ଉତ୍ତର ପୂର୍ବର ୨ଟି ରାଜ୍ୟରେ ଡେଲଟା ଭାରିଆଣ୍ଟ ଆତଙ୍କ, ମଣିପୁରର ୨୦ ମାମଲା ମଧ୍ୟରୁ ୧୮ଟି B.1.617.2

ନୂଆଦିଲ୍ଲୀ ୨୦/୬ : ଉତ୍ତର ଭାରତରେ ଆତଙ୍କ ସୃଷ୍ଟି କରିବା ପରେ ଉତ୍ତର ପୂର୍ବର ଦୁଇଟି ରାଜ୍ୟରେ କରୋନା ଭୂତାଣୁର ଡେଲଟା ପ୍ରକାର ଭାରିଆଣ୍ଟ ଚିହ୍ନଟ ହୋଇଛି । ମଣିପୁର ଏବଂ ମିଜୋରାମରେ ପ୍ରଥମ ଥର ପାଇଁ ଡେଲଟା ଭାରିଆଣ୍ଟର ମାମଲା ଦେଖିବାକୁ ମିଳିଛି । ସୂଚନାନୁସାରେ, ହାଇଦ୍ରାବାଦରେ ପରୀକ୍ଷିତ ୨୦ଟି ମାମଲା ମଧ୍ୟରୁ ୧୮ଟି ଡେଲଟା ଭାରିଆଣ୍ଟ ବୋଲି ଜଣାପଡିଛି ।

ମିଜୋରାମରେ ୪ଟି ମାମଲା ରହିଛି ଯାହାକି B.1.617.2ର ରୂପ । କୋଭିଡର ଏହି ଷ୍ଟ୍ରେନ୍ ବହୁତ ସଂକ୍ରାମକ ଏବଂ ମାରାତ୍ମକ ଅଟେ । ମିଜୋରାମର ଆଇଜାୱାଲ ଜିଲ୍ଲାରେ କରୋନାର ଡେଲଟା ଭାରିଆଣ୍ଟରେ ପୀଡିତ ୪ ରୋଗୀ ଚିହ୍ନଟ ହୋଇଛନ୍ତି । ଲୋକମାନଙ୍କର ନମୁନା ପରୀକ୍ଷା ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋମେଟିକାଲ୍ ଜେନୋମିକ୍ସକୁ ପଠାଯାଇଥିଲା ।

ଉଭୟ ରାଜ୍ୟର ତଥା ପଡୋଶୀ ରାଜ୍ୟରେ ମଧୁମେହ, କର୍କଟ ଏବଂ ଗୁରୁତର ରୋଗରେ ପୀଡିତ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମଣର ଗୁରୁତର ଅବସ୍ଥାରେ ମ୍ୟୁକୋରମାଇକୋସିସ୍ ଦ୍ୱାରା ଲୋକମାନେ ପ୍ରଭାବିତ ହେବାର ଆଶଙ୍କା ଦୃଷ୍ଟିରୁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଟିକାକରଣ ଅଭିଯାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

WHO ମୁଖ୍ୟ ବୈଜ୍ଞାନିକ ସ୍ୱାମୀ ସ୍ୱାମୀନାଥନ୍ କହିଛନ୍ତି ଯେ ଡେଲ୍ଟା ଭାରିଆଣ୍ଟ ବିଶ୍ୱ ସଂକ୍ରମଣ ପାଇଁ ଅତ୍ୟଧିକ ଚିନ୍ତାର କାରଣ ଅଟେ । ଖବର ଅନୁଯାୟୀ, ବିଶ୍ୱର ୭୦ ରୁ ଅଧିକ ଦେଶରେ ଡେଲଟା ଭାରିଆଣ୍ଟର ମାମଲା ପଞ୍ଜିକୃତ ହୋଇଛି । ଜେନେଭାରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାମୀନାଥନ୍ କହିଛନ୍ତି ଯେ ଏହାର ଦ୍ରୁତ ବିସ୍ତାର ହେତୁ ଡେଲ୍ଟା ଭାରିଆଣ୍ଟ ବିଶ୍ୱବ୍ୟାପୀ ଅଧିକ ସଂକ୍ରାମକ ହେବାକୁ ଯାଉଛି ।



from Prameya News7 https://ift.tt/3cUCq43
ଉତ୍ତର ପୂର୍ବର ୨ଟି ରାଜ୍ୟରେ ଡେଲଟା ଭାରିଆଣ୍ଟ ଆତଙ୍କ, ମଣିପୁରର ୨୦ ମାମଲା ମଧ୍ୟରୁ ୧୮ଟି B.1.617.2 ଉତ୍ତର ପୂର୍ବର ୨ଟି ରାଜ୍ୟରେ ଡେଲଟା ଭାରିଆଣ୍ଟ ଆତଙ୍କ, ମଣିପୁରର ୨୦ ମାମଲା ମଧ୍ୟରୁ ୧୮ଟି B.1.617.2 Reviewed by SUBHENDU BARAL on June 19, 2021 Rating: 5

No comments:

Powered by Blogger.