IPL ପ୍ଲେଅଫ୍‌ରୁ ମୁମ୍ବାଇ ଆଉଟ୍, କୋଲକାତା ଇନ୍‌ Chandan Shishu

ନୂଆଦିଲ୍ଲୀ: IPL-୨୦୨୧ ପାଇଁ ପ୍ଲେଅଫ୍ ଲାଇନଅପ୍ ଚୂଡ଼ାନ୍ତ। ପ୍ଲେଅଫ୍‌ରେ ରହିଲେ ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର ଓ କୋଲକାତା। ୧୦ରେ ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ଖେଳାଯିବ କ୍ୱାଲିଫାୟର-୧ ମୁକାବିଲା। ସେହିପରି  ୧୧ରେ ବାଙ୍ଗାଲୋର ଓ କୋଲକାତା ମଧ୍ୟରେ ଏଲିମନେଟର ମ୍ୟାଚ ଖେଳାଯିବ। ୧୩ରେ କ୍ୱାଲିଫାୟର-୨ ଏଲିମନେଟର ମ୍ୟାଚ ବିଜୟୀ ଟିମ୍ ସହିତ ଖେଳିବ। କ୍ୱାଲିଫାୟର-୧ର ପରାଜିତ ଦଳ ସହ ଏଲିମନେଟର ବିଜେତା ଖେଳିବ। 

IPL-୨୦୨୧ ପ୍ଲେଅଫରୁ ବାଦ ପଡ଼ିଛି ମୁମ୍ବାଇ। ଏହି ଟିମ୍‌ ବାଦ୍ ପଡ଼ିବା ପରେ କୋଲକାତା ଯୋଗ୍ୟତା ହାସଲ କରିଛି। ହାଇଦ୍ରାବାଦ ବିପକ୍ଷରେ ବଡ଼ ସ୍କୋର ସତ୍ତ୍ୱେ ପ୍ଲେଅଫରୁ ମୁମ୍ବାଇ ଆଉଟ ହୋଇଛି। ପୂର୍ବରୁ ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର ଯୋଗ୍ୟତା ପାଇସାରିଛନ୍ତି। ଚତୁର୍ଥ ଦଳ ଭାବେ ପ୍ଲେଅଫ୍ ଯୋଗ୍ୟତା ହାସଲ କରିଛି କୋଲକାତା। 

କାହିଁକି ଯାଇପାରିଲାନି ଆଇପିଏଲର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ? ସନରାଇଜର୍ସ ହାଇଦ୍ରାବାଦ ସହ ମୁମ୍ବାଇର ଆଜି ମ୍ୟାଚ ଥିଲା। ମୁମ୍ବାଇ ଶେଷ ଲିଗ୍‌ ମ୍ୟାଚ୍‌ରେ ବିଶାଳ ୨୩୫ ରନ୍‌ କରିଥିଲା। ହେଲେ ହାଇଦ୍ରାବାଦକୁ ଯଦି ଦଳ ୬୫ ରନ୍‌ ଭିତରେ ଅଟକାଇ ଥାଆନ୍ତା, ତା’ହେଲେ ନେଟ୍‌ ରନ୍‌ ରେଟ୍‌ ଆଧାରରେ ପ୍ଲେ ଅଫ ଖେଳି ଥାଆନ୍ତା। କିନ୍ତୁ ହାଇଦ୍ରାବାଦ ୬ ଓଭର୍‌ରେ ୭୦ ରନ୍‌ ଯୋଡ଼ି ମୁମ୍ବାଇର ସବୁ ଆଶାରେ ପାଣି ପକାଇ ଦେଇଛି। ଏହି ମ୍ୟାଚ୍‌ ମୁମ୍ବାଇ ଜିତିଲେ ମଧ୍ୟ ଆଉ ପ୍ଲେ ଅଫକୁ ଯାଇ ପାରିବ ନାହିଁ।



from Latest Odisha News, Breaking News Today | Top Updates on Corona - OTV News https://ift.tt/3iMlK1I
IPL ପ୍ଲେଅଫ୍‌ରୁ ମୁମ୍ବାଇ ଆଉଟ୍, କୋଲକାତା ଇନ୍‌ Chandan Shishu IPL ପ୍ଲେଅଫ୍‌ରୁ ମୁମ୍ବାଇ ଆଉଟ୍, କୋଲକାତା ଇନ୍‌ Chandan Shishu Reviewed by SUBHENDU BARAL on October 08, 2021 Rating: 5

No comments:

Powered by Blogger.