ଶୌଚାଳୟରେ ରସି ଲଗାଇ ଆତ୍ମହତ୍ୟା କଲେ ପୁଣି ଜଣେ ଚାଷୀ Sarbeswar Mohapatra

ଉତ୍ତରପ୍ରଦେଶ: ଥମିବାରେ ନା ନେଉ ନାହିଁ ଚାଷୀ ମୃତ୍ୟୁ। ମିଳିଥିବା ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଗାଜିପୁର ସୀମାରେ ପୁଣି ଜଣେ ଆନ୍ଦୋଳନରତ ଚାଷୀ ଆତ୍ମହତ୍ୟା କରିଛନ୍ତି।  ତେବେ ଆନ୍ଦୋଳନରେ ବସିଥିବା ଚାଷୀ ସ୍ଥାନୀୟ ଶୌଚାଳୟରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି।

ତେବେ ରସି ଲଗାଇ ଆତ୍ମହତ୍ୟା କରିଥିବା ଚାଷୀଙ୍କୁ ଚିହ୍ନଟ କରାଯାଇଥିବା ନେଇ ମଧ୍ୟ ସୂଚନା ରହିଛି।  ତେବେ ପୋଲିସ ତାଙ୍କ ପାଖକୁ ଏକ ସୁଇସାଇଡ୍ ନୋଟ ଜବତ କରିଛି। ଯେଉଁଠାରେ ଲେଖାଯାଇଛି ଯେ, ମୋର ମରିବା ପଛରେ କେନ୍ଦ୍ର ସରକାର ହିଁ ଦାୟୀ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଆନ୍ଦୋଳନରତ ସ୍ଥାନରେ ହିଁ ଶବଦାହ କରିବା ଲାଗି ସେ ନିବେଦନ କରିଛନ୍ତି।

ଏପଟେ, କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଶହଶହ ଚାଷୀ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି। କୃଷକଙ୍କୁ ବୁଝାଇବା ପାଇଁ କେନ୍ଦ୍ର ସରକାର ବହୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ପାରି ନାହାନ୍ତି। ଯଦିଓ ଓଡ଼ିଶାରେ କୃଷି ଆଇନକୁ ନେଇ ଚାଷୀମାନେ ଧାରଣାକୁ ଓହ୍ଲାଇ ନାହାନ୍ତି ତେବେ ଏହି ଆନ୍ଦୋଳନକୁ ନକ୍ସଲପନ୍ଥୀମାନେ ସମର୍ଥନ କରୁଛନ୍ତି।

ମାଓନେତା ଗଣେଶ ତେଲେଗୁ ଭାଷାର ଏକ  ଚିଠି ଦେଇ କୃଷି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।  ମୋଦୀ ସରକାର ଆଣିଥିବା କୃଷି ଆଇନ ବିରୁଦ୍ଧରେ ମାସେ ଧରି ଚାଲିଆସୁଥିବା କୃଷି ଆନ୍ଦୋଳନକୁ ମାଓବାଦୀ ଦଳ ସମ୍ପୂର୍ଣ୍ଣ ସମର୍ଥନ ଦେବ । ଏଭଳି ନିଷ୍ପତି ନେଇଛନ୍ତି  ଆନ୍ଧ୍ର ଓଡ଼ିଶା ବୋର୍ଡର ସ୍ପେଶଲ ଜୋନାଲ କମିଟି ମାଓ ସଂଗଠନ।

ଗଣେଶ ଅଭିଯୋଗ କରିଛନ୍ତି ଯେ, ବିଜେପି ଏବଂ ଆରଏସଏସ ଆଇଟି ପ୍ରଫେସନାଲମାନଙ୍କ ସହ ଗଣମାଧ୍ୟମରେ ବହୁ ପରିମାଣରେ ମିଥ୍ୟା ତଥ୍ୟ ପ୍ରଚାର କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଆନ୍ଦୋଳନରେ ଏ ପର୍ଯ୍ୟନ୍ତ ଆତ୍ମହତ୍ୟା ଏବଂ ଶହୀଦ ହୋଇ ପ୍ରାଣ ହରାଇଥିବା ୪୦ ରୁ ଅଧିକ କୃଷକଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।

କୃଷି ସଙ୍କଟ ଦୂର କରିବାର ଆଉ ଏକ ଉପାୟ ଅଛି। ଆତ୍ମହତ୍ୟା ଏହାର ସମାଧାନ ନୁହେଁ। ବରଂ ଦେଶରୁ ପୁଞ୍ଜିପତିଙ୍କୁ ହଟେଇବା ଆମର ଲକ୍ଷ୍ୟ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି।

ସୂଚନାଥାଉ କି, କେନ୍ଦ୍ର ସରକାରଙ୍କ କୃଷିନୀତିକୁ ବିରୋଧ କରି ଆସୁଛି ଚାଷୀ ସଂଗଠନ। ଚାଷୀ ଦାବି କରିଛନ୍ତି, ନୂଆ କୃଷି ଆଇନକୁ ରଦ୍ଦ କରାଯାଉ। ଏମଏସପି ଉପରେ ଗ୍ୟାରେଣ୍ଟି ଦିଆଯାଉ। ଏହି ଦାବି ପୂରଣ ପାଇଁ ଦୀର୍ଘ ୩୮ ଦିନ ହେବ ଧାରଣାରେ ବସିଛନ୍ତି ଚାଷୀ। ଥଣ୍ଡା କାକରରେ ପଡି ଶୁକ୍ରବାର ଜଣେ ଚାଷୀଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବାବେଳେ ଗତକାଲି ବି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି।

ସରକାରଙ୍କ ସହ ବାରମ୍ବାର ଅଲୋଚନା କରି ବିଫଳ ହେବା ପରେ ଏବେ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଚାଷୀ।

ଯଦି ଦାବି ପୂରଣ ନ ହୁଏ ତେବେ ହରିଆଣାର ସମସ୍ତ ପେଟ୍ରୋଲ ପମ୍ପ ଏବଂ ସପିଂ ମଲ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଏଥିସହ ଜାନୁଆରୀ ୬ ତାରିଖରେ କେନ୍ଦ୍ର ସରକାରଙ୍କ କୃଷି ନୀତି ବିରୋଧରେ ଟ୍ରାକ୍ଟର ରାଲି ବାହାର କରାଯିବ ବୋଲି ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି।

ତେବେ ଜାନୁଆରୀ ୪ ତାରିଖ କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଏ ନେଇ ପୁଣି ଆଲୋଚନା ହେବ। ତେବେ ପୂର୍ବରୁ ଚାଷୀମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି। ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଚାଷୀମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି। ତେବେ ଆନ୍ଦୋଳନ ଯେଉଁ ଢଙ୍ଗରେ ହେଉଛି, ଆମେ ନଜର ରଖିଛୁ। ଏହାର ତରିକା ବଦଳାଯାଉ, ଯେମିତିକି ସାଧାରଣ ଲୋକ ହଇରାଣ ହେବେନି। ଯେ ପର୍ଯ୍ୟନ୍ତ ଧନଜୀବନକୁ ହାନୀ ନପହଞ୍ଚାଇଛି, ସେଯାଏ ଆନ୍ଦୋଳନ ସାମ୍ବିଧାନିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଆନ୍ଦୋଳନରତ ଚାଷୀମାନଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ଯେ ଏକ ନିରପେକ୍ଷ କମିଟି ଆଶା ରଖୁଛୁ, ଯେମିତି ଉଭୟ ପକ୍ଷ ମତ ରଖିପାରିବେ। ଏଭଳି ଢଙ୍ଗରେ ଏକ ସହରକୁ ଅବରୋଧ କରାଯାଇପାରିବ ନାହିଁ। କେବଳ ଆଲୋଚନା ଦ୍ୱାରା ହିଁ ଉଦ୍ଦେଶ୍ୟ ସାଧନ ହୋଇପାରିବ ବୋଲି କୋର୍ଟ କହିଛନ୍ତି। ଦେଶର ଅନେକ ସ୍ଥାନରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ ଧାରଣାରେ ବସି ରହଛନ୍ତି। ୩ କୃଷି ବିଲ୍‌କୁ ବିରୋଧ କରି ଲକ୍ଷ ଲକ୍ଷ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହି ବିଲ୍‌କୁ ବିରୋଧ କରି ଗତ ୮ରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା।

The post ଶୌଚାଳୟରେ ରସି ଲଗାଇ ଆତ୍ମହତ୍ୟା କଲେ ପୁଣି ଜଣେ ଚାଷୀ appeared first on OTV Khabar..



from OTV Khabar. https://ift.tt/389Vd9m
ଶୌଚାଳୟରେ ରସି ଲଗାଇ ଆତ୍ମହତ୍ୟା କଲେ ପୁଣି ଜଣେ ଚାଷୀ Sarbeswar Mohapatra ଶୌଚାଳୟରେ ରସି ଲଗାଇ ଆତ୍ମହତ୍ୟା କଲେ ପୁଣି ଜଣେ ଚାଷୀ Sarbeswar Mohapatra Reviewed by SUBHENDU BARAL on January 02, 2021 Rating: 5

No comments:

Powered by Blogger.