କରଞ୍ଜିଆ ୧୦/୦୭: କରଞ୍ଜିଆରେ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ଗତ ଦୁଇଦିନ ହେବ ଏଠାରେ ୧୮ ଟିକିଆ ହାତୀପଲଙ୍କ ଉତ୍ପାତ କରୁଛନ୍ତି । ୨ ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ବ୍ୟାପକ ନଷ୍ଟ କରିଛନ୍ତି । କରଞ୍ଜିଆ ବନାଞ୍ଚଳ ରାଉତାଳିପାଟ ଓ ମହୁଲିଆଶୁଳି ଗାଁରେ ଗୋଟିଏ ଗୋଟିଏ ଘର ଭାଙ୍ଗିଛନ୍ତି ହାତୀପଲ ।
ହାତୀପଲଙ୍କୁ ଘଉଡାଇବା ପାଇଁ ବନବିଭାଗର ଉଦ୍ୟମ ଜାରି । ଏତେ ସଂଖ୍ୟାରେ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ବର୍ତ୍ତମାନ ହାତୀପଲ ପୋଖରିଆ ଏବଂ ହଳଦିଆ ଗାଁ ଜଙ୍ଗଲରେ ରହିଥିବା ସୂଚନା ରହିଛି ।
from Prameya News7 https://ift.tt/3k2WaqH
କରଞ୍ଜିଆରେ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ: ଘର ଭାଙ୍ଗିଲେ, ଖାଇଗଲେ ଧାନ ଚାଉଳ
Reviewed by SUBHENDU BARAL
on
July 09, 2021
Rating:

No comments: