ମୃତ୍ୟୁର ଯନ୍ତା ପାଲଟିଛି କୋଏଲ ନଦୀ : ପାଣିରେ ଭାସୁଥିବା ଅବସ୍ଥାରେ ନଦୀରୁ ଉଦ୍ଧାର ହେଲା ୩ ନାବାଳକଙ୍କ ମୃତଦେହ Kanak News

କନକ ବ୍ୟୁରୋ : ମୃତ୍ୟୁର ଯନ୍ତା ପାଲଟିଛି କୋଏଲ ନଦୀ । ପୁଣି କୋଏଲ ନଦୀରେ ବୁଡ଼ି ଗଲା ଜୀବନ । ନଦୀ ପାଣିରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତଦେହ ନଦୀପାଣିରେ ଭାସୁଥିବା ବେଳେ ଝିରିପାଣି ପୁଲିସ୍, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । କୋଏଲନଗର ଭାଟା ବସ୍ତି ନିକଟ ନଦୀ କୂଳରେ ନାବାଳକଙ୍କ ଚପଲ ଓ ପୋଷାକ ପଡ଼ିରହିବାକୁ ଦେଖିବାକୁ ମିଳିଥିଲା । ଅନୁମାନ କରାଯାଉଛି କି କୌଣସି ପାଖ ଅଂଚଳର ଏହି ୩ ନାବାଳକ ଗାଧୋଇବାକୁ ଆସିଥିବା ବେଳେ ବୁଡ଼ି ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳିପାରି ନାହିଁ ।
from Kanak News https://ift.tt/3p83GiL https://ift.tt/3pdEGqm
ମୃତ୍ୟୁର ଯନ୍ତା ପାଲଟିଛି କୋଏଲ ନଦୀ : ପାଣିରେ ଭାସୁଥିବା ଅବସ୍ଥାରେ ନଦୀରୁ ଉଦ୍ଧାର ହେଲା ୩ ନାବାଳକଙ୍କ ମୃତଦେହ Kanak News
Reviewed by SUBHENDU BARAL
on
February 10, 2021
Rating:
No comments: