ୟାମୀ ଗୌତମଙ୍କୁ ହୋଇଛି ଏହି ରୋଗ ! ଯାହାର କୌଣସି ଚିକିତ୍ସା ନାହିଁ Kanak News

କନକ ବ୍ୟୁରୋ : ସାଧାରଣତଃ ଅଭିନେତ୍ରୀମାନଙ୍କ ବିଷୟରେ ଲୋକଙ୍କ ମଧ୍ୟରେ ଏକ ଧାରଣା ଅଛି ଯେ ସେମାନଙ୍କ ଚର୍ମଠାରୁ ଆରମ୍ଭ କରି ଚେହେରା ପର୍ଯ୍ୟନ୍ତ ସବୁକିଛି ପରଫେକ୍ଟ ହୋଇଥାଏ ଏବଂ ସେମାନେ ଅନ୍ୟମାନଙ୍କ ପରି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ । ତେବେ ଆଜିକାଲି ଅନେକ ଅଭିନେତ୍ରୀ ଲୋକମାନଙ୍କ ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ଖୋଲାଖୋଲି ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରୁଛନ୍ତି । ବଲିଉଡ ଅଭିନେତ୍ରୀ ୟାମି ଗୌତମ ନିକଟରେ ତାଙ୍କ କିଛି ଫଟୋ ସେୟାର କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କର ଦୀର୍ଘ ବର୍ଷ ଧରି ଏକ ଚର୍ମ ରୋଗ ଅଛି, ଯାହାର କିଛି ଚିକିତ୍ସା ନାହିଁ ।

ୟାମି କହିଛନ୍ତି ଯେ ସେ ନିଷ୍ପତ୍ତି ନେଇଛନ୍ତି ଯେ ରୋଗ ବାବଦରେ ଆଉ ଲୁଚାଇବେ ନାହିଁ ଏବଂ ନିଜେ ଏହାକୁ ଗ୍ରହଣ କରିବେ। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ‘ମୁଁ ନିକଟରେ କିଛି ଫଟୋ ଉଠିଥିଲି ଏବଂ ଯେତେବେଳେ ଏଡିଟିଂ କରିବାକୁ ଫଟୋଗ୍ରାଫର କହିଥିଲେ, ମୁଁ ମୋର ଏହି ଚର୍ମ ରୋଗ ବାବଦରେ ସମସ୍ତଙ୍କୁ ଜଣାଇବାକୁ ଉଚିତ ମନେ କରୁଛି । ମୁଁ କେରାଟୋସିସ୍- ପିଲାରିସ୍ ନାମକ ଚର୍ମରୋଗରେ ପୀଡିତ ହୋଇଥିବାବେଳେ ଏହା ଦ୍ୱାରା ତ୍ୱଚାରେ ଛୋଟ ଛୋଟ ପିମ୍ପଲ୍ ସୃଷ୍ଟି ହୋଇଥାଏ । ମୋର କିଶୋର ଅବସ୍ଥାରେ ଏହା ମୋ ଚର୍ମରେ ହୋଇଥିଲା ​​ଏବଂ ଏହାର କୌଣସି ଚିକିତ୍ସା ନାହିଁ’। ୟାମି ଆହୁରି କହିଛନ୍ତି, ‘ମୁଁ ଏହାକୁ ବହୁ ବର୍ଷ ଧରି ସହ୍ୟ କରିଥିଲି ଏବଂ ଶେଷରେ ଆଜି ମୁଁ ମୋର ଭୟକୁ ଛାଡିବାକୁ ସ୍ଥିର କଲି ।

ମୁଁ ଆପଣମାନଙ୍କ ସହିତ ମୋର କିଛି ସତ ବାଣ୍ଟିବାକୁ ସାହସ କଲି । କାମ ବାବଦରେ କହିବାକୁ ଗଲେ ନିକଟରେ ୟାମି ଗୌତମଙ୍କୁ ‘ଭୁତ ପୁଲିସ’ ଫିଲ୍ମରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏଥିରେ ଅର୍ଜୁନ କପୁର, ସୈଫ ଅଲି ଖାନ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ନିକଟରେ ସେ ‘ଲଷ୍ଟ’ ଫିଲ୍ମର ସୁଟିଂ ଶେଷ କରିଛନ୍ତି । ଏହା ବ୍ୟତୀତ ତାଙ୍କର ‘ଦଶବି’ ଏବଂ ‘ଏ ଥରସ ଡେ’ ଭଳି ଫିଲ୍ମ ସୁଟିଂ ହେବାର ଅଛି ।

The post ୟାମୀ ଗୌତମଙ୍କୁ ହୋଇଛି ଏହି ରୋଗ ! ଯାହାର କୌଣସି ଚିକିତ୍ସା ନାହିଁ first appeared on Kanak News.



from Kanak News https://ift.tt/3iV3lQr https://ift.tt/3DgAygJ
ୟାମୀ ଗୌତମଙ୍କୁ ହୋଇଛି ଏହି ରୋଗ ! ଯାହାର କୌଣସି ଚିକିତ୍ସା ନାହିଁ Kanak News ୟାମୀ ଗୌତମଙ୍କୁ ହୋଇଛି ଏହି ରୋଗ ! ଯାହାର କୌଣସି ଚିକିତ୍ସା ନାହିଁ Kanak News Reviewed by SUBHENDU BARAL on October 05, 2021 Rating: 5

No comments:

Powered by Blogger.