ଗୋଷ୍ଠୀ ସଂଘର୍ଷରୁ ହତ୍ୟାକାଣ୍ଡ, ୨ ମୃତ ; ଘଟଣା ପରେ ଗାଁ ଜନଶୂନ୍ୟ

ଜୟପୁର ୧୧।୦୭: କୋରାପୁଟ ଦଶମନ୍ତପୁର ବ୍ଲକ ହତୀମୁଣ୍ଡା ଗାଁରେ ଗୋଷ୍ଠୀ ସଂଘର୍ଷରୁ ହତ୍ୟାକାଣ୍ଡ। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଶନିବାର ରାତି ପ୍ରାୟ ୮ରେ କୌଣସି କାରଣରୁ ଗାଁର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ମୃତକମାନେ ହେଲେ ଧନପତି ଜାନୀ ଏବଂ ସହଦେଵ ଜାନୀ । ଆହତମାନେ ହେଲେ ସେନାପତି ଜାନୀ ଧନେଶ୍ଵର ଜାନୀ ଦିବା ପରଜା, ରାଜୁ ଜାନୀ, ମନୋହର ଜାନୀ, ଅଙ୍ଗରା ଜାନୀ ଏବଂ ଛେଣ୍ଡିଆ ଜାନୀ । ତେବେ ସେନାପତି ଓ ଧନେଶ୍ଵର ର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ କୋରାପୁଟ ଜିଲ୍ଲା ସହିଦ୍ ଲକ୍ଷ୍ମଣ ନାୟକ କଲେଜ୍ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଜମି ଜମା ବିବାଦକୁ ନେଇ କିମ୍ବା ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ ହୋଇଥିବା କୁହାଯାଇଛି। ହତ୍ୟାକାଣ୍ଡ ପରେ ହାତୀ ମୁଣ୍ଡା ଗାଁର ଆଦିବାସୀ ସାହି ଏକ ପ୍ରକାର ଜନ ଶୂନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ ହୋଇଛି। ଏଥିସହିତ କୋରାପୁଟ ଡି ଏସ୍ ପି ନିରଞ୍ଜନ ବେହେରା ମଧ୍ୟ ପହଞ୍ଚି ତଦନ୍ତ କରୁଛନ୍ତି ।



from Prameya News7 https://ift.tt/3AK03qp
ଗୋଷ୍ଠୀ ସଂଘର୍ଷରୁ ହତ୍ୟାକାଣ୍ଡ, ୨ ମୃତ ; ଘଟଣା ପରେ ଗାଁ ଜନଶୂନ୍ୟ ଗୋଷ୍ଠୀ ସଂଘର୍ଷରୁ ହତ୍ୟାକାଣ୍ଡ, ୨ ମୃତ ; ଘଟଣା ପରେ ଗାଁ ଜନଶୂନ୍ୟ Reviewed by SUBHENDU BARAL on July 10, 2021 Rating: 5

No comments:

Powered by Blogger.