ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚାଞ୍ଚଲ୍ୟ : ତୃତୀୟ ବର୍ଷ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Prangyan Parimita
ବଲାଙ୍ଗିର : ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଲେଡିଜ ହଷ୍ଟେଲ ଝରକାରେ ଛାତ୍ରୀ ଜଣକ ଝୁଲିପଡିଥିବା ନେଇ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚିବା ପରେ ଛାତ୍ରୀଙ୍କୁ ତଳକୁ ଅଣାଯାଇଥିଲା ।
ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବଚ୍ଛେଦ ପାଇଁ ଶବକୁ ରଖାଯାଇଛି । ତେବେ ମୃତ୍ୟୁର କାରଣ ଏଯାଏ ଜଣାପଡ଼ିନାହିଁ । ପରିବାର ଲୋକେ କିମ୍ବା କଲେଜ କର୍ତ୍ତୃପକ୍ଷ ମୃତ୍ୟୁ ନେଇ କେହି କିଛି କହିନାହାନ୍ତି ।
from Latest Odisha News, Breaking News Today | Top Updates on Corona - OTV News https://ift.tt/2YvBP4Q
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚାଞ୍ଚଲ୍ୟ : ତୃତୀୟ ବର୍ଷ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Prangyan Parimita
Reviewed by SUBHENDU BARAL
on
October 06, 2021
Rating:
No comments: