ୟୁପି ଲଖିମପୁରରେ ମୃତ କୃଷକଙ୍କ ପରିବାରକୁ ଭେଟିଲେ ରାହୁଲ ଗାନ୍ଧୀ । ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ Kanak News

କନକ ବ୍ୟୁରୋ : ବିଳମ୍ବିତ ରାତିରେ ୟୁପିର ଲଖିମପୁର ପହଂଚି ହିସାଂକାଣ୍ଡରେ ମୃତକଙ୍କ ପରିବାରକୁ ଭେଟିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲଙ୍କ ସହ କଂଗ୍ରେସର ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳି ମଧ୍ୟ ଲଖିମପୁର ଯାଇଥିଲେ । ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ମଡାଇଦେବା ଘଟଣାରେ ମୃତ ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ରାହୁଲ ଗାନ୍ଧୀ ।
ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ସହ ୟୁପି କଂଗ୍ରେସ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ, ପଂଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ. ସାଂସଦ ଦିପେନ୍ଦ୍ର ହୁଡ୍ଡା, ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେବାଲା ମୃତ ଚାଷୀଙ୍କ ପରିବାରକୁ ଭେଟିଛନ୍ତି । ପ୍ରଥମେ ରାହୁଲ ଗାନ୍ଧୀ ଏବଂ ଛତିଶଗଡ, ପଂଜାବ ମୁଖ୍ୟମନ୍ତ୍ରୀଙ୍କୁ ମୃତ ଚାଷୀଙ୍କ ପରିବାରକୁ ଭେଟିବା ପାଇଁ ୟୁପି ସରକାର ଅନୁମତି ଦେଇନଥିଲେ ।
ପରେ କିନ୍ତୁ ବିରୋଧ ତେଜୁଥିବା ଦେଖି ଅନୁମତି ଦେଇଥିଲେ ଯୋଗୀ ସରକାର । ଲକ୍ଷ୍ନୌ ବିମାନ ବନ୍ଦରରୁ ରାହୁଲ ଗାନ୍ଧୀ କାର ଯୋଗେ ଲଖିମପୁର ଆସିଛନ୍ତି । ଏବେ ଲଖିମପୁରରେ ଇଂଟରନେଟ ସେବା ବନ୍ଦ ରହିଛି । ଆଜି ସକାଳେ ଦିଲ୍ଲୀରୁ ୟୁପି ଆସିବା ପୂର୍ବରୁ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରି ଯୋଗୀ ସରକାର ଓ ମୋଦିଙ୍କ ଉପରେ ବର୍ଷିଥିଲେ ।
The post ୟୁପି ଲଖିମପୁରରେ ମୃତ କୃଷକଙ୍କ ପରିବାରକୁ ଭେଟିଲେ ରାହୁଲ ଗାନ୍ଧୀ । ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ first appeared on Kanak News.
from Kanak News https://ift.tt/3AnMD1D https://ift.tt/3DfoWL1
Reviewed by SUBHENDU BARAL
on
October 06, 2021
Rating:
No comments: