ତୃତୀୟ ଲହର ନେଇ କେନ୍ଦ୍ରର ଆଲର୍ଟ, ସମସ୍ତ ରାଜ୍ୟକୁ ୫ ସ୍ତରୀୟ ଫର୍ମୁଲା ମାନିବାକୁ ପରାମର୍ଶ

ନୂଆଦିଲ୍ଲୀ, ୧୧|୦୭: କୋଭିଡର ତୃତୀୟ ଲହର ଆଶଙ୍କା ନେଇ କେନ୍ଦ୍ରର ଆଲର୍ଟ । ରାଜ୍ୟକୁ ୫ସ୍ତରୀୟ ଫର୍ମୂଲା କାର୍ଯ୍ୟକାରୀ କରିବାକୁ ପରାମର୍ଶ । ନିକଟରେ ଦ୍ବିତୀୟ ଲହର କୋପ ସାମାନ୍ୟ ଧୀମା ପଡିଛି । ଏହା ସତ୍ବେ ଲୋକେ କୋଭିଡ୍ ଗାଇଡଲାଇନ୍ ମାନୁନଥିବା ଦେଖିବାକୁ ମିଳୁଛି । ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସମେତ ଅନେକ ରାଜ୍ୟରେ ପର୍ଯ୍ୟଟକମାନେ କୋଭିଡ୍ ନିୟମ ମାନୁନାହାନ୍ତି । ଏପରି ସ୍ଥିତିରେ ହିଲ୍ ଷ୍ଟେସନ ଏବଂ ପର୍ଯ୍ୟଟନ ସ୍ଥଳରେ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ।

କରୋନା ସଂକ୍ରମଣ ସ୍ଥିତିର ମୁକାବିଲା କରିବା ଲାଗି ରାଜ୍ୟମାନଙ୍କୁ ୫ସ୍ତରୀୟ ରଣନୀତି ଆପଣାଇବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ନିୟମ ମାନିବା ସହ ଅନ୍ୟ କୋଭିଡ ପ୍ରୋଟୋକଲ ମାନିବା ଉପରେ ଗୁରୁତ୍ବ ଦିଆଯାଇଛି ।

ତୃତୀୟ ଲହର ଆସିବା ନେଇ ଭାରତ ସରକାର ପ୍ରସ୍ତୁତିକୁ ତ୍ବରାନ୍ବିତ କରିଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକା ଓ ୟୁରୋପର କିଛି ଦେଶରେ ତୃତୀୟ ଲହର ଚିନ୍ତାଜନକ ହେଲାଣି। ତୃତୀୟ ଲହରର ମୁଖ୍ୟ କାରଣ ହୋଇଛି କରୋନାର ଡେଲଟା ଭ୍ୟାରିଆଣ୍ଟ। ଦକ୍ଷିଣ ଆଫ୍ରିକାରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ସେଠାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଭୁଶୁଡ଼ି ପଡ଼ିବା ସ୍ଥିତିକୁ ଆସିଗଲାଣି। ତେଣୁ ଦକ୍ଷିଣ ଆଫ୍ରିକା ସରକାର ଟିକାକରଣକୁ ତ୍ବରାନ୍ବିତ କରିଛନ୍ତି।

ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ମାତ୍ର ୬ ପ୍ରତିଶତ ଲୋକ ଟିକା ନେଇଛନ୍ତି। ଆଫ୍ରିକର ୩୭ ପ୍ରତିଶତ ରୋଗୀ ଏବେ କେବଳ ଦକ୍ଷିଣ ଆଫ୍ରିକାରେ ଅଛନ୍ତି। ଡେଲ୍ ଟା ଭ୍ୟାରିଏଣ୍ଟ ଯୋଗୁଁ କରୋନା ଦ୍ରୁତ ଗତିରେ ବ୍ୟାପୁଥିବାରୁ ଚିନ୍ତା ବଢ଼ାଇବାରେ ଲାଗିଛି। ସେପଟେ ଆମେରିକାରେ ମଧ୍ୟ ଡେଲ୍ ଟା ଭ୍ୟାରିଆଣ୍ଟ ଚିନ୍ତାଜନକ ହେଲାଣି। ବ୍ୟାପକ ଟିକାକରଣ ପରେ ବି ଏବେ ବହୁ ସଂଖ୍ୟାରେ କରୋନା ରୋଗୀ ଚିହ୍ନଟ ହେୁଛନ୍ତି। ଏଥିରୁ ଅଧା ହେଉଛନ୍ତି ଡେଲଟା ଭ୍ୟାରିଆଣ୍ଟ ରୋଗୀ।



from Prameya News7 https://ift.tt/3hyseRD
ତୃତୀୟ ଲହର ନେଇ କେନ୍ଦ୍ରର ଆଲର୍ଟ, ସମସ୍ତ ରାଜ୍ୟକୁ ୫ ସ୍ତରୀୟ ଫର୍ମୁଲା ମାନିବାକୁ ପରାମର୍ଶ ତୃତୀୟ ଲହର ନେଇ କେନ୍ଦ୍ରର ଆଲର୍ଟ, ସମସ୍ତ ରାଜ୍ୟକୁ ୫ ସ୍ତରୀୟ ଫର୍ମୁଲା ମାନିବାକୁ ପରାମର୍ଶ Reviewed by SUBHENDU BARAL on July 10, 2021 Rating: 5

No comments:

Powered by Blogger.