୬ ଜାନୁଆରୀରୁ ଭାରତ-ବ୍ରିଟେନ ମଧ୍ୟରେ ପୁଣି ଉଡିବ ବିମାନ Sarbeswar Mohapatra

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତ ଓ ବ୍ରିଟେନ ମଧ୍ୟରେ ଚଳାଚଳ କରିବ ବିମାନ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୬ ତାରିଖରୁ ଭାରତ-ବ୍ରିଟେନ ମଧ୍ୟରେ ଚଳାଚଳ କରିବ ବିମାନ। ତେବେ କରୋନାର ନୂଆ ଷ୍ଚ୍ରେନ ଆସୁଥିବା ପ୍ରଚାର ହେବା ପରେ କେନ୍ଦ୍ର ସରକାର ବ୍ରିଟେନରୁ ଭାରତକୁ ଚଳାଚଳ କରୁଥିବା ସମସ୍ତ ବିମାନ ଉଡାଣକୁ ସ୍ଥଗିତ କରିଥିଲେ।

ତେବେ ଏହାରି ମଧ୍ୟରେ ପୁଣି ଥରେ ଭାରତ ଓ ବ୍ରିଟେନ ମଧ୍ୟରେ ବିମାନ ଚଳାଚଳ କରିବ ବୋଲି ସୂଚନା ରହିଛି। ଏନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଉଭୟ ଦେଶ ମଧ୍ୟରେ ୩୦ ବିମାନ ଚଳାଚଳ କରିବ ବୋଲି ସୂଚନା ରହିଛି।

ତେବେ ପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଉଡିବ ନାହିଁ ବିମାନ ବୋଲି ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର। କରୋନା କାୟା ବିସ୍ତାର କରୁଥିବାରୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ,  ଭାରତ ଓ ଇଂଲଣ୍ଡ ମଧ୍ୟରେ ସାମୟିକ ଭାବେ ବନ୍ଦ ଥିବା ବିମାନ ଚଳାଚଳ ଅବଧିକୁ କେନ୍ଦ୍ର ସରକାର ୨୦୨୧ ଜାନୁଆରି ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ତେବେ ଏନେଇ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି।

କରୋନାର ନୂଆ ଷ୍ଟ୍ରେନ୍‌ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଦୁଇ ଦେଶ ମଧ୍ୟରେ ବିମାନ ଯାତାୟତ ବାତିଲ କରାଯାଇଥିଲା। ତେବେ ସଂକ୍ରମଣ ବ୍ୟାପୁଥିବା କାରଣରୁ ଏହି ନିଷ୍ପତ୍ତିକୁ ଆଗକୁ ବଢାଯାଇଥିବା ସୂଚନା ରହିଛି। ଭାରତରୁ ଇଂଲଣ୍ଡ୍‌ ଯାଉଥିବା ଓ ଇଂଲଣ୍ଡ୍‌ରୁ ଭାରତକୁ ଆସୁଥିବା ବିମାନଗୁଡ଼ିକର ସାମୟିକ ସ୍ଥଗିତକରଣ ୨୦୨୧ ଜାନୁଆରି ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କିନ୍ତୁ ଏହା ପରେ ବି ପୂରା ସତର୍କତାର ସହ ବିମାନ ଚଳାଚଳ କରିବ ବୋଲି ସୂଚନା ରହିଛି।

ତେବେ ଇଂଲଣ୍ଡରେ କରୋନାର ନୂଆ ଷ୍ଟ୍ରେନ୍‌ ବ୍ୟାପୁଥିବାରୁ ଭାରତ ଏପରି ନିଷ୍ପତ୍ତି ନେଇଛି। କେବଳ ଭାରତ ନୁହେଁ ବରଂ ବିଶ୍ୱର ଅନେକ ଦେଶ ଇଂଲଣ୍ଡକୁ ବିମାନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି।

ସେପଟେ କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଆସିଛି ନୂଆ ତଥ୍ୟ। ଚାଞ୍ଚଲ୍ୟକର ତଥ୍ୟ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂତନ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକାରୁ ଆସିଛି। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂତନ ଷ୍ଟ୍ରେନ୍ ପୂର୍ବ ଭୂତାଣୁ ତୁଳନାରେ ପ୍ରାୟ ୭୦ ପ୍ରତିଶତ ଅଧିକ ସଂକ୍ରାମକ  କିନ୍ତୁ ନୂତନ ଷ୍ଟ୍ରେନ୍ ଅଧିକ ଘାତକ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଜଣାପଡିବା ପରେ ଦକ୍ଷିଣ ଆଫ୍ରିକାରେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।

ଏ ସମ୍ପର୍କରେ ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମଟ୍ଟ ହାନ୍‌ଙ୍କକ୍ କହିଛନ୍ତି ଯେ ପ୍ରଥମେ ଯେତେବେଳେ ୟୁକେରେ ୨ ଜଣଙ୍କ ଠାରେ କରୋନାର ନୂଆ ଷ୍ଟ୍ରେନ ନେଇ ଚିହ୍ନଟ ହୋଇଥିଲା। ଏମାନେ କିଛି ସପ୍ତାହ ତଳେ ସାଉଥ ଆଫ୍ରିକାରୁ ଫେରିଥିଲେ। ତେବେ ସଂକ୍ରମଣ ବ୍ୟାପିବା ଆଗରୁ ବ୍ରିଟେନ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। କାହିଁକିନା କରୋନାର ଏହି ନୂଆ ଷ୍ଟ୍ରେନ୍‌ ପୂର୍ବ ଭୂତାଣୁ ଅପେକ୍ଷା ପ୍ରାୟ ୭୦ ପ୍ରତିଶତ ଅଧିକ ବେଗରେ ବ୍ୟାପୁଥିବା ଗବେଷଣାରୁ ଜଣାପଡ଼ିଛି। ତେବେ ଯେଉଁମାନେ ସାଉଥ ଆଫ୍ରିକାରୁ ଫେରିଛନ୍ତି କିମ୍ବା ରୋଗୀ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କ୍ୱାରେଣ୍ଟିନ୍‌ରେ ରହିବା କୁହାଯାଇଥିବା ସଚିବ ସୂଚନା ଦେଇଛନ୍ତି।

ୟୁକେରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଷ୍ଟ୍ରେନ୍। ଏହା ବେକାବୁ ହୋଇଥିବା ନେଇ ଲୋକଙ୍କୁ ଚେତାଇବା ସହ ଲୋକଙ୍କ ଯାଆସ ଉପରେ କଟକଣା ଜାରି କରିଛନ୍ତି ବ୍ରିଟେନ୍ ସରକାର। ବଡ଼ଦିନ ପାଇଁ ସଂପର୍କୀୟଙ୍କୁ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହାସହ ଅଣଅତ୍ୟାବଶ୍ୟକ ଦୋକାନ ନଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବହୁ ୟୁରୋପୀୟ ଦେଶ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିଛନ୍ତି। ସେପଟେ ୟୁକେରେ ଏଭଳି ସ୍ଥିତି ଦେଖାଦେବାପରେ ଭାରତ ସମେତ ବିଶ୍ୱର ଅନ୍ୟ ଦେଶ ବି ଚିନ୍ତିତ ହୋଇ ପଡ଼ିଛନ୍ତି।

ତେବେ ମୋଟ ଉପରେ କହିବାକୁ ଗଲେ କରୋନାର ନୂଆ ଷ୍ଚ୍ରେନକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। କାରଣ କରୋନା ମହାମାରୀ ପୁଣି ଯଦି କାୟାବିସ୍ତାର କରିବ ତେବେ ସ୍ଥିତି ଅଣାୟତ ହୋଇପାରେ ବୋଲି ଅନେକ କହିଛନ୍ତି।

The post ୬ ଜାନୁଆରୀରୁ ଭାରତ-ବ୍ରିଟେନ ମଧ୍ୟରେ ପୁଣି ଉଡିବ ବିମାନ appeared first on OTV Khabar..



from OTV Khabar. https://ift.tt/3pINuoN
୬ ଜାନୁଆରୀରୁ ଭାରତ-ବ୍ରିଟେନ ମଧ୍ୟରେ ପୁଣି ଉଡିବ ବିମାନ Sarbeswar Mohapatra ୬ ଜାନୁଆରୀରୁ ଭାରତ-ବ୍ରିଟେନ ମଧ୍ୟରେ ପୁଣି ଉଡିବ ବିମାନ Sarbeswar Mohapatra Reviewed by SUBHENDU BARAL on January 02, 2021 Rating: 5

No comments:

Powered by Blogger.