ମଦ ମାଫିଆଙ୍କ ଆତଙ୍କରାଜ : ପୋଲିସ ଟିମ୍‌ ଉପରକୁ ଆକ୍ରମଣ, କନେଷ୍ଟବଳ ସହିଦ

ଲକ୍ଷ୍ନୌ ୧୦।୦୨: ଉତ୍ତରପ୍ରଦେଶର କାସଗଂଜ ଜିଲ୍ଲାରେ ମଦ ମାଫିଆମାନେ ପୋଲିସ ଉପରେ ଆକ୍ରମଣ କରିଛନ୍ତି । ମଦ ମାଫିଆଙ୍କ ଆକ୍ରମଣରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଇନ୍ସପେକ୍ଟର ଗୁରୁତର ଆହତ ହୋଇଛନ୍ତି । ଆହତ ଇନ୍ସପେକ୍ଟରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି ।

ମଙ୍ଗଳବାର ସନ୍ଧ୍ୟାରେ ସିଢ଼ପୁରା ଥାନାର ୨ ପୋଲିସ କର୍ମଚାର ଅଶୋକ କୁମାର ଓ ଦେବେନ୍ଦ୍ର ନଗଲା ଧୀମର ଗାଁରେ ଏକ କୁଖ୍ୟାତ ଅପରାଧୀଙ୍କୁ ଖୋଜିବା ପାଇଁ ଯାଇଥିଲେ । ସେଠାରେ ଦେଶୀ ମଦ କାରବାର ଚାଲୁଥିବାର ମଧ୍ୟ ସୂଚନା ପାଇଥିଲା ପୋଲିସ । ଯାହାକୁ ନେଇ ଘଟଣାସ୍ଥଳକୁ ଯାଇଥିଲା ପୋଲିସ ।  କିନ୍ତୁ ସେଠାରେ ଦୁର୍ବୃତ୍ତମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣ ଳାଗି ଦେବେନ୍ଦ୍ର ସହିଦ ହୋଇଯାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ସଂପର୍କରେ ଅବଗତ ହେବା ସହ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଦେଶ ଦେଇଛନ୍ତି । ଏଥି ସହିତ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଓ ଜଣଙ୍କୁ ଚାକିରୀ ଦେବା ପାଇଁ ମଧ୍ୟ ସେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କ୍ରମାଗତ ଭାବେ ଏହି ଘଟଣା ଉପରେ ନଜର ରଖିଛନ୍ତି । ତେଣୁ ଦୋଷୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।



from Prameya News7 https://ift.tt/3a52cS8
ମଦ ମାଫିଆଙ୍କ ଆତଙ୍କରାଜ : ପୋଲିସ ଟିମ୍‌ ଉପରକୁ ଆକ୍ରମଣ, କନେଷ୍ଟବଳ ସହିଦ ମଦ ମାଫିଆଙ୍କ ଆତଙ୍କରାଜ : ପୋଲିସ ଟିମ୍‌ ଉପରକୁ ଆକ୍ରମଣ, କନେଷ୍ଟବଳ ସହିଦ Reviewed by SUBHENDU BARAL on February 09, 2021 Rating: 5

No comments:

Powered by Blogger.