ଚୀନର ଷଡଯନ୍ତ୍ର : ମିଶାଇଲ ଫାୟାରିଂ ପାଇଁ ମାଟି ତଳେ ସମରସଜ୍ଜା, ପ୍ରସ୍ତୁତ କରିଛି ୧୦୦ରୁ ଅଧିକ ପରମାଣୁ ମିଶାଇଲ’ସାଇଲୋ’
ନୂଆଦିଲ୍ଲୀ ୧୦।୦୭: ଦୁନିଆକୁ ଜିତିବା ପାଇଁ ଚୀନ୍ କରୁଛି ଖତରନାକ ଷଡଯନ୍ତ୍ର। ମିଶାଇଲ ଫାୟରିଂ ପାଇଁ ମାଟି ତଳେ କରୁଛି ସମରସଜ୍ଜା। ୧୦୦ରୁ ଅଧିକ ପରମାଣୁ ମିଶାଇଲ୍ ସାଇଲୋ ପ୍ରସ୍ତୁତ କରିଛି ଚୀନ। ସାଟେଲାଇଟ୍ ରେ ଧରାପଡିଲା ଚୀନର ଖେଳ।
ଖବର ଅନୁଯାୟୀ, କରୋନା ମହାମାରୀ ପାଇଁ ସାରା ବିଶ୍ବରେ ହାହାକାର। ଜୀବନ ଜିଁଇବା ପାଇଁ ଚାଲିଛି ସଂଗ୍ରାମ ଆଉ ସଂଘର୍ଷ। ହେଲେ ଚୀନ, ଦୁନିଆକୁ ଜିତିବା ପାଇଁ କରୁଛି ଖତରନାକ ଷଡଯନ୍ତ୍ର। ମିଶାଇଲ ଫାୟରିଂ ପାଇଁ ମାଟି ତଳୁ କରୁଛି ସମରସଜା। ୧୦୦ରୁ ଅଧିକ ସାଇଲୋ ପ୍ରସ୍ତୁତ କରୁଛି ଚୀନ। ଏହି ପୋଲ୍ ଖୋଲିଲା ଆମେରିକା କାର୍ଲିଫର୍ଣ୍ଣିଆର ପ୍ଲାନେଟ ଲାବ। ଚୀନ୍ ଉତ୍ତରପଶ୍ଚିମ ମରୁଭୁମୀ ୟୁମେନରେ ୧୧୯ ଟି ସାଇଲୋ ମିଶାଇଲ ତିଆରି କରିଛି । ଏହାକୁ ଧରିଛି ସାଟେଲାଇଟ୍। ସାଇଲେ ହେଉଛି ଏକ ଲମ୍ବା ସିଲିଣ୍ଡର ଭଳି ବଡ ଗାତ। ଯେଉଁଥିରେ ଦୂରଗାମୀ ବିଧ୍ବଂସୀ କ୍ଷେପଣାସ୍ତ୍ରକୁ ରଖାଯାଇଥାଏ। ଆନ୍ତଃମହାଦେଶୀୟ ବାଲେଷ୍ଟିକ୍ ମିଶାଇଲକୁ ମାଟି ତଳେ ଘୋଡାଇ ରଖି ଆବଶ୍ୟକ ସ୍ଥଳେ ଶତ୍ରୁ ପକ୍ଷକୁ ଟାର୍ଗେଟ କରାଯାଇଥାଏ। ….
ଚୀନ୍ର ପରୁମାଣୁ କାର୍ଯ୍ୟକ୍ରମରେ ସାଇଲୋ ସବୁଠାରୁ ବଡ ପଦକ୍ଷେପ। ଆମେରିକାକୁ ନ୍ୟୁକ୍ଲିଆର ଆଟାକ ପାଇଁ ଚାଇନାର ଷଡଯନ୍ତ୍ର। ଏଥିରେ ଆମେରିକା ବି ଚିନ୍ତିତ। କାର୍ଲିଫଣ୍ଣିଆର ପ୍ଲାନେଟ ଲାବ୍ର ସଂସ୍ଥାପକ ୱାଇଲ ମାର୍ଶଲ ପ୍ରଥମେ ଏ ଘଟଣାକୁ ଟ୍ବିଟ୍ କରି ସର୍ବସାଧାରଣକୁ ଆଣିଥିଲେ। ମରୁଭୁମୀରେ ଚୀନ୍ ଶହେ ନ୍ୟୁକ୍ଲିଆର ମିଶାଇଲ ପ୍ରସ୍ତୁତି କରୁଥିବା ଉଲ୍ଲେଖ କରିଥିଲେ। ଏହା ପରେ ଆମେରିକାର ୱାସିଂଟନ ପୋଷ୍ଟରେ ଚୀନ୍ର ବିସ୍ତାରବାଦୀ ନୀତିକୁ ଅନେକ ଖବର ପ୍ରସାରଣ ହୋଇଥିଲା।
ତେବେ ସାଇଲୋ ଏତେ ଗୁରୁତ୍ବପୂର୍ଣ୍ଣ କାହିଁକି । ସାଧାରଣତଃ ଯାନା ବାହନ କିମ୍ବା ବିମାନରେରେ ନ୍ୟୁକ୍ଲିଆର ମିଶାଇଲକୁ ରଖି ଟାର୍ଗେଟ କରାଯାଇଥାଏ। କିନ୍ତୁ ଚାଇନା ମାଟି ତଳେ ମିଶାଇଲକୁ ରଖି ଆନ୍ତଃମହାଦେଶୀୟ ବାଲେଷ୍ଟିକ୍ ମିଶାଇଲକୁ ବ୍ୟବହାର କରିବାକୁ ଯୋଜନା କରୁଛି। ଯାହାକୁ ନେଇ ଚିନ୍ତା ବଢିଛି। କାରଣ ଚୀନ ଉପରେ କିଛି ବି ଭରାଷା ନାହିଁ। ପରିସ୍ଥିତି ପଡିଲେ, କେତେବେଳେ ବି ଅନ୍ୟ ରାଷ୍ଟ୍ର ଉପରେ ଚୀନ୍ ନ୍ୟୁକ୍ଲିଆର ଆଟାକ୍ କରିବାର ଭୟ ରହିଛି।
ସେହିପରି ୨୦୨୧ ଏକ ରିପୋର୍ଟ ଅନୁଯାୟୀ, କ୍ଷେପଣାସ୍ତ୍ର ମହଜୁଦ୍ ରଖିବାରେ ବିଶ୍ବର ୫ କ୍ଷମତାଶାଳି ରାଷ୍ଟ୍ର ହେଉଛି ଚୀନ୍। ଆମେରିକା, ରୁଷ , ବ୍ରିଟେନ, ଫ୍ରାନ୍ସ ପରେ ଚୀନ୍ ପାଖରେ ବହୁ ଖତରନାକ ପରମାଣୁ ଅସ୍ତ୍ର ରହିଛି। ଚୀନର ICBM ପରୁମାଣୁ ମିଶାଇଲ DF-15, ୧୫ ହଜାର କିଲୋମିଟର ଦୂରତାକୁ ଟାର୍ଗେଟ କରାଯାଇପାରୁଛି। ଆମେରିକାର କିଛି ସହର ମଧ୍ୟ ଏହାର ରେଂଜରେ ଆସୁଛି। ତେବେ ଅମାନିଆ ଚୀନ୍ ତାର ପରମାଣୁ କ୍ଷମତା ବୃଦ୍ଧି କରିବା ଆମେରିକା ନୁହେଁ, ସାରା ବିଶ୍ବ ପାଇଁ ଚିନ୍ତାର କାରଣ ହେଉଛି।
from Prameya News7 https://ift.tt/2UCqQUS

No comments: