କାଲିଠୁ ଟାଇଟ୍ ହେବ ନାଇଟ୍ କର୍ଫ୍ୟୁ । ରାତିରେ ବୁଲିଲେ ବନ୍ଧାହେବେ ଅମାନିଆ । Kanak News

କନକ ବ୍ୟୁରୋ: ଦିନକ ପରେ ମଣ୍ଡପରେ ଆରମ୍ଭ ହେବାକୁ ଯାଉଛି ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜା। ୧୧ ତାରିଖରୁ ଟୁଇନ୍ ସିଟିରେ ଲାଗୁ ହେଉଛି ନାଇଟ୍ କର୍ଫ୍ୟୁ। ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଡ଼ାକଡ଼ି ପାଳନ କରିବାକୁ ଚେତାବନୀ ଦେଇଛନ୍ତି ପୁଲିସ କମିସନର । ଏହି ସମୟରେ ବାହାରେ ବୁଲିଲେ ଜରିମାନା ଆଦାୟ କରାଯିବ। ପୂର୍ବରୁ ମଧ୍ୟ ନାଇଟ୍‌ କର୍ଫ୍ୟୁ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଧିକ ଅମାନିଆ ହେଲେ ଆଇନ ଉଲ୍ଲଂଘନକାରୀଙ୍କୁ ଗିରଫ କରାଯିବ ବୋଲି କମିସନର ସୂଚନା ଦେଇଛନ୍ତି। ସେହିପରି କଟକଣା ମାନିରବାକୁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି।

ଅନ୍ୟପକ୍ଷରେ ‘ଦାଦାବଟିକୁ ନା’ ସ୍ବତନ୍ତ୍ର ଅଭିଯାନ ଚାଲୁ ରହିଛି। ଯେଉଁମାନେ ଚାନ୍ଦା କିମ୍ବା ବଟି ଆଦାୟ କରୁଥିବାର ଅଭିଯୋଗ ଆସୁଛି, ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେହିପରି ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ସ୍ବତନ୍ତ୍ର ଡ୍ରାଇଭ୍ ଜାରି ରହିଛି। ସେମାନଙ୍କ ବିରୋଧରେ ସିଆରପିସି ଦଫା-୧୧୦ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପୂଜା ସମୟରେ ମଧ୍ୟ ଜୋରଦାର ଡ୍ରାଇଭ୍ ଜାରି ରହିବ ବୋଲି କମିସନର ସୂଚନା ଦେଇଛନ୍ତି।

The post କାଲିଠୁ ଟାଇଟ୍ ହେବ ନାଇଟ୍ କର୍ଫ୍ୟୁ । ରାତିରେ ବୁଲିଲେ ବନ୍ଧାହେବେ ଅମାନିଆ । first appeared on Kanak News.



from Kanak News https://ift.tt/3AxgqoF https://ift.tt/2YBVtf1
କାଲିଠୁ ଟାଇଟ୍ ହେବ ନାଇଟ୍ କର୍ଫ୍ୟୁ । ରାତିରେ ବୁଲିଲେ ବନ୍ଧାହେବେ ଅମାନିଆ । Kanak News କାଲିଠୁ ଟାଇଟ୍ ହେବ ନାଇଟ୍ କର୍ଫ୍ୟୁ । ରାତିରେ ବୁଲିଲେ ବନ୍ଧାହେବେ ଅମାନିଆ । Kanak News Reviewed by SUBHENDU BARAL on October 09, 2021 Rating: 5

No comments:

Powered by Blogger.