ଆଜି ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ : ଗାଜିଆବାଦର ହିଣ୍ଡନ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ Kanak News

କନକ ବ୍ୟୁରୋ : ଆଜି ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ । ୮ ଅକ୍ଟେବାର ୧୯୩୨ରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ଭାରତୀୟ ବାୟୁସେନା ବିଜୟ ବର୍ଷ ଭାବେ ପାଳନ କରୁଛି । ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ୧୯୭୧ ଯୁଦ୍ଧରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧର ବିଜୟ ଗାଥା ପ୍ରଦର୍ଶିତ ହେବ ।
ଚଳିତ ବର୍ଷ ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୂରଣ ହେଉଥିବାରୁ ଏପରି ଆୟୋଜନ କରିଛି ଭାରତୀୟ ବାୟୁସେନା । ଦେଶ ସ୍ୱାଧୀନ ହେବା ପୂର୍ବରୁ ବାୟୁସେନାକୁ ରୟାଲ ଇଣ୍ଡିଆନ୍ ଏୟାରଫୋର୍ସ ବୋଲି କୁହାଯାଉଥିଲା । ଦେଶ ସ୍ୱାଧୀନ ହେବା ପରେ ରୟାଲ ଶବ୍ଦକୁ ହଟାଯାଇ ଇଣ୍ଡିଆନ୍ ଏୟାରଫୋର୍ସ ଦିଆଯାଇଥିଲା ।
The post ଆଜି ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ : ଗାଜିଆବାଦର ହିଣ୍ଡନ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ first appeared on Kanak News.
from Kanak News https://ift.tt/3Fpf7Ml https://ift.tt/3akNIg8
ଆଜି ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ : ଗାଜିଆବାଦର ହିଣ୍ଡନ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ Kanak News
Reviewed by SUBHENDU BARAL
on
October 07, 2021
Rating:
No comments: