ପଦ୍ମପୁର ୦୫/୧୦: ବରଗଡ ଜିଲ୍ଲା ପଦ୍ମପୁରରେ ପୁଣି ସାମନାକୁ ଆସିଲା ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା । ରୋଗୀଙ୍କୁ ଖଟିଆରେ ପ୍ରାୟ ଏକ କିମି ବୋହି ଆମ୍ବୁଲାନ୍ସ ପାଖକୁ ନେଲେ ଆମ୍ବୁଲାନ୍ସ କର୍ମଚାରୀ ।
ସୂଚନାନୁସାରେ, ଏବେବି ଏମିତି ଅନେକ ଜାଗା ରହିଛି ଯେଉଁ ସ୍ଥାନକୁ ଗମନାଗମନର ସୁବିଧା ହୋଇ ପାରିନାହିଁ । ଯାହା ଦ୍ଵାରା ଲୋକମାନେ ଯିବା ଆସିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏଭଲି ଏକ ଚିତ୍ର ଆସିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାଂସଡା ପଂଚାୟତରୁ ।
କାଂସଡା ପଂଚାୟତ ନୁହୁରିପଡା ଗ୍ରାମର ସୁବାସିନି ପାଇକଙ୍କ ଦେହ ହଠାତ ଅସୁସ୍ଥ ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ଆସିଥିଲା । ହେଲେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ଘର ପାଖକୁ ଯାଇ ପାରିନଥିଲା । ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଉଦ୍ଧବ ଷାଣ୍ଡ,ଫାର୍ମାସିଷ୍ଟ ଗୋକୁଳାନ.ହେଲପର ସୁଶିଲ କୁମ୍ଭାର ରୋଗୀଣା ବାସନିଙ୍କୁ ପ୍ରାୟ ଏକ କିମି ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ଏବଂ ତାଙ୍କୁ ଡାକ୍ତରଖାନା ନେଇଥିଲେ ।
from Prameya News7 https://ift.tt/3AaijYy
No comments: