିଛି ବର୍ଷ ଧରି ଏଭଳି ଚ୍ୟାଲେଞ୍ଜ୍‌ ନେଇଆସୁଛନ୍ତି ଏବଂ ସେଗୁଡିକ ସୋସିଆଲ ମିଡିଆରେ ଲୋକଙ୍କ ସହ ସେୟାର କରୁଛନ୍ତି।

କିପରି ହୁଏ ହଜମ?

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ସେ ଏତେ ପରିମାଣର ଖାଦ୍ୟ ଖାଇବା ପରେ ମଧ୍ୟ ଏହାକୁ କିପରି ହଜମ କରୁଛନ୍ତି? ଏହା ଉପରେ ଗିବ୍‌ସନ୍ କହିଛନ୍ତି ଯେ ସେ ଏଥିପାଇଁ ଅଧିକରୁ ଅଧିକ ବ୍ୟାୟାମ କରନ୍ତି। ସେ କହିଥିଲେ ଯେ ଏହି ଚ୍ୟାଲେଞ୍ଜ୍‌ ନେବା ପୂର୍ବରୁ ମଧ୍ୟ ସେ ବ୍ୟାୟାମ କରି ହିଁ ଆସିଥିଲେ। ସେଥିପାଇଁ ସେ ମାତ୍ର ୨୪ ମିନିଟ୍‌ରେ ଏସବୁ ଖାଇବାକୁ ସକ୍ଷମ ହୋଇଥିଲେ। ସାଧାରଣ ଭାବେ ଗିବ୍‌ସନ୍ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇଥାନ୍ତି। ବେଳେବେଳେ ଏତେ ପରିମାଣର ଖାଦ୍ୟ ଖାଇ ସେ ସପ୍ତାହ ଯାକ ଖୁବ ଅଧିକରୁ ଅଧିକ ବ୍ୟାୟାମ କରନ୍ତି ଏବଂ ଏହି ଖାଦ୍ୟକୁ ହଜମ କରିନିଅନ୍ତି ବୋଲି ସେ କହିଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/3rqX5F7
୨୪ ମିନିଟ୍‌ରେ ଖାଇଗଲେ ୭ ଜଣଙ୍କ ଖାଦ୍ୟ Pramod Behera ୨୪ ମିନିଟ୍‌ରେ ଖାଇଗଲେ ୭ ଜଣଙ୍କ ଖାଦ୍ୟ Pramod Behera Reviewed by SUBHENDU BARAL on November 29, 2021 Rating: 5

No comments:

Powered by Blogger.