
କନକ ବ୍ୟୁରୋ: ୱାଇଏସ୍ଆର୍ କଂଗ୍ରେସ ସଭାପତି ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଭଉଣୀ ଶର୍ମିଳା ୱାଇଏସ୍ଆର୍ କଂଗ୍ରେସ ଛାଡ଼ିବେ ଏବଂ ଏବଂ ଏକ ନୂଆ ଦଳ ଗଢ଼ିବେ ବୋଲି ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ଏହାକୁ ନେଇ ଜଗନଙ୍କ ପରିବାରରେ ବଡ଼ ଫାଟ ସୃଷ୍ଟି ହୋଇଛି। ଶର୍ମିଳା ତାଙ୍କ ଦିବଂଗତ ପିତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡିଙ୍କ ଘନିଷ୍ଠ ସହଯୋଗୀଙ୍କ ସହ ଏ ବାବଦରେ ବିଚାରବିମର୍ଶ ଜାରି ରଖିଛନ୍ତି। ‘ରାଜନ୍ନା ରାଜ୍ୟମ୍’ ପ୍ରତିଷ୍ଠା ଲକ୍ଷ୍ୟରେ ସେ କାମ କରିବେ ଏବଂ ଖୁବ୍ଶୀଘ୍ର ଲୋକଙ୍କ ପାଖକୁ ଯିବେ ବୋଲି ଶର୍ମିଳା କହିଛନ୍ତି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ସେ ତେଲେଙ୍ଗାନାର ନାଲ୍ଗୋଣ୍ଡା ଜିଲ୍ଲାରେ ଜନସଂପର୍କ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି।
from Kanak News https://ift.tt/3tTgI7w https://ift.tt/3jAotKT
ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନଙ୍କ ପରିବାରରେ ଫାଟ । ନୂଆ ଦଳ ଗଢ଼ିବାକୁ ଭଉଣୀ ଶର୍ମିଳାଙ୍କ ସଙ୍କେତ । Kanak News
Reviewed by SUBHENDU BARAL
on
February 09, 2021
Rating:
No comments: