ବାଲିଗୁଡା, ୧୦/୦୭: ଗଛରେ ପିଟିହେଲା ବାଇକ୍ । ଘଟଣାସ୍ଥଳରେ ଜୀବନ ହାରିଲେ ୨ ବାଇକ ଆରୋହୀ । ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମାଦିନାଟ ଗାଁରେ ।
ସୂଚନାନୁସାରେ, ଶୁକ୍ରବାର ବିଳମ୍ବିତ ରାତ୍ରରେ ଏହି ଦୁର୍ଘଟଣା ଘଟିଛି । କୁଟିକିଆ ଗାଁର ସୁନୀଲ ଦିଗାଲ ଓ ସୁମନ୍ତ ବେହେରଦଳାଇ ବାଲିଗୁଡାରୁ ଗାଁକୁ ଫେରୁଥିଲେ । ତେବେ ମାଦିନାଟ ଗାଁ ନିକଟରେ ସେମାନଙ୍କ ବାଇକ ଏକ ଗଛରେ ପିଟି ହୋଇଯାଇଥିଲେ । ଉଭୟ ରାସ୍ତାରେ ଛିଟକି ପଡିଥିଲେ । ଘଟଣାସ୍ଥଳରେ ହିଁ ଉଭୟ ଜୀବନ ହାରିଥିଲେ । ତେବେ ପୋଲିସ ବାଇକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
from Prameya News7 https://ift.tt/3yNIELL
ଗାଁକୁ ଫେରୁଥିବା ବେଳେ ଗଛରେ ପିଟିହେଲା ବାଇକ୍, ୨ ଆରୋହୀ ମୃତ
Reviewed by SUBHENDU BARAL
on
July 09, 2021
Rating:

No comments: