ଆମେ ଜାଣିଛେ ଯେ ଗ୍ଲାମର ଦୁନିଆରେ ପ୍ରବେଶ ନେଇ ଅନେକ ସେମାନଙ୍କ ବଡ ବଡ ପଦବୀ ଛାଡିଛନ୍ତି। କିଏ ସେନା ବାହିନୀରୁ ଇସ୍ତଫା ଦେଇଛନ୍ତି ତ ପୁଣି କିଏ ପୁଲିସ୍ ଚାକିରି ଛାଡି ଅଭିନୟ ଦୁନିଆରେ ପାଦ ଥାପି ଅନେକ ନାଁ ସାଙ୍ଗକୁ ଅର୍ଥ ମଧ୍ୟ କମେଇଛନ୍ତି। ଆଜି ଏମାନେ ସାରା ଦୁନିଆରେ ବେଶ ଜଣାଶୁଣା।
ବର୍ତ୍ତମାନ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯେଉଁଠି ଜଣେ ମହିଳା ପୁଲିସ୍ ଚାକିରି ଛାଡି ସୋସିଆଲ୍ ମିଡିଆର ଷ୍ଟାର ବନିଯାଇଛନ୍ତି। ସେ ତାଙ୍କ ଆକର୍ଷଣୀୟ ଚେହେରା ଦ୍ୱାରା ଲୋକଙ୍କ ପାଗଳ କରୁଛନ୍ତି।
ସୂଚନା ମୁତାବକ ଲିନୀ କାର୍ ଲଣ୍ଡନ୍ର ଲିଙ୍କନଶିୟର ପୁଲିସ୍ରେ କାର୍ଯ୍ୟ କରୁଥିଲେ। ମିଛ କହି ଛୁଟି ନେଇଥିବା ଅଭିଯୋଗ ହେବା ପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ମାନସିକ ରୋଗର ବାହାନା କରି ଟୁର୍ରେ ଯାଇଥିବା କୁହାଯାଇଥିଲା।
ପୂର୍ବତନ ପୋଲିସ ଅଧିକାରୀ ଲିନୀ ମଧ୍ୟ ତାଙ୍କ ଅଭିଯୋଗରେ କହିଥିଲେ ଯେ ତାଙ୍କ ସହିତ ମଧ୍ୟ ଖରାପ ବ୍ୟବହାର କରାଯାଇଛି। ବିଭାଗ ତାଙ୍କ ପ୍ରତି ଅନ୍ୟାୟ କରିଥିବା ସେ ଅଭିଯୋଗ କରିଛନ୍ତି। ସେ ନିଜ କାମକୁ ସଚ୍ଚୋଟତାର ସହ କରୁଥିଲେ ଏବଂ ଛୁଟି ନେବା ନେଇ ମିଛ କହି ନ ଥିଲେ। ୨୦୧୮ ମସିହାରେ ଲିନୀ କାର୍ ପୁଲିସ୍ ସେବାରୁ ଇସ୍ତଫା ଦେଇଥିଲେ। ଲିନୀ କହିଛନ୍ତି ଯେ ସେ ବିଭିନ୍ନ ସ୍ଥାନରୁ ସୋସିଆଲ୍ ମିଡିଆରେ ନିଜର ଫଟୋ ପଠାଉଥିଲେ। ଏହାକୁ ନେଇ ତାଙ୍କ ସହଯୋଗୀ କର୍ମଚାରୀମାନେ ତାଙ୍କୁ ପସନ୍ଦ କରୁ ନ ଥିଲେ।
ପୁଲିସ୍ ଚାକିରି ଛାଡି ସୋସିଆଲ୍ ମିଡିଆ ଷ୍ଟାର୍ ହେଲେ ମହିଳାଚାକିରି ଛାଡିଥିଲେ ବି ତାଙ୍କ ମନରେ କୌଣସି ଦୁଃଖ ନ ଥିଲା। ଚାକିରି ଛାଡିବା ପରେ ସେ କେବଳ ସୋସିଆଲ ମିଡିଆରେ ଲଗାତର ତାଙ୍କର ବିଭିନ୍ନ ଟୁର୍ର ଫଟୋ ପକେଇବା ଆରମ୍ଭ କରିଦେଇଥିଲେ। ସୋସିଆଲ୍ ମିଡିଆରେ ତାଙ୍କ ବିଭିନ୍ନ ଫଟୋ ପୋଜକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିବାକୁ ଲାଗିଲେ। ବର୍ତ୍ତମାନ ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ୧ ଲକ୍ଷରୁ ଅଧିକ ଅନୁସରଣକାରୀ ଅଛନ୍ତି।
୧୪ ବର୍ଷ ଧରି ପୁଲିସ୍ ସେବାରେ ପୁଲିସ୍ କନ୍ଷ୍ଟେବଳ ଓ ପୁଲିସ୍ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରିବାର ଅଭିଜ୍ଞତାକୁ ନେଇ ଲିନୀ କହିଛନ୍ତି ଯେ ସେ ନିଜ ପାଇଁ ଗର୍ବିତ। ବର୍ତ୍ତମାନ ସେ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି ଏବଂ ଲୋକମାନେ ତାଙ୍କ ଫଟୋକୁ ମଧ୍ୟ ପସନ୍ଦ କରୁଛନ୍ତି।
୩୬ ବର୍ଷୀୟ ଲିନୀ କାର୍ ମଧ୍ୟ ସୋସିଆଲ ମିଡିଆ ଜରିଆରେ ଟଙ୍କା ରୋଜଗାର କରୁଛନ୍ତି ଏବଂ ଟୁର୍ କରିବାର ହବିକୁ ମଧ୍ୟ ପୂରଣ କରୁଛନ୍ତି। ସେ କହିଛନ୍ତି ଯେ ତାଙ୍କ ଭିତରୁ ସେ ସମସ୍ତ ନକାରାତ୍ମକତାକୁ ହଟାଇ ଦେଇଛନ୍ତି। ଫଳରେ ସେ ନିଜ ଜୀବନକୁ ମୁକ୍ତ ଭାବରେ ଜୀଇଁ ପାରୁଛନ୍ତି।
from Latest Odisha News, Breaking News Today | Top Updates on Corona - OTV News https://ift.tt/3FWMBkG
No comments: