ନବରାତ୍ର ପୂଜାକୁ ନେଇ ଚଳଚଞ୍ଚଳ ଶାରଳା ପୀଠ, ବିଭିନ୍ନ ବେଶରେ ସୁସଜ୍ଜିତ ହେବେ ମା’

ଜଗତସିଂହପୁର, ୦୮|୧୦: ନବରାତ୍ର ପୂଜାକୁ ନେଇ ଚଳଚଞ୍ଚଳ ହୋଇଛି ଜଗତସିଂହପୁର ଜିଲା ଝଙ୍କଡ଼ ସ୍ଥିତ ମା' ଶାରଳାଙ୍କ ପୀଠ । ପ୍ରତିବର୍ଷ ପରି ଚଳିତ ବର୍ଷ  ମଧ୍ୟ ମୂଳାଷ୍ଟମୀ  ଠାରୁ ଆରମ୍ଭ ହୋଇଥିବା ପାର୍ବଣ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ୧୪ ଦିନ ବ୍ୟାପି  ମାଙ୍କ ପୀଠରେ ଅନୁଷ୍ଠିତ ହେବ ।

ଏହି ଅବସରରେ ମା' ଶାରଳା ଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହିତ  ମା'ଙ୍କ ପୀଠରେ ପ୍ରତିଦିନ ବିଭିନ୍ନ ବେଶ ସହିତ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଆଦି ଆୟୋଜିତ ହେଉଛି  । କୋଭିଡ ନିୟମକୁ ପାଳନ କରି ଶ୍ରଦ୍ଧାଳୁ ମାନେ ମାଆଙ୍କୁ ଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।



from Prameya News7 https://ift.tt/3uPOkUG
ନବରାତ୍ର ପୂଜାକୁ ନେଇ ଚଳଚଞ୍ଚଳ ଶାରଳା ପୀଠ, ବିଭିନ୍ନ ବେଶରେ ସୁସଜ୍ଜିତ ହେବେ ମା’ ନବରାତ୍ର ପୂଜାକୁ ନେଇ ଚଳଚଞ୍ଚଳ ଶାରଳା ପୀଠ, ବିଭିନ୍ନ ବେଶରେ ସୁସଜ୍ଜିତ ହେବେ ମା’ Reviewed by SUBHENDU BARAL on October 07, 2021 Rating: 5

No comments:

Powered by Blogger.