ଯୋଗୀ ସରକାରଙ୍କ ନିଷ୍ପତ୍ତି : ଯେଉଁ ଜିଲ୍ଲାରେ ସକ୍ରିୟ ମାମଲା ୫୦୦ରୁ ଅଧିକ ରହିବ, ସେଠାରେ କରାଯିବ କର୍ଫ୍ୟୁ

ଲକ୍ଷ୍ନୌ ୨୦/୬ : ୟୁପିରେ କରୋନା ସ୍ଥିତି ନେଇ ଯୋଗୀ ସରକାର ନେଇଛନ୍ତି ନିଷ୍ପତ୍ତି । କରୋନା କର୍ଫ୍ୟୁ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଯଦି କୌଣସି ଜିଲ୍ଲାରେ କୋଭିଡ୍ ମାମଲା ୫୦୦ ଅତିକ୍ରମ କରେ, ତେବେ ସେଠାରେ କର୍ଫ୍ୟୁ ଲାଗିବ । ୟୁପିର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଅମିତ ମୋହନ ପ୍ରସାଦ ଶନିବାର କହିଛନ୍ତି ଯେ ଯଦି ଗୋଟିଏ ଜିଲ୍ଲାରେ ସକ୍ରିୟ କରୋନା ମାମଲା ୫୦୦ରୁ ଅଧିକ ହୁଏ, ତେବେ ସେଠାରେ କୋହଳ ହେଉଥିବା କଟକଣାକୁ ପୁଣି କଡାକଡି କରାଯିବ..

ନୂତନ ଗାଇଡଲାଇନ ଅନୁଯାୟୀ ସୋମବାର ୭ ଟା ରୁ ୯ଟା ପର୍ଯ୍ୟନ୍ତ ସମସ୍ତ ପ୍ରତିଷ୍ଠାନ ଖୋଲାଯାଇପାରିବ । ସପ୍ତାହାନ୍ତ ସଟଡାଉନ ଏବେବି ବନ୍ଦ ରହିବ । ଆହୁରି ମଧ୍ୟ, ବିବାହ ସମାରୋହ ଏବଂ ପୂଜାପାଠ ଗୃହରେ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି । ଯଦିଓ ଆଗାମୀ ଆଦେଶ ପର୍ଯ୍ୟନ୍ତ ସୁଇମିଂ ପୁଲ୍ ସିନେମା ହଲ ନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ବିଭାଗରେ ପୂର୍ଣ୍ଣ ଉପସ୍ଥିତି ରହିବ ।

କୋଭିଡ -19 ପ୍ରୋଟୋକଲକୁ ପାଳନ କରିବା ଏବଂ ଅଫିସରେ କୋଭିଡ -19 ହେଲପ ଡେସ୍କ ସ୍ଥାପନ କରାଯିବ । ମିଠା, ଷ୍ଟ୍ରିଟ୍ ଫୁଡ୍, ଫାଷ୍ଟଫୁଡ୍ ଦୋକାନରେ ବସିବା କିମ୍ବା ଠିଆ ହେବା ଅନୁମତି ନାହିଁ । ଧାର୍ମିକ ସ୍ଥାନ ଭିତରେ ଥିବା ପରିସରର ଆକାରକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ୫୦ରୁ ଅଧିକ ଭକ୍ତଙ୍କୁ ଗୋଟିଏ ଥରରେ ଏକାଠି ହେବାକୁ ଅନୁମତି ଦିଆଯାଇଛି ।



from Prameya News7 https://ift.tt/35BO7Zc
ଯୋଗୀ ସରକାରଙ୍କ ନିଷ୍ପତ୍ତି : ଯେଉଁ ଜିଲ୍ଲାରେ ସକ୍ରିୟ ମାମଲା ୫୦୦ରୁ ଅଧିକ ରହିବ, ସେଠାରେ କରାଯିବ କର୍ଫ୍ୟୁ ଯୋଗୀ ସରକାରଙ୍କ ନିଷ୍ପତ୍ତି : ଯେଉଁ ଜିଲ୍ଲାରେ ସକ୍ରିୟ ମାମଲା ୫୦୦ରୁ ଅଧିକ ରହିବ, ସେଠାରେ କରାଯିବ କର୍ଫ୍ୟୁ Reviewed by SUBHENDU BARAL on June 19, 2021 Rating: 5

No comments:

Powered by Blogger.