୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ

ଚଣ୍ଡିଖୋଲ, ୨୦।୦୬ :୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ସମିଆ ପଞ୍ଚାୟତର ପୁବୁଲି ଠାରେ ଏହି ଅଜଗରକୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ଜଙ୍ଗଲରେ ଅଜଗର ସାପଟି ବୁଲୁ ଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ ଗ୍ରାମବାସୀ ବୈରୀ ରେଞ୍ଜ ବନ ବିଭାଗ ଅଧିକାରୀଙ୍କୁ ଜଣାଇ ଥିଲେ । ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଅଜଗର ସାପଟିକୁ ନିକଟସ୍ଥ କପିଳାସ ଜଙ୍ଗଲରେ ଛାଡିଥିଲେ ।

ଅଜଗର ସାପଟି ୧୨ ଫୁଟ ଲମ୍ବର ହୋଇଥିବା ବେଳେ ସ୍ଥାନୀୟ ପାହାଡ଼ରୁ ଚାଲି ଆସିଥିବା ସନ୍ଦେହ କରାଯାଉଛି ।



from Prameya News7 https://ift.tt/3cTehuP
୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ Reviewed by SUBHENDU BARAL on June 19, 2021 Rating: 5

No comments:

Powered by Blogger.