ଲଖିମପୁର ମାମଲାର ସୁପ୍ରିମ ଶୁଣାଣି : ଆଜି ଷ୍ଟାଟସ ରିପୋର୍ଟ ଦାଖଲ କରିବେ ୟୁପି ସରକାର Kanak News

କନକ ବ୍ୟୁରୋ : ଲଖିମପୁର ମାମଲାରେ ଆଜି ପୁଣି ସୁପ୍ରିମକୋର୍ଟରେ ହେବ ଶୁଣାଣି । ପ୍ରଧାନ ବିଚାରପତି ଏନଭି ରମଣା, ବିଚାରପତି ସୁର୍ଯ୍ୟକାନ୍ତ ଓ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଆଜି ଯୋଗୀ ସରକାର ଲଖିମପୁର ହିଂସାକାଣ୍ଡକୁ ନେଇ ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଷ୍ଟାଟସ ରିପୋର୍ଟରେ ମୃତକଙ୍କ ସଂପର୍କରେ ତଥ୍ୟ, ଏତଲା ସଂପର୍କରେ ସୂଚନା ଓ ମାମଲାରେ କାହାକୁ ଗିରଫ କରାଗଲାଣି, ତଦନ୍ତ ପାଇଁ କମିଟି ଗଠନ କରାଯାଇଛି ନା ନାହିଁ ।

ଯଦି ତଦନ୍ତ ପାଇଁ କମିଟି ଗଠନ କରାଯାଇଛି, ତେବେ ସେ ସଂପର୍କରେ ଷ୍ଟାଟସ ରିପୋର୍ଟ ବିସ୍ତୃତ ରିପୋର୍ଟ ଦିନକ ଭିତରେ ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ । ଗତକାଲି ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ଦୁଇ ଅଭିଯୁକ୍ତଙ୍କୁ ୟୁପି ପୁଲିସ ଗିରଫ କରିଛି । ଏଥିସହ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ସମନ ପଠାଇଛି । କିନ୍ତୁ ଘଟଣା ପରଠୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ର ଫେରାର ଅଛନ୍ତି । ଯୋଗୀ ସରକାର ଷ୍ଟାଟସ ରିପୋର୍ଟ ଦାଖଲ କରିବା ପରେ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

The post ଲଖିମପୁର ମାମଲାର ସୁପ୍ରିମ ଶୁଣାଣି : ଆଜି ଷ୍ଟାଟସ ରିପୋର୍ଟ ଦାଖଲ କରିବେ ୟୁପି ସରକାର first appeared on Kanak News.



from Kanak News https://ift.tt/3ljKakL https://ift.tt/3AhpsX3
ଲଖିମପୁର ମାମଲାର ସୁପ୍ରିମ ଶୁଣାଣି : ଆଜି ଷ୍ଟାଟସ ରିପୋର୍ଟ ଦାଖଲ କରିବେ ୟୁପି ସରକାର Kanak News ଲଖିମପୁର ମାମଲାର ସୁପ୍ରିମ ଶୁଣାଣି : ଆଜି ଷ୍ଟାଟସ ରିପୋର୍ଟ ଦାଖଲ କରିବେ ୟୁପି ସରକାର Kanak News Reviewed by SUBHENDU BARAL on October 07, 2021 Rating: 5

No comments:

Powered by Blogger.